Advertisment

High Drama For Pet Dog: କୁକୁର ପାଇଁ ହଙ୍ଗାମା; ନାକ କାଟି ଦେଲେ ପଡୋଶୀ

ପୋଷା କୁକୁରକୁ ଗାଳି ଦେବାରୁ ଏକ ତୀକ୍ଷ୍ଣ ଅସ୍ତ୍ର ବ୍ୟବହାର କରି ଉତ୍ତରପ୍ରଦେଶର ନୋଏଡା ଜିଲ୍ଲାର ଦୁଇ ଅପରାଧୀ ଦେବେନ୍ଦ୍ରଙ୍କ ନାକ କାଟି ଦେଇଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଅଦ୍ୟତନ ହୋଇଛି
nose

nose

Advertisment

ପୋଷା କୁକୁର ତ ସମସ୍ତେ ରଖନ୍ତି। କିନ୍ତୁ ପୋଷା କୁକୁର ପାଇଁ କେବେ ନାକ କାଟି ଦେବା ଶୁଣିଛନ୍ତି କି? ଏଭଳି ଏକ ଘଟଣା ଗତ କିଛି ମାସ ତଳେ ଘଟିଥିଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୋଷା କୁକୁର ପାଇଁ ଜଣେ ବ୍ୟକ୍ତିଙ୍କ ନାକ କାଟି ଦେବା ଘଟଣା ସାମନାକୁ ଆସିଥିଲା। 

Advertisment

ଉତ୍ତରପ୍ରଦେଶରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ପଡୋଶୀଙ୍କ ପୋଷା କୁକୁରକୁ ଗାଳି ଦେବାରୁ ଜଣେ ବ୍ୟକ୍ତିଙ୍କ ନାକ କାଟି ଦେବା ଭଳି ଘଟଣା ସାମନାକୁ ଆସିଛି। ନୋଏଡା ଜିଲ୍ଲାର ନଟ କି ମଡ଼ୈୟା ଗାଁରେ ଜଣେ ବ୍ୟକ୍ତି ତାଙ୍କ ପଡ଼ୋଶୀଙ୍କ ପୋଷା କୁକୁରକୁ ଭୁକୁଥିବାରୁ ଗାଳି ଦେଇଥିଲେ। ଯାହାକୁ ନେଇ ପଡ଼ୋଶୀଙ୍କ ମଧ୍ୟରେ ତୀବ୍ର ବଚସା ଓ ହିଂସାତ୍ମକ ଘଟଣା ଘଟିଥିଲା।

ପୋଲିସର ସୂଚନା ଅନୁଯାୟୀ, ଦେବେନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜ ଘରେ ଥାଇ ପଡ଼ୋଶୀଙ୍କ କୁକୁର ଭୁକୁଥିବାରୁ କୁକୁରକୁ ଗାଳି ଦେଇଥିଲେ। ଏହାପରେ ପଡ଼ୋଶୀ ସତୀଶ, ତାଙ୍କ ଭାଇ ଅମିତ ଏବଂ ପୁତ୍ର ତୁଷାର ଦେବେନ୍ଦ୍ରଙ୍କ ଘରକୁ ଯାଇ ତାଙ୍କୁ ଓ ତାଙ୍କ ପତ୍ନୀ ମୁନ୍ନୀ ଦେବୀଙ୍କୁ ଆକ୍ରମଣ କରିଥିଲେ। ଏକ ତୀକ୍ଷ୍ଣ ଅସ୍ତ୍ର ବ୍ୟବହାର କରି ସେମାନେ ଦେବେନ୍ଦ୍ରଙ୍କ ନାକ କାଟି ଦେଇଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

Advertisment

ଦେବେନ୍ଦ୍ରଙ୍କ ପିତା ସୁଖବୀର ସିଂହଙ୍କ ଅଭିଯୋଗ ଆଧାରରେ ମଙ୍ଗଳବାର ଦିନ ଏକ ଏଫଆଇଆର ଦାୟର କରାଯାଇଥିଲା। ପୋଲିସ ସତୀଶ ଓ ଅମିତଙ୍କୁ ଗିରଫ କରିଛି, କିନ୍ତୁ ତୁଷାର ଏବେ ବି ଫେରାର ଅଛନ୍ତି। ଦେବେନ୍ଦ୍ରଙ୍କ ନାକରେ ସିଲେଇ କରାଯାଇଛି ଏବଂ ସେ ବର୍ତ୍ତମାନ ଆଲିଗଡ଼ର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୩, ୧୧୫(୨), ୩୫୨ ଏବଂ ୧୧୮(୧) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଅଧିକ ପଢନ୍ତୁ: ରେଡ ହ୍ୟାଣ୍ଡ ଧରା ପଡ଼ିଲେ ସ୍ତ୍ରୀ, ରାଗିଗଲେ ସ୍ୱାମୀ; ନାକକୁ କାମୁଡ଼ି ଛିଣ୍ଡାଇ ଦେଲେ

Advertisment

Attack Noida Uttarpradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ