Advertisment

ବିନା OTP, ବିନା ମେସେଜ୍‌ରେ ଆକାଉଣ୍ଟରୁ ୧ ଲକ୍ଷ ୪୮ ହଜାର ଟଙ୍କା ଗାଏବ

ଯଦି ଅନ୍‌ଲାଇନ୍‌ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ବେଳେ ସାବଧାନ ରୁହନ୍ତୁ। ନଚେତ୍‌ ଟିକିଏ ଅସାବଧାନତା ଯୋଗୁ ଆପଣ ଠକାମିର ଶିକାର ହୋଇପାରନ୍ତି।

ଅଦ୍ୟତନ ହୋଇଛି
ଅନ୍‌ଲାଇନ୍‌ ପେମେଣ୍ଟ ଆପ୍ ବ୍ୟବହାର କରୁଛନ୍ତି କି ? ସାବଧାନ !

cyber fraud

Advertisment

ଯଦି ଅନ୍‌ଲାଇନ୍‌ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ବେଳେ ସାବଧାନ ରୁହନ୍ତୁ। ନଚେତ୍‌ ଟିକିଏ ଅସାବଧାନତା ଯୋଗୁ ଆପଣ ଠକାମିର ଶିକାର ହୋଇପାରନ୍ତି। ଏଭଳି କିଛି ଠକାମିର ଶିକାର ହୋଇ ଏବେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ଜଣେ ଶିକ୍ଷକଙ୍କ ପତ୍ନୀ। ବିନା ଓଟିପି, ବିନା ମେସେଜ୍‌ରେ ୧ ଲକ୍ଷ ୪୮ ହଜାର ଟଙ୍କା ତାଙ୍କ ଆକାଉଣ୍ଟ୍‌ରୁ ଗାଏବ ହୋଇଯାଇଛି। 

Advertisment

ସୂଚନା ଅନୁସାରେ, ବ୍ରହ୍ମପୁରର ଶିକ୍ଷକ ବିପିନ ବିହାରୀ ମହାପାତ୍ରଙ୍କ ପରିବାର ସଦସ୍ୟ  ଗତ ଡିସେମ୍ବର ୧ରେ ଏକ ଇ-କମର୍ସ ସାଇଟ୍‌ରେ ୩ଟି ସାମଗ୍ରୀ କିଣିଥିଲେ। ଏଥିପାଇଁ ଅନ୍‌ଲାଇନ୍‌ ପେମେଣ୍ଟ କରାଯାଇଥିଲା। ଏହି ସମୟରେ ବିପିନଙ୍କ ପତ୍ନୀଙ୍କ ଡେବିଟ୍ କାର୍ଡର ତଥ୍ୟ ଦିଆଯାଇଥିଲା। ଏହାପରେ ପେମେଣ୍ଟ୍‌ ହୋଇଥିଲା ଓ ୩ ତାରିଖରେ ଘରେ ଜିନିଷ ପହଞ୍ଚି ଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଗତ ଡିସେମ୍ବର ୪ ତାରିଖରୁ ବିପିନଙ୍କ ପତ୍ନୀ ଆକାଉଣ୍ଟରୁ ଲଗାତାର ଭାବେ ଟଙ୍କା ଉଠାଣ ହେଉଥିଲା। ଗତ ୧୨ତାରିଖରେ ଏଟିଏମ୍ ଯୋଗେ ଅର୍ଥ ଉଠାଣ ବେଳେ ଏଟିଏମ୍ ବ୍ଲକ୍‌ ନେଇ ଜାଣିପାରି ବ୍ୟାଙ୍କରେ ଏହାକୁ ସେ ଠିକ୍ କରିଥିଲେ। ଏହାପରେ ବି ତାଙ୍କ ଆକାଉଣ୍ଟକୁ ହ୍ୟାକ୍ କରାଯାଇ ମଧ୍ୟ ଠକେଇ ହୋଇଥିଲା। 

ଗତ ୩ ତାରିଖରୁ ୨୭ ତାରିଖ ମଧ୍ୟରେ ମୋଟ୍‌ ୧ ଲକ୍ଷ ୪୮ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ୫୨ଟି ଟ୍ରାଞ୍ଜାକ୍ସନ୍‌ରେ ଏହି ଠକେଇ ହୋଇଥିବା ଜଣାପଡ଼ିଛି। ଟଙ୍କା ଉଠାଇବା ଲାଗି ତାଙ୍କ ପାଖକୁ ଓଟିପି ପାଇଁ କୌଣସି ମେସେଜ୍ ଆସି ନାହିଁ କି ଟଙ୍କା ଉଠାଣ ନେଇ ବ୍ୟାଙ୍କ ପକ୍ଷରୁ ରେଜିଷ୍ଟର ମୋବାଇଲ ନମ୍ବରକୁ ମଧ୍ୟ କୌଣସି ମେସେଜ୍‌ ଆସି ନାହିଁ। ଠକମାନେ ବିପିନଙ୍କ ପତ୍ନୀଙ୍କ ମୋବାଇଲ ନମ୍ବରକୁ ହ୍ୟାକ୍ କରି ଟଙ୍କା ଉଠାଇ ଥିବା ଜଣାପଡ଼ିଛି। କିମ୍ବା ଯେଉଁ ଇ-କମର୍ସ ସାଇଟ୍‌ରୁ ସେ ଅନ୍‌ଲାଇନ୍‌ରେ ଜିନିଷ କିଣିଥିଲେ ସମ୍ପୃକ୍ତ ସଂସ୍ଥାର କେହି ଜଣେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏନେଇ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ବୈଦ୍ୟନାଥପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏହାସହ
ଶୀଘ୍ର ଟଙ୍କା ଫେରସ୍ତ କରିବାକୁ ସେ ନିବେଦନ କରିଛନ୍ତି।

Advertisment

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଯଦି ଆପଣ କୌଣସି ଇ-କମର୍ସ ସାଇଟ୍‌ ଅର୍ଥାତ୍‌ ଅନ୍‌ଲାଇନ୍‌ରୁ ଜିନିଷ କିଣୁଛନ୍ତି, ତା’ହେଲେ ଅନ୍‌ଲାଇନ୍‌ ପେମେଣ୍ଟ ବେଳେ ସାବଧାନ ରୁହନ୍ତୁ। କାରଣ ଅନ୍‌ଲାଇନ୍ ପେମେଣ୍ଟ ବେଳେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟ ବି ଚୋରି ହୋଇଯାଇପାରେ। ନଚେତ୍ ଏହି ତଥ୍ୟକୁ ନେଇ ଆପଣଙ୍କ ଆକାଉଣ୍ଟ ହୋଇପାରେ ହ୍ୟାକ୍।

Cyber Fraud Online Shopping Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ