Advertisment

ଏ କି ଚିନ୍ତାଧାରା ! ଜୟ ଶ୍ରୀ ରାମ ନାରା ଦେଲେ ବୋଲି ବାଇକ୍‌ ଅଟକାଇ ପିଟିଲେ...

ତିନି ଜଣ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ କିଛି ଲୋକ ତାଙ୍କୁ ମାଡ଼ ମାରିଥିଲେ । ଆଉ ମାଡ଼ ମାରିବାର ମୁଖ୍ୟ କାରଣ ଥିଲା, ସେମାନେ ଜୟ ଶ୍ରୀରାମ ନାରା ଦେଉଥିଲେ ।

ଅଦ୍ୟତନ ହୋଇଛି
Men get thrashed for chanting 'Jai Sri Ram'

Jai Shri Ram

Advertisment

ଗୋଟଏ ପଟେ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଥିଲା ପୁରା ଦେଶ । ସବୁଠି ସୁଭୁଥିଲା ରାମ ନାମ । ପବିତ୍ର ରାମ ନବମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ହୋମଯଜ୍ଞ, ଆଳତି, ସଂକୀର୍ତ୍ତନରେ ଚଳଚଞ୍ଚଳ ହୋଇପଡ଼ିଥିଲା ମନ୍ଦିର ପରିସର। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିଲା। ପ୍ରବଳ ଖରା ସତ୍ତ୍ୱେ ରାମମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହିଥିଲା।

Advertisment

ଏହି ଏହି ରାମ ନବମୀର ଶୁଭ ଅବସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କିଛି ଅସାମାଜିକ ବ୍ୟକ୍ତି ଏହାକୁ ବିରୋଧ କରିଛନ୍ତି । ଆଉ ଜୟ ଶ୍ରୀରାମ ନାରା ଦେଉଥିବା ଲୋକଙ୍କୁ ମାରପିଟ କରିଛନ୍ତି । ଆଜ୍ଞା ହଁ, ଏକଥା ଆପଣଙ୍କୁ ସହଜରେ ହଜମ ହେଉନଥିଲେ ମଧ୍ୟ ସତ । ବାସ୍ତବରେ ଏମିତି କିଛି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ତିନି ଜଣ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ କିଛି ଲୋକ ତାଙ୍କୁ ମାଡ଼ ମାରିଥିଲେ । ଆଉ ମାଡ଼ ମାରିବାର ମୁଖ୍ୟ କାରଣ ଥିଲା, ସେମାନେ ଜୟ ଶ୍ରୀରାମ ନାରା ଦେଉଥିଲେ।

‘ଜୟ ଶ୍ରୀରାମ’ ନାରାକୁ ନେଇ ରାସ୍ତା ଉପରେ ଆରମ୍ଭ ହୋଇଥିଲା ମହାଭାରତ । ପରିସ୍ଥିତି ଏପରି ହେଲା ଯେ କାର୍‌ରେ ବସି ଏପରି ନାରା ଦେଉଥିବା ୩ ଜଣଙ୍କୁ ପିଟି ଲହୁଲୁହାଣ କଲେ ୪ ଯୁବକ । ପୋଲିସ୍‌ ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ବାଙ୍ଗାଲୁରୁରେ ଘଟିଛି।

Advertisment

ଆକ୍ରମଣର ଶିକାର ହୋଇଥିବା ୩ ଜଣ ହେଲେ ପବନ କୁମାର, ରାହୁଲ ଓ ବିନାୟକ । ସେମାନେ ଜୟ ଶ୍ରୀରାମ ନାରା ଦେଇ ବାଙ୍ଗାଲୁରର ଚିକ୍କାୱେଟାହଲ୍ଲି ଅଞ୍ଚଳରେ ଏକ କାର୍‌ରେ ଯାଉଥିଲେ। ଏହାଦେଖି ବାଇକ୍‌ରେ ଯାଉଥିବା ଦୁଇ ଜଣ ଯୁବକ ଫରମାନ ଓ ସମୀର ତାଙ୍କୁ ଅଟକାଇ ଏପରି ନାରା ଦେବାକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। କିଛି ସମୟ ପରେ ଫରମାନ ଓ ସମୀର ଉକ୍ତ ୩ ଯୁବକଙ୍କୁ ପ୍ରବଳ ପିଟିଥିଲେ। ଏହି ଆକ୍ରମଣରେ ଆଉ ଦୁଇ ନାବାଳକ ବି ସାମିଲ ହୋଇଥିଲେ। ଏହି ଆକ୍ରମଣରେ ରାହୁଲ ଓ ପବନ କୁମାର ଗୁରୁତର ହୋଇ ପଡ଼ିଥିଲେ। 

ଖବର ପାଇ ପୋଲିସ୍‌ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଫରମାନ ଓ ସମୀରଙ୍କୁ ବାନ୍ଧିଥିବା ବେଳେ ଦୁଇ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
Ram Navami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ