Advertisment

୩ ଯୁବତୀ ଝୁଲିପଡ଼ିବାର କାରଣ କଣ? ମୁହଁ ଖୋଲୁନି ପୋଲିସ୍

ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଗତ ରବିବାରଠୁ ଚାଲିଛି ପୋଲିସର ତନାଘନା।

undefined

Umerkote triple hanging

Advertisment

ଏବେ ବି ସସପେନ୍ସରେ ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ଘଟଣା। ତିନି ଦିନ ବିତିଲା, ତଥାପି ମିଳୁନି କ୍ଲୁ। କେମିତି ଓ କେଉଁ ପରିସ୍ଥିତିରେ ଗୋଟିଏ ଡାଳରେ ଝୁଲି ପଡ଼ିଲେ ତିନି ତିନି ଜଣ ଯୁବତୀ? ଯଦି ଆତ୍ମହତ୍ୟା, ତାହାଲେ କଣ ହୋଇଥିବ କାରଣ? ଆଉ ଯଦି ହତ୍ୟା, କାହିଁକି ଅପରାଧୀର ମିଳୁନି ଟେର୍? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ, ପୋଲିସ୍‌ର ପାରିବା ପଣିଆ ଉପରେ ବି ପ୍ରଶ୍ନ ଉଠାଇଛନ୍ତି ମୃତା ତିନି ଯୁବତୀଙ୍କ ପରିବାର। ୨୩ ବୟସ୍କା ହେମଲତା ଗୌଡ଼, ୧୭ ବୟସ୍କା କୌଶଲ୍ୟା ମାଝୀ ଓ ୧୯ ବୟସ୍କା ଫୁଲମତୀ ମାଝୀ କାହିଁକି ଝୁଲିପଡ଼ିଲେ? ଶନିବାରଠୁ ଘଟଣା ଘଟିଥିଲେ ବି ପୋଲିସ ଏଯାଏଁ ରହସ୍ୟ ଉନ୍ମୋଚନ କରିନପାରିବା ଓ ଦୋଷୀଙ୍କୁ ଠାବ ନକରିପାରିବାକୁ ନେଇ ବଢିଛି କ୍ଷୋଭ ସାଙ୍ଗକୁ ଅସନ୍ତୋଷ।

Advertisment

ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଗତ ରବିବାରଠୁ ଚାଲିଛି ପୋଲିସର ତନାଘନା। ଏମିତିକି ଉମରକୋଟ ଏସଡିପିଓଙ୍କ ସମେତ ନବରଙ୍ଗପୁର, ଉମରକୋଟ୍ ଓ ଡାବୁଗାଁ ଭଳି ତିନି ତିନିଟି ଥାନାର ଅଧିକାରୀଙ୍କୁ ମିଶାଇ ମିଳିତ ଟିମ୍ ବି ଖୋଳତାଡ଼ କରୁଛି। ହେଲେ କିଛି ସୁରାକ ପାଇନି। ତେଣେ ଘଟଣା ଦିନ ତିନିଜଣ ଯାକ ଯୁବତୀ ସ୍କୁଟି ଚଢ଼ି ବୁଲୁଥିବା କିଛି ଗାଁ ଲୋକେ ଦେଖିଛନ୍ତି। ହେଲେ ତାର କିଛି ଘଣ୍ଟା ପରେ କେମିତି ଶବ ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି। ତାସହ ମୃତା ଫୁଲମତୀ ମାଝୀଙ୍କଠାରୁ ମିଳିଥିବା ଏକ ମୋବାଇଲ ଫୋନ୍ କଲ ରେକର୍ଡରୁ ସନ୍ଦେହରେ ଚନ୍ଦାହାଣ୍ଡିର ଜଣେ ଯୁବକଙ୍କୁ ଅଟକ ରଖି କି ତଦନ୍ତ କଲା, ସେ ନେଇ ଆଦୌ ମୁହଁ ଖୋଲୁନି ପୋଲିସ୍। ତେଣେ ମାମଲାରେ ପୋଲିସ୍‌ର ଏଭଳି ନିରବତାକୁ ନେଇ ସନ୍ଦେହ ବଢୁଛି।

ଆଜି ନବରଙ୍ଗପୁର ସାଂସଦ ରମେଶ ମାଝୀ ତୋହରା ଗାଁକୁ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି। ତେଣେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତିନି ଯୁବତୀଙ୍କ ଘର ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିବା ତହସିଲଦାର କହିଛନ୍ତି। ଏବେ ଅପେକ୍ଷା କେତେଶୀଘ୍ର ତୋହରା ଗାଁର ଏହି ଚାଞ୍ଚଲ୍ୟକର ଘଟଣା ଉପରୁ ହଟୁଛି ସସପେନ୍ସ।

Advertisment

ରିପୋର୍ଟ: କାର୍ତ୍ତିକ ମଲ୍ଲିକ

Umerkote Triple Hanging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ