Advertisment

ଭୟଙ୍କର ଅନ୍ଧ ବିଶ୍ୱାସ...ଗାଁରେ ଚାଲିଛି ଗୁଣିଗାରେଡ଼ି, ଯାଉଛି ମୁଣ୍ଡ !!

ବାଲେଶ୍ୱର ସୋର ଖରାସାହାପୁର ପଞ୍ଚାୟତ ଶଙ୍କରପଦା ଗାଁରେ ଗୁଣି ଗାରେଡିକୁ ନେଇ ପ୍ରବଳ ଗଣ୍ଡଗୋଳ l ଅନେକ ଦିନ ହେବ ଏହି ଅଂଚଳରେ ଗୁଣି ଗାରେଡି ହେଉଥିବା ନେଇ ସନ୍ଦେହ କରାଯାଉଥିଲା l ଗାଁର ପୂର୍ଣ୍ଣଚନ୍ଦ୍ର ମହାଳିକଙ୍କ ପତ୍ନୀ ଖୁସି ମହାଳିକ ଗୁଣି ଗାରେଡି କରୁଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି l ତେବେ ଘଟଣା କଣ? ଖୁସିଙ୍କୁ ପଚରାଯିବାରୁ ଗାଁରେ ସୃଷ୍ଟି ହୋଇଛି ତୁମୁଳକାଣ୍ଡ।

ଅଦ୍ୟତନ ହୋଇଛି
Black Majic

Black Majic

Advertisment

ହଠାତ୍ ଗାଁରେ ଏକାଠି ହେଲେ ଶହଶହ ଲୋକ, କଲେ ପ୍ରବଳ ପାଟିତୁଣ୍ଡ। ହଠାତ୍‌ ଏମିତି ପରିବେଶ ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଆସିଲା ଏଇଠି ହେଲା କଣ? କିଏ କଣ କରିଛି?  କିନ୍ତୁ ସବୁ ସତ ଜାଣିବା ପରେ ଆପଣ ବି କହିବେ ଆଜିକା ଦୁନିଆରେ ଗୁଣିଗାରେଡିକୁ କଣ କିଏ ବିଶ୍ୱାସ କରେ?

Advertisment

ବିଭିନ୍ନ ଦେବୀଙ୍କର ଫଟୋ ରହିଛି। ଫୁଲ ସିନ୍ଦୂର ଦିଆଯାଇ ପୂଜାର୍ଚ୍ଚନା ବି ଚାଲିଛି। ଏମିତି କିଛି ଦୃଶ୍ୟ ଦେଖିବା ପରେ ସାମାନ୍ୟ ଅଜବ ଲାଗିଥିଲା ସମସ୍ତଙ୍କୁ। ଅଭିଯୋଗ ଆସିଲା, ଏଇଠି କୁଆଡେ ଗୁଣି ହେଉଛି। ଆଉ ଲୋକଙ୍କ ମୁଣ୍ଡ ନିଆଯାଉଛି ବୋଲି ଅଭିଯୋଗ ଆଣିଲେ ଗାଁ ଲୋକେ। ଖାଲି ଅଭିଯୋଗ ଆଣିନାହାନ୍ତି ବରଂ ପୋଲିସ ସହ ପାଟିତୁଣ୍ଡ ହେବା ସହିତ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଛି।

ବାଲେଶ୍ୱର ସୋର ଖରାସାହାପୁର ପଞ୍ଚାୟତ ଶଙ୍କରପଦା ଗାଁରେ ଗୁଣି ଗାରେଡିକୁ ନେଇ ପ୍ରବଳ ଗଣ୍ଡଗୋଳ l ଅନେକ ଦିନ ହେବ ଏହି ଅଂଚଳରେ ଗୁଣି ଗାରେଡି ହେଉଥିବା ନେଇ ସନ୍ଦେହ କରାଯାଉଥିଲା l ଗାଁର ପୂର୍ଣ୍ଣଚନ୍ଦ୍ର ମହାଳିକଙ୍କ ପତ୍ନୀ ଖୁସି ମହାଳିକ ଗୁଣି ଗାରେଡି କରୁଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି l ତେବେ ଘଟଣା କଣ? ଖୁସିଙ୍କୁ ପଚରାଯିବାରୁ ଗାଁରେ ସୃଷ୍ଟି ହୋଇଛି ତୁମୁଳକାଣ୍ଡ।

Advertisment

ଅଭିଯୋଗ ଅନୁସାରେ, ଗାଁର ବସନ୍ତ ମହାଳିକଙ୍କ ପୁଅ ଭରତ ମହାଳିକ ଖୁସିଙ୍କ ଦୋକାନକୁ ଜିନିଷ ପତ୍ର କିଣିବାକୁ ଯାଇଥିଲେ l ପରେ ଖୁସି ତାଙ୍କ ମୁଣ୍ଡରେ ଅରୁଆ ଚାଉଳ, ଦୁବ,ବର କୋଳିପତ୍ର ପକାଇଥିଲେ l ଆଉ ଏହା ପରେ ସେ ରୋଗାଗ୍ରସ୍ତ ହେଲେ। ଭରତ ପୁଅକୁ ନେଇ ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ବି ରୋଗ କଣ ଜଣାପଡୁନି। ତେଣୁ ଗୁଣି ଗାରେଡି ହେବା ପରେ ପୁଅର ଏ ଅବସ୍ଥା ବୋଲି ଭରତଙ୍କ ପରିବାର ଅଭିଯୋଗ ଆଣିଛି।

ଗାଁରେ ଗଣ୍ଡଗୋଳର ଖବର ପାଇ ପୋଲିସ ପହଞ୍ଚିବା ପରେ ସ୍ଥିତି ଆହୁରି ଜଟିଳ ହୋଇଥିଲା। ଜାଣିଶୁଣି ପୂର୍ଣ୍ଣଚନ୍ଦ୍ର ପରିବାରକୁ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ କରିଥିଲେ ଗାଁ ଲୋକେ। ସେପଟେ ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ମହିଳା ଜଣକ। କହିଛନ୍ତି, ଗାଁ ଲୋକଙ୍କ ଅଭିଯୋଗ ଭିତ୍ତିହୀନ।

Advertisment

ବର୍ତ୍ତମାନ ସମୟରେ ଅନ୍ୟ ଗ୍ରହରେ ଘର କରିବାକୁ ଚେଷ୍ଟା କଲେଣି ମଣିଷ। ଆଉ ଏହି ସମୟରେ ଗୁଣିଗାରେଡିକୁ ନେଇ ଗାଁରେ ସୃଷ୍ଟି ହେଉଛି ତୁମୁଳକାଣ୍ଡ। ତେବେ ପୋଲିସ ଘଟଣା ଉପରେ ନଜର ରଖିବା ସହ କୌଣସି ଅପ୍ରିତୀକର ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ସେଥିଲାଗି ତୟାର ବି ରହିଛି। ଏଭଳି ଅନ୍ଧ ବିଶ୍ୱାସକୁ ଗ୍ରହଣ ନକରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି।

(ବାଲେଶ୍ୱର ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ)

Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ