NIA team in Rourkela
ସୁନ୍ଦରଗଡ଼ରୁ ବିସ୍ଫୋରକ ଭର୍ତ୍ତି ଗାଡି ଲୁଟ୍ ଘଟଣା । ଘଟଣାସ୍ଥଳରେ ପହଞ୍ଚିଲା NIA ଟିମ୍ । କିଏ ଓ କାହିଁକି ଲୁଟିଲେ ସେନେଇ ତନାଘନା ଜାରି ରହିଛି । ଏହାସହ SP ଅଫିସ୍ରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସିଛି । DGP ୱାଇବି ଖୁରାନିଆଙ୍କ ନେତୃତ୍ୱରେ ବସିଥିବା ବୈଠକରେ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ଓଡ଼ିଶା ଓ ଝାଡ଼ଖଣ୍ଡର ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇଛନ୍ତି । ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ଜାରି ହୋଇଛି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସୁନ୍ଦରଗଡର ବଡଗାଁରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଝାଡଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣିରେ ପହଞ୍ଚିଥିବାବେଳେ ଗାଡିରୁ ବିସ୍ଫୋରକ ସାମଗ୍ରୀ ଓହ୍ଲାଯାଉଥିଲା । ଆଉ ସେହି ସମୟରେ ଘେରିଯାଇଥିଲେ ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି । ବନ୍ଧୁକଧାରୀ ଅଜଣା ବ୍ୟକ୍ତିମାନେ ଡ୍ରାଇଭରକୁ ଧମକାଇ ବିସ୍ଫୋରକ ସହ ଗାଡିକୁ ନେଇଯାଇଥିଲେ । ଘଟଣା ପରେ ତୁରନ୍ତ ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଦେଇଥିଲା ପୋଲିସ । CRPF ସହ ମିଶି ସରଣ୍ଡା ଜଙ୍ଗଲରେ ଚାଲିଲା ସର୍ଚ୍ଚ ଅପରେସନ୍ । ସେହିଦିନ ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଜଙ୍ଗଲରେ ଗାଡିର ସନ୍ଧାନ ମିଳିଥିବାବେଳେ ସେଥିରେ ବୋଝେଇ ହୋଇଥିବା ବିସ୍ଫୋରକ ଲୁଟ୍ ହୋଇଯାଇଥିବା ଜଣାପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748499063.jpg)