Advertisment

Pahalgam terror attack: ପହଲଗାମ ଆକ୍ରମଣ ଘଟଣାରେ ୨ ଗିରଫ, ଆତଙ୍କୀକୁ ରହିବାକୁ ଓ ଖାଇବାକୁ ଦେଇଥିଲେ ଏମାନେ...

ପହଲଗାମ ଆତଙ୍କୀ ହମଲାରେ ବଡ଼ ଅପଡେଟ୍ । ଆତଙ୍କୀ ଲିଙ୍କ୍ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା NIA । ‌ଆତଙ୍କବାଦୀଙ୍କୁ ରହିବାକୁ ଓ ଖାଇବାକୁ ଦେଇଥିଲେ ଅଭିଯୁକ୍ତ । NIAକୁ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ବିଷୟରେ ଅଧିକ ତଥ୍ୟ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Pahalgam Attack

Pahalgam Attack

Advertisment

ପହଲଗାମ୍ ଆତଙ୍କୀ ହମଲା ଘଟଣାରେ NIAକୁ ବଡ଼ ସଫଳତା । ଆତଙ୍କୀ ଲିଙ୍କ୍‌ରେ ଥିବା ୨ଜଣଙ୍କୁ ଗିରଫ କରାଯାଇଛି । ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ ହୋଇଛନ୍ତି ।  ବାରକୋଟର ପରଭେଜ୍ ଅହମ୍ମଦ ଓ ପହଲଗାମ୍‌ର ବସିର ଅହମ୍ମଦ ଗିରଫ ହୋଇଥିବା ସୂଚନା ମିଳିଛି । ସେପଟେ ୩ ଆତଙ୍କବାଦୀଙ୍କ ପରିଚୟ ଦେଇଛନ୍ତି ଗିରଫ ହୋଇଥିବା ୨ ଅଭିଯୁକ୍ତ । ୨୨ରେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଏବଂ ଲସ୍କର-ଏ-ତୈବା ସହିତ ଜଡିତ ବୋଲି ଜାଣିବାକୁ ପାଇଛି NIA ।

Advertisment

ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ,  ପରଭେଜ୍ ଓ ବସିର୍ ପହଲଗାମରେ ଏକ ଅସ୍ଥାୟୀ କୁଡିଆ ତିଆରି କରିଥିଲେ । ଯେଉଁଥିରେ ସେ ଏହି ୩ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ । ସେମାନଙ୍କ ଖାଇବା ପିଇବା ଆଦିର ବନ୍ଦୋବସ୍ତ ମଧ୍ୟ କରିଥିଲେ । ପହଲଗାମ ଆକ୍ରମଣ ପୂର୍ବରୁ ଆତଙ୍କୀମାନେ ପରଭେଜ୍ ଓ ବସିରଙ୍କ ଘରେ ରହିଥିଲେ । 

ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ବୈସରନ ଭେଲ୍ଲିରେ ଘଟିଥିବା ନାରକୀୟକାଣ୍ଡରେ ୨୬ ଜଣ ନୀରିହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ସେବେଠାରୁ, ଉପତ୍ୟକାରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହି ଆକ୍ରମଣର ତଦନ୍ତ ଜାତୀୟ ତଦନ୍ତ ସଂସ୍ଥା (NIA)କୁ ହସ୍ତାନ୍ତର କରାଯାଇଛି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, NIA ତଦନ୍ତ କରୁଥିବାବେଳେ ଆତଙ୍କୀ ଲିଙ୍କ୍‌ରେ ଥିବା ୨ ଜଣଙ୍କୁ ଗିରଫ କରାଯାଇଛି । 

Advertisment

ଅଧିକ ପଢନ୍ତୁ: ପହଲଗାମ ନରସଂହାରକୁ ମାସେ; ଏବେ ବି ପୂରା ହୋଇନି ପ୍ରତିଶୋଧ...

NIA Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ