Advertisment

ସାହସୀ ଯୁବତୀ ଦେବକୀ ଦିଗାଲ୍! ଯୌତୁକରେ ବାଇକ୍ ମାଗିବାରୁ ଫେରି ଆସିଲେ ବାପଘର

ସଭା ମଝିରେ ନବବଧୂ ସିଧା ସିଧା ରଖିଲା ଯବାବ । କହିଲା, ଯାହାର ବାଇକରେ ଲୋଭ ତାକୁ ମୋର ବାହାହେବାର ନାହିଁ ।

ଅଦ୍ୟତନ ହୋଇଛି
Dowry

Dowry

Advertisment

ବାଇକ୍ ମାଗିଲା ବର, କନ୍ୟା ଫେରି ଆସିଲା ବାପ ଘର। କହିଲା ଯାହାର ବାଇକ୍ ଦରକାର, ସିଏ ମତେ ବାହାହେବାକୁ ଯୋଗ୍ୟ ନୁହେଁ। ଆଉ ଯଦି ମତେ ବାହା ହେବେ ତାହାଲେ ଆମ ଗାଁକୁ ଆସି ସଭା ମଝିରେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଏମିତି ରୋକଠୋକ୍ ଯବାବ ଦେଇ ବାହାଘରର ଦିନକ ପରେ ଶାଶୂଘର ଛାଡ଼ିଛନ୍ତି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ପାଠୋଇ ଝିଅ ଦେବକୀ ।....

Advertisment

କନ୍ଧମାଳ ତୁମୁଡ଼ିବନ୍ଧ ଥାନା ସାରୁପାଟା ଦୁର୍ଗମ ଇଲାକାର ସାହସୀ ଯୁବତୀ ଦେବକୀ ଦିଗାଲ୍ । ୪ ଦିନ ତଳେ ତାଙ୍କର ବାହାଘର ସରିଥିଲା। ବାଲିଗୁଡା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲଙ୍କ ସହ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା। ଦୁଇ ବର୍ଷ ତଳୁ ଉଭୟଙ୍କର ନିର୍ବନ୍ଧ ସରିଥିବା ବେଳେ ବରକନ୍ୟା ପରସ୍ପରଙ୍କୁ ବେଶ୍ ଭଲଭାବେ ଜାଣିଥିଲେ।

ହେଲେ ଦେବକୀଙ୍କ କହିବା କଥା, ଆମର ଗରିବ ଘର। ଆମର ସକ୍ଷ ହିସାବରେ ଯାହା ଯେମିତି ଦେବାକଥା ଦେଇଥିଲୁ। ହେଲେ ବାଇକ୍ କଥା ଜମାରୁ ଉଠି ନ ଥିଲା। ସେମାନେ ସଭା ମଝିରେ ହଠାତ୍ ବାଇକ୍ ମାଗିଲେ। ଏମିତିକି ଆମ ଘରପଟୁ ଯାଇଥିବା କୁଣିଆ ମଇତ୍ରଙ୍କୁ ପାଣି ଟୋପେ ବି ଦେଇ ନାହାନ୍ତି। ମୁଁ ଯୌତୁକକୁ ବିରୋଧ କରି ସେଠୁ ଚାଲି ଆସିଲି। ଯିଏ ବାଇକ୍ ଦେଇ ପାରିବ ତାଙ୍କର ସେଠି ବାହାଘର କରନ୍ତୁ, ନଚେତ୍ ଯଦି ସେ ଏବେ ବି ମତେ ବାହାହେବାକୁ ଚାହୁଁଛନ୍ତି, ତାହେଲେ ଆମ ଘରକୁ ଆସି ସମସ୍ତଙ୍କୁ କ୍ଷମା ମାଗନ୍ତୁ।

Advertisment

ଏପଟେ ନୂଆ ବାହାଘର ସରିଥିବାରୁ ଯେଉଁଠି କୁଣିଆ ମଇତ୍ରରେ ଘର ଫାଟିବା କଥା ସେଠି ଆଜି ଘର ଖାଁ ଖାଁ। ଘରେ ବୋହୂ ନାହିଁ କି ବେଦି ନାହିଁ। ପ୍ରକୃତରେ ଘଟଣା କଣ ହୋଇଛି, ଦେବକୀ ଆଣିଥିବା ବାଇକ୍ ଡିମାଣ୍ଡ୍ ଅଭିଯୋଗ ସତ ନା ମିଛ ସେ ବାବଦରେ ବର ଅର୍ଜୁନଙ୍କର ପ୍ରତକ୍ରିୟା ମିଳି ନ ଥିବା ବେଳେ ତାଙ୍କ ବଡ଼ ଭାଇ ବିନୋଦ କହିଛନ୍ତି, ଆମେ କୌଣସି ବାଇକ୍ ଡିମାଣ୍ଡ୍ କରିନୁ, ଆମେ ଏବେ ବି ଆମ ବୋହୂକୁ ବୁଝାସୁଝା କରି ଘରକୁ ଆଣିବାକୁ ଚାହୁଁଛୁ।

ଆଦିବାସୀ ଅଧ୍ୟୁଷିତ ନିପଟ ମଫସଲ ଗାଁରେ ରହି ଯୌତୁକ ଭଳି କୁତ୍ସିତ ପରମ୍ପରାକୁ ତୀବ୍ର ବିରୋଧ କରି ଶାଶୂଘର ଛାଡିଥିବା ଦେବକୀଙ୍କ ସାହାସ ଆଜି ଚର୍ଚ୍ଚାରେ।

Advertisment
Dowry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ