Advertisment

ଜୁନ୍‌ରେ ବାହାଘର, ଅଗଷ୍ଟରେ ଆତ୍ମହତ୍ୟା...ବାହାଘରର ୨ ମାସ ପରେ ଜୀବନ ହାରିଲେ ନବବଧୂ

ଶାଶୁ ଘର ଲୋକଙ୍କ ନିର୍ଯାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି।

Newly-wed woman found hanging in Mancheswar

Newly-wed woman found hanging in Mancheswar

Advertisment

ଜୁନ୍‌ ମାସରେ ବାହାଘର, ଅଗଷ୍ଟରେ ଆତ୍ମହତ୍ୟା। ଶାଶୁ ଘର ଲୋକଙ୍କ ନିର୍ଯାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି। ମୃତକ ନବବଧୁ ହେଲେ ନିଆଳିର ପ୍ରଜ୍ଞା ପାରାମିତା ସ୍ୱାଇଁ। ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ, ଗତ ଜୁନ ୮ ତାରିଖରେ  ପଟିଆରେ ରହୁଥିବା ପ୍ରଶାନ୍ତ ପାତ୍ରଙ୍କ ସହ ପ୍ରଜ୍ଞାଙ୍କ ବାହାଘର ହୋଇଥିଲେ। ଜୁନ୍‌ ୧୮ ତାରିଖରେ ପ୍ରଜ୍ଞାଙ୍କ ଦାନ୍ତରେ ଯନ୍ତ୍ରଣା ହୋଇଥିଲା। ଏହାପରେ ଶାଶୁ ଘର ଲୋକ ତାଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ। ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଥିବା ଡାକ୍ତର କହିଥିଲେ। ପରେ ପ୍ରଜ୍ଞାଙ୍କୁ ନେଇ ଯିବା ପାଇଁ ତାଙ୍କ ବାପ ଘର ଲୋକଙ୍କୁ ଜଣାଇ ଦିଆଯାଇଥିଲା। ଅନ୍ୟ ଏକ ହସ୍ପିଟାଲ୍‌ରେ ପ୍ରଜ୍ଞାଙ୍କ ଚିକିତ୍ସା କରାଯାଇଥିଲା ଓ ସେଥିରୁ ଜଣାପଡ଼ିଥିଲା ତାଙ୍କୁ କ୍ୟାନ୍ସର ହୋଇନାହିଁ। ତାଙ୍କର ଦାନ୍ତ ପୋକ ଖାଇଥିଲା।

ଏହାପରେ ପ୍ରଜ୍ଞାଙ୍କୁ ନେଇ ଯିବା ଲାଗି ପରିବାର ଲୋକେ ତାଙ୍କ ଶାଶୁ ଘର ଲୋକଙ୍କୁ କହିଥିଲେ। ହେଲେ ସେମାନେ ଆଉ ତାଙ୍କୁ ଗ୍ରହଣ କଲେ ନାହିଁ କି ତାଙ୍କ ସହ କୌଣସି ଯୋଗାଯୋଗ ରଖିଲେ ନାହିଁ।  ଶାଶୁଘର ଲୋକ ଘରୁ ବାହାର କରି ଦେବା ପରେ ପ୍ରଜ୍ଞା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଶେଷରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। 

Advertisment
Woman Found Dead Woman Found Hanging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ