Advertisment

ଦେଢ଼ ଲକ୍ଷ ଟଙ୍କା ପାଇଁ ନବବଧୂର ଜୀବନ ନେଇଗଲେ ଶାଶୁ ଘର ଲୋକେ !

ଏତେ ଆଇନ୍‌ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରିବାର ନାଁ ଧରୁନି। ସାମାନ୍ୟ କିଛି ଯୌତୁକ ପାଇଁ ନୀରିହ ଜୀବନ ଚାଲି ଯାଉଛି ।

ଅଦ୍ୟତନ ହୋଇଛି
Newly-wed 'killed' over dowry demands in Nayagarh

Newly-wed 'killed' over dowry demands in Nayagarh

Advertisment

ବାପ ଘର ଛାଡ଼ି ପରକୁ ଆପଣାର କରି ଦେଖିଥିଲେ ଅନେକ ସ୍ୱପ୍ନ। ଯେଉଁ ପରିବାରକୁ ନିଜର ଭାବି ଆପଣାଇ ଥିଲେ ଦିନେ ସେଇ ପରିବାରର ସଦସ୍ୟ ତାଙ୍କର ଜୀବନ ନେଇଗଲେ। ଏତେ ଆଇନ୍‌ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରିବାର ନାଁ ଧରୁନି। ସାମାନ୍ୟ କିଛି ଯୌତୁକ ପାଇଁ ନୀରିହ ଜୀବନ ଚାଲି ଯାଉଛି । ୧୬ ମାସର ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବବଧୂଙ୍କୁ ତାଙ୍କ ଶାଶୁ ଘର ଲୋକେ ହତ୍ୟା କରିଥିବା ବାପ ଘର ଲୋକେ ଅଭିଯୋଗ ଆଣିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କୋଟଣିଶିଳା ଗାଁରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ରାଜସୁନାଖଳା ପଞ୍ଚାୟତ ରମାବିଲ ଗାଁର ଘନଶ୍ୟାମ ବରାଡ଼ଙ୍କ ବଡ଼ ଝିଅ ବିଜୟ ଲକ୍ଷ୍ମୀ ବରାଡ଼ କୋଟଣୀଶିଳା ଗାଁର ଭୀମସେନ ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ। ୧୬ ମାସ ପୂର୍ବେ ବିଜୟଲକ୍ଷ୍ମୀଙ୍କ ବିବାହ ହୋଇଥିଲା। ବାପ ଘର ଲୋକଙ୍କ ଅଭିଯୋଗ ଅନୁସାରେ, ବିବାହ ବେଳେ ବିଜୟଲକ୍ଷ୍ମୀଙ୍କ ପରିବାର ପକ୍ଷରୁ ୬ ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିଲା। ଏହାପରେ ପୁଣି ଦେଢ଼ ଲକ୍ଷ ଟଙ୍କା ଶାଶୁ ଘର ଲୋକେ ଦାବି କରିଥିଲେ। 

ଏଥିରେ ଅସମର୍ଥତା ପ୍ରକାଶ କରିବାରୁ ଶାଶୁ ଘର ଲୋକେ ତାଙ୍କୁ ହତ୍ୟା କରିଥିବା ବିଜୟଲକ୍ଷ୍ମୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତ କିଛିଦିନ ପୂର୍ବେ ବିଜୟଲକ୍ଷ୍ମୀ ପୋଲିସ୍‌ ଏସଆଇ ପରୀକ୍ଷା ଦେଇଥିଲେ। ତାଙ୍କର ଏକ ୬ ମାସର ଶିଶୁ ପୁତ୍ର ଅଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Dowry Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ