Advertisment

ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯିବା ଘଟଣାରେ ଟ୍ୱିଷ୍ଟ୍‌: ପ୍ରେମିକ ମାନିଲା ପ୍ରେମ ସମ୍ପର୍କ, ହେଲେ...

ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ନିଜ ପ୍ରେମିକର ନାଁ ନେଇଥିଲେ ଓ ସେ ତାଙ୍କୁ ପୋଡ଼ି ଦେଇଥିବା କହିଥିଲେ। ହେଲେ ଅଭିଯୁକ୍ତ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

ଅଦ୍ୟତନ ହୋଇଛି
ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯିବା ଘଟଣାରେ ଟ୍ୱିଷ୍ଟ୍‌: ପ୍ରେମିକ ମାନିଲା ପ୍ରେମ ସମ୍ପର୍କ, ହେଲେ...

Alleged murder of young girl

Advertisment

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗାଁରେ ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯିବା ଘଟଣାରେ ଛାନଭିନ୍ ଚାଲିଛି।ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ପ୍ରେମିକା ସହ କୌଣସି କଥା କଟାକଟିକୁ ନେଇ ପ୍ରେମିକ ଏଭଳି ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ସୂଚନା ମିଳିଛି। ଏପରିକି ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ନିଜ ପ୍ରେମିକର ନାଁ ନେଇଥିଲେ ଓ ସେ ତାଙ୍କୁ ପୋଡ଼ି ଦେଇଥିବା କହିଥିଲେ। ହେଲେ ଅଭିଯୁକ୍ତ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଗିରଫ ଯୁବକ ହେଲେ ପ୍ରତାପୁରର କୃଷ୍ଣଚନ୍ଦ୍ର ସାହୁ।

Advertisment

କୃଷ୍ଣଚନ୍ଦ୍ର ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବାହାଘର ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। ହେଲେ ପରେ ଏହା ଭାଙ୍ଗି ଯାଇଥିଲା। ତଥାପି ଯୁବତୀଙ୍କୁ ଫୋନ୍ କରି କୃଷ୍ଣଚନ୍ଦ୍ର ହଇରାଣ କରୁଥିଲା ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି। ଏପରିକି କୃଷ୍ଣଚନ୍ଦ୍ର ପରିବାର ଲୋକଙ୍କୁ ଫୋନ୍ କରି ଧମକ ଚମକ ଦେଉଥିଲା ବୋଲି ଯୁବତୀଙ୍କ ବାପା କହିଛନ୍ତି। 

ଅଭିଯୋଗକୁ ଖଣ୍ଡନ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ର କହିଛି, ‘ମୁଁ ଏଥିରେ ଆଦୌ ସମ୍ପୃକ୍ତ ନୁହେଁ। ଅନ୍ୟ ସ୍ଥାନରେ ଥିଲି। ସେ ଯେଉଁ ଅଟୋରେ ଆସୁଥିଲେ, ସେ ଡ୍ରାଇଭର ଜାଣିଥିବ। ତାର(ଯୁବତୀ) ମାନସିକ ରୋଗ ଥିଲା ଓ ପୂର୍ବରୁ ମୋତେ ବିଷ ଦେଇଥିଲେ। ଏସମ୍ପର୍କରେ ତାଙ୍କ ସାନ ଭଉଣୀ ସବୁ ଜାଣିଛନ୍ତି। ୨୦୧୫ରୁ ଆମ ଭିତରେ ପ୍ରେମ ସଂପର୍କ ଚାଲିଥିଲା। ତା’ର ସବୁବେଳେ ସନ୍ଦେହ ଥିଲା ମୋର ଆଉ କେଉଁଆଡ଼େ ଆଫାୟର୍ସ ଚାଲିଛି। ବାପାମା’ ତା’ କଥା ଚିନ୍ତା ନକରି ତା’ ସାନ ଭଉଣୀକୁ ବିବାହ କରେଇ ଦେବାରୁ ସେ ଚିନ୍ତାରେ ଥିଲା।’

Advertisment

କୃଷ୍ଣ ତାଙ୍କୁ ସ୍ପିରିଟ୍‌ ଢାଳି ଜାଳି ଦେଇଥିବା ମୃତ୍ୟୁ ପୂର୍ବରୁ ସମ୍ପୃକ୍ତ ଯୁବତୀ କହିଥିଲେ। ଯୁବତୀ କହିଥିଲେ, ‘କୃଷ୍ଣଚନ୍ଦ୍ର ସାହୁ, ପ୍ରତାପୁର...ଗୌଡ଼ସାହି। ମୋତେ ସେ ଭଲ ପାଉଥିଲା। ମୋତେ ସେ ନିଆଁ ଲଗାଇ ଦେଇଛି। ମୁଁ କହିଲି ଆମେ ବାହ ହେବା। ସେ କହିଲା ହଁ ଆମେ ବାହା ହେବା। ଆଉଥରେ କହିଲା ବାହା ହେବାନି। ମୁଁ କହିଲି କାହିଁକି ବାହା ହେବାନି ? ସେ କହିଲା ମୋର ମାମୁ ଝିଅ ସହ ବାହାଘର ଠିକ୍‌ ହୋଇଛି। ସ୍ପିରିଟ୍‌ ପକାଇ ନିଆଁ ଲଗାଇ ଦେଲା’।

Advertisment

ଗତକାଲି ପ୍ରତାପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ କୃଷ୍ଣଚନ୍ଦ୍ର ଓ ଉକ୍ତ ଯୁବତୀ କଥାବାର୍ତ୍ତା ହେଉଥିଲେ। କିନ୍ତୁ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ର, ଯୁବତୀଙ୍କ ଉପରକୁ କିଛି ଦହନଶୀଳ ପଦାର୍ଥ ଫୋପାଡି ଦେଇଥିଲେ। ଏଥିରେ ଯୁବତୀଙ୍କର ଶରୀରର ପ୍ରାୟ ୮୦ରୁ ୯୦% ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

Burnt Alive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ