Advertisment

ସାଇବର ଅପରାଧୀଙ୍କ ନୂଆ ପ୍ଲଟ ଟେଲିଗ୍ରାମ-ହ୍ୱାଟ୍ସଆପ କଲ୍; ଆଖିପିଛୁଳାକେ ଆକାଉଣ୍ଟ ଖାଲି

ସାଇବର ଅପରାଧୀଙ୍କ ନୂଆ ପ୍ଲଟ ପାଲଟିଛି ଟେଲିଗ୍ରାମ ସହ ହ୍ବାଟ୍ସଆପ କଲ । ଏଭଳି ଅଭିଯୋଗ ନେଇ ପ୍ରତ୍ୟେକ ଦିନ ସାଇବର ଥାନାରେ ଲାଗୁଛି ଗହଳି । ବିଗତ ୩ ମାସ ମଧ୍ୟରେ ପାଖାପାଖି ୧୮ କୋଟି ଟଙ୍କା ସାଇବର ଅପରାଧୀ ଲୁଟି ନେଇଥିବା ଜଣାପଡିଛି ।

ଅଦ୍ୟତନ ହୋଇଛି
Cybercrime

Cybercrime

Advertisment

ସବୁ ଅପରାଧକୁ ଟପିଗଲାଣି ସାଇବର ଅପରାଧ । କେବଳ ଭୁବନେଶ୍ବରରୁ ୩ ମାସ ମଧ୍ୟରେ ପାଖାପାଖି ୧୮ କୋଟି ଟଙ୍କାର ଚଳୁ କରିସାରିଲେଣି ସାଇବର ଲୁଟେରା । ହ୍ବାଟ୍ସଆପ ହେଉ ଅବା ଟେଲିଗ୍ରାମ, ସବୁ ସାଇଟ ଉପରେ ନଜର ପକାଇ ବସିଛନ୍ତି ଲୁଟେରା । ଆଖି ପିଛୁଳାକେ ଲୁଟି ନେଇଯାଉଛନ୍ତି କୋଟି କୋଟି ଟଙ୍କା।

Advertisment

ବଢି ଚାଲିଛି ସାଇବର ଅପରାଧ । ସୀମା ଟପିଲେଣି ଅପରାଧୀ । ଟେଲିଗ୍ରାମ ହେଉ ବା ହ୍ବାଟ୍ସଆପ,  ଗୁଗୁଲ ସାଇଟରେ ବି ଛକି ବସିଛନ୍ତି ସାଇବର ଲୁଟେରା। ସାମାନ୍ୟ ଅସାବଧାନ ହେଲେ ପୋଛି ଦେବେ ବ୍ୟାଙ୍କ ଆକାଉଣ୍ଟ। ଟେଲିଗ୍ରାମ ଠକେଇ ନେଇ ବାରମ୍ବାର ଅଭିଯୋଗ ସାମ୍ନାକୁ ଆସୁଛି। ଏବେ ଆଉ ଏକ ନୂଆ ସାଇବର ଠକେଇ ଶୀକାର ହେଉଛନ୍ତି ଲୋକେ ।

ବ୍ୟାଟେରୀ ଚାଳିତ ସାଇକେଲ ସଜାଡିବା ପାଇଁ କଂପାନୀର ମେକାନିକର ଫୋନ ନମ୍ବର ଗୁଗୁଲ ୱେବସାଇଟରୁ ବାହାର କରି ହଟହଟା ହୋଇଛନ୍ତି ଜଣେ ବ୍ୟକ୍ତି। ସାଇବର ଠକ ନିଜର ନମ୍ବର ରଖି ଲୋକଙ୍କୁ ଚୂନ ମାରୁଛି । ସର୍ଭିସ ଚାର୍ଜ ଆଳରେ ୟୁପିଆଇ ଲିଙ୍କ ପାଇବା ମାତ୍ରେ ସବୁ ସଫା କରି ନେଇ ଯାଉଛି ଟଙ୍କା । ଟଙ୍କା ନଦେଲେ ଧମକ ମଧ୍ୟ ଦେଉଛି ସାଇବର ଠକ ।ଏଭଳି ଅଭିଯୋଗ ନେଇ ପ୍ରତ୍ୟେକ ଦିନ ସାଇବର ଥାନାରେ ଲାଗୁଛି ଗହଳି ।

Advertisment

ବିଗତ ୩ ମାସ ମଧ୍ୟରେ ପାଖାପାଖି ୧୮ କୋଟି ଟଙ୍କା ସାଇବର ଅପରାଧୀ ଲୁଟି ନେଇଥିବା ଜଣାପଡିଛି । ସବୁ ବର୍ଗର ଲୋକେ ସାଇବର ଅପରାଧୀଙ୍କ ଜାଲରେ ପଡୁଛନ୍ତି। ଉଚ୍ଚ ଶିକ୍ଷିତ ମାନେ ହିଁ ସାଇବର ଅପରାଧର ଶୀକାର ହୋଇ ସର୍ବସ୍ବ ହରାଉଛନ୍ତି । ଯାହାକୁ ନେଇ ବାରମ୍ବାର ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ସାଇବର ଅପରାଧରୁ ବର୍ତ୍ତିବା ପାଇଁ ଗୋଟିଏ ମାତ୍ର ବାଟ ସଚେତନତା। ପୋଲିସ ବହୁ ମାମଲାରେ ସାଇବର ଅପରାଧୀଙ୍କୁ ବାନ୍ଧିଲାଣି । ହେଲେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବା କଷ୍ଟକର ହେଉଛି।

Odisha Police Loot Cyber Crime Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ