Advertisment

ଧରାପଡ଼ିଲେ ‘କାର୍ ସ୍କାମ୍’ ମାଷ୍ଟରମାଇଣ୍ଡ, ଠକିଛନ୍ତି ୪୦ କୋଟିରୁ ଅଧିକ ଟଙ୍କା

ରିହାତିରେ କାର୍। ଡିସକାଉଣ୍ଟରେ ବ୍ରାଣ୍ଡ୍ ନ୍ୟୁ। ୧୮ ଲକ୍ଷର କାର୍ ମାତ୍ର ୯ ଲକ୍ଷରେ। ବାସ୍ ଏମିତି କିଛି ବିଜ୍ଞାପନ, ଏମିତି କିଛି ପ୍ରଚାର କରି ଏହି ଦମ୍ପତି ଠକି ନେଇଛନ୍ତି ୪୦ କୋଟି।

undefined

Car Scam

Advertisment

ଧରାପଡ଼ିଲେ କାର୍ ସ୍ମାମର ମାଷ୍ଟରମାଇଣ୍ଡ୍ ବଣ୍ଟି ଔର୍ ବବଲି ଯୋଡ଼ି। ଶତାଧିକ ଲୋକଙ୍କୁ ଚୂନ ଲଗାଇ ୪୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଏହି ଦଂପତି । କାହାଠୁ ୫ କୋଟି ତ, ପୁଣି କାହାଠୁ ୩ କୋଟି। ୧୫-୧୬ ଲକ୍ଷର କାର୍‌କୁ ମାତ୍ର ୬-୭ ଲକ୍ଷ ଟଙ୍କାରେ ଦେବାକୁ ପ୍ରତିଶ୍ରୁତି ଦେଇ ଠକିଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ମାମଲାରେ ଜଣେ ପୋଲିସ୍ SIଙ୍କୁ ଦିଆଯାଇଥିବା ୨୦ ଲକ୍ଷ ଟଙ୍କାର ଚେକ୍‌କୁ ନେଇ ବଢ଼ିଛି ସନ୍ଦେହ।

Advertisment

ରିହାତିରେ କାର୍। ଡିସକାଉଣ୍ଟରେ ବ୍ରାଣ୍ଡ୍ ନ୍ୟୁ। ୧୮ ଲକ୍ଷର କାର୍ ମାତ୍ର ୯ ଲକ୍ଷରେ। ବାସ୍ ଏମିତି କିଛି ବିଜ୍ଞାପନ, ଏମିତି କିଛି ପ୍ରଚାର କରି ଏହି ଦମ୍ପତି ଠକି ନେଇଛନ୍ତି ୪୦ କୋଟି। ରାଜଧାନୀର ଛାତି ଉପରେ ମାସ ମାସ ଧରି ଚାଲିଥିବା ସ୍କାମ୍ ଉପରୁ ଏବେ ପରଦା ହଟିବାରେ ଲାଗିଛି। ସ୍ୱାମୀ ଅକ୍ଷୟ ଗୌଡ଼, ସ୍ତ୍ରୀ ଉଷାରାଣୀ ବାରିକ । ଏକାଧିକ ବ୍ୟକ୍ତିଙ୍କୁ କାର୍ ଲୋଭ ଦେଖାଇ ଚୂନ ଲଗାଇଛନ୍ତି । ଯାହାର ପ୍ରମାଣ ହେଉଛି କୋର୍ଟ ପେପରରେ ହୋଇଥିବା ଅନେକ ଚୁକ୍ତିପତ୍ର । ଯେଉଁଥିରେ ପ୍ରଥମ ଓ ଦ୍ୱିତୀୟ ପକ୍ଷ ହିସାବରେ ସ୍ୱାମୀ-ସ୍ତ୍ରୀ ରହିଥିବା ବେଳେ ତୃତୀୟ ପକ୍ଷ ହେଉଛନ୍ତି ଗ୍ରାହକ । ଆଉ ଏହି ତାଲିକାକୁ ଦେଖିଲେ ଯାହାର ବି ହୋସ୍ ଉଡ଼ିଯିବ। କାହାଠୁ ୫ କୋଟି ତ, କାହାଠୁ ୩ କୋଟିରୁ ଅଧିକ ଟଙ୍କା ନିଆଯାଇଛି । ତା ଛଡ଼ା ଟଙ୍କା ଫେରାଇ ଦେବା ପାଇଁ କିସ୍ତି ଓ ତାରିଖ ବି ଧାର୍ଯ୍ୟ ହୋଇଛି । ଆଉ ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ଫେରାଇ ନପାରିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବୁ ବୋଲି ଏଠିରେ ଉଲ୍ଲେଖ ରହିଛି।

ଭୁବନେଶ୍ୱରଠୁ ବାଲେଶ୍ୱର, ନୟାଗଡ଼ଠୁ କେନ୍ଦ୍ରାପଡ଼ା ଯାଏଁ ଲମ୍ବିଥିଲା ଏହି କାର୍ ଠକେଇର ଜାଲ୍। ନୂଆ କାରକୁ ଶସ୍ତାରେ କିଣିବାକୁ ଗ୍ରାହକ ଯେତେ ଭିଡ଼ କରୁଥିଲେ, ଏମାନଙ୍କ ଠକାମୀର ପରିସୀମା ସେତେ ବଢ଼ିଥିଲା। ଭୁବନେଶ୍ୱର ଜାଗମରା ଅଞ୍ଚଳରେ ଏକ ସେକେଣ୍ଡ୍ ହ୍ୟାଣ୍ଡ୍ କାର୍ ଶୋ’ରୁମ୍ କରି ଠକେଇର ଜାଲ ବିଛାଉଥିଲେ। ଲୋକଙ୍କୁ ଶସ୍ତାରେ କାର୍ ଦେବାକୁ କହି ପ୍ରଲୋଭିତ କରିବା, କିଛି କାରକୁ ଶସ୍ତାରେ ବିକ୍ରି କରି ବିଶ୍ୱାସଭାଜନ କରିବା ଥିଲା ମୁଖ୍ୟ ଫର୍ମୁଲା। ଏହାପରେ ଟଙ୍କା ହାତରେ ପଡ଼ିବା ପରେ ତାରିଖ ପରେ ତାରିଖ ବଦଳାଇ ଫେରାର ମାରିଥିଲେ ଦୁଇ ଜଣ।

Advertisment

ଏହା ଭିତରେ ୨୦ ଲକ୍ଷ ଟଙ୍କାର ଏକ ଚେକ୍ ଟ୍ରାଞ୍ଜାକସନକୁ ନେଇ ସନ୍ଦେହ ବଢ଼ିଛି। ନୟାଗଡ଼ ଜିଲ୍ଲାର ଜଣେ ପୋଲିସ୍ SI ସ୍ମୃତିରଞ୍ଜନ ମହାନ୍ତି କାଳେ ଧମକଚମକ ଦେବାରୁ ତାଙ୍କୁ ୨୦ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ ଏହି ସ୍କାମଷ୍ଟର୍ ଦମ୍ପତି। ଏନେଇ ସେ ନୟାଗଡ଼ ଏସପିଙ୍କୁ ଚିଠି ଲେଖି ଜଣାଇଥିଲେ। ହେଲେ SI ସ୍ମୃତିରଞ୍ଜନ କାର୍ କିଣିବାକୁ ଟଙ୍କା ଦେଇଥିଲେ ନା ଆଉ କ’ଣ ପାଇଁତାହା ସ୍ପଷ୍ଟ ହୋଇନି। ନୟାଗଡ଼ ଏସପି କିମ୍ବା SI ସ୍ମୃତିରଞ୍ଜନଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନି।

Bhubaneswar Odisha Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ