Advertisment

ନେହା ହତ୍ୟା ପଛରେ ଲଭ୍-ଜିହାଦ! ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି

ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିଲା। ଏପ୍ରିଲ ୧୮ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ଫୟାଜକୁ ଗିରଫ କରିଛି ପୋଲିସ । ତେବେ ଏହାକୁ ନେଇ କର୍ଣ୍ଣାଟକ କଂଗ୍ରେସ ସରକାର ବିରୋଧରେ ବିଜେପି ଗର୍ଜିଥିବା ବେଳେ, ଆଜି ବନ୍ଦ ଡାକରା ଦିଆଯାଇଛି ।

ଅଦ୍ୟତନ ହୋଇଛି
Karnataka BJP calls for state-wide protests

Karnataka: BJP, Muslim organisations to hold bandh

Advertisment

କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା। ଲଭ୍-ଜିହାଦ ଅଭିଯୋଗ ଆଣିବା ସହ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି। ଆଜି କୌଣସି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ନକରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ନିଷ୍ପତ୍ତି ନେଇଛି ଦଳ।

Advertisment

ହୁବଲି ଧାରୱାଡର କଂଗ୍ରେସ କର୍ପୋରେଟର ନିରଞ୍ଜନ ହେରମାଥଙ୍କ ଝିଅ ନେହାଙ୍କୁ କଲେଜ କ୍ୟାମ୍ପସରେ ଦିନ ଦ୍ବିପହରରେ ଲଗାତାର ଛୁରି ଭୁସି ହତ୍ୟା କରିଥିଲା ପୂର୍ବତନ ପ୍ରେମିକ ଫୟାଜ । ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିଲା। ଏପ୍ରିଲ ୧୮ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ଫୟାଜକୁ ଗିରଫ କରିଛି ପୋଲିସ । ତେବେ ଏହାକୁ ନେଇ କର୍ଣ୍ଣାଟକ କଂଗ୍ରେସ ସରକାର ବିରୋଧରେ ବିଜେପି ଗର୍ଜିଥିବା ବେଳେ, ଆଜି ବନ୍ଦ ଡାକରା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: BJPକୁ ସୁନୀତା କେଜ୍ରିୱାଲଙ୍କ ଟାର୍ଗେଟ୍; କହିଲେ ସ୍ୱାମୀଙ୍କୁ ଜେଲରେ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର

Advertisment

ସେପଟେ ହତ୍ୟାକାଣ୍ଡର ନିନ୍ଦା ଓ ମୃତକଙ୍କୁ ସମବେଦନା ଜଣାଇ ମୁସଲିମ୍ ସଂଗଠନ ବି ଦେଇଛି କର୍ଣ୍ଣାଟକ ବନ୍ଦ ଡାକରା। ଧାରୱାଡ଼ ଅଞ୍ଜୁମନ-ଇ-ଇସଲାମିଆ ପକ୍ଷରୁ ଦିନ ୧୦ଟାରୁ ଅପରାହ୍ଣ ୩ଟା ଯାଏଁ ସମସ୍ତ ଦୋକାନ, ଗ୍ୟାରେଜ, ଫଳ ଓ ମାଂସ ଦେକାନ, ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍ଗ ଆଦି ବନ୍ଦ ରଖିବାକୁ ନିବେଦନ କରାଯାଇଛି।
ଗତକାଲି ନେହାଙ୍କ ବାପା ତଥା କଂଗ୍ରେସ କର୍ପୋରେଟର ନିରଞ୍ଜନ ଏବଂ ଅନ୍ୟ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ତଥା ଧରାୱାଡ଼ ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଯୋଶୀ ।

BJP BJP Protest Murder Case Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ