Advertisment

ପଲିଗ୍ରାଫ୍‌ ଟେଷ୍ଟରେ କେଉଁ ୨୬ ପ୍ରଶ୍ନର ଉତ୍ତର ହଁ-ନାରେ ଦେଇଥିଲା ଗୋପାଳ?

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ? ପଲିଗ୍ରାଫ୍‌ ଟେଷ୍ଟରେ ପଚରାଯାଇଥିଲା ୨୬ ପ୍ରଶ୍ନ...୧୩ ପ୍ରଶ୍ନର ଉତ୍ତର ହଁ ଦେଇଥିଲା ଆଉ ୧୩ର ଦେଇଥିଲା ନା

ଅଦ୍ୟତନ ହୋଇଛି
Naba Das Murder Case

Naba Das Murder Case

Advertisment

ନବଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ପଲିଗ୍ରାଫ୍‌ ଟେଷ୍ଟକୁ କଣ ପଚରାଯାଇଥିଲା? କଣ ଥିଲା ସେହି ୨୬ଟି ଚର୍ଚ୍ଚିତ ପ୍ରଶ୍ନ ? କେଉଁ ୧୩ ପ୍ରଶ୍ନର ହଁ ଏବଂ କେଉଁ ୧୩ ପ୍ରଶ୍ନ ଉତ୍ତର ନା ଦେଇଥିଲା ଗୋପାଳ । ଟେଷ୍ଟ ରିପୋର୍ଟରେ ସେମିତି ବ୍ୟତିକ୍ରମ ଦେଖିବାକୁ ମିଳିନଥିବା ବେଳେ ସବୁ ପ୍ରଶ୍ନର ଉତ୍ତର ଠିକ୍‌ଠିକ୍‌ ଦେଇଥିବା ରିପୋର୍ଟ କହୁଛି । ତେବେ କଣ ଥିଲା ସେହି ୨୬ ପ୍ରଶ୍ନ?

Advertisment

ପ୍ରଶ୍ନ- ୨୦୧୦ରେ ନବଦାସଙ୍କ ଟଙ୍କା ଭରା ଗାଡିକୁ ରୋକିବାରୁ ନବଦାସ ଗେପାଳ ଉପରେ ରାଗିଥିଲେ କି?

ଉତ୍ତର-ହଁ

ପ୍ରଶ୍ନ- ନବଦାସଙ୍କ ଲୋକଙ୍କୁ ମାରପିଟ କରିବା ଓ ଗାଳି କରିବା ଯୋଗୁଁ ସେ ରାଗ ରଖିଥିଲେ କି?

Advertisment

ଉତ୍ତର- ହଁ

ପ୍ରଶ୍ନ- ମନ୍ତ୍ରୀଙ୍କ ଲୋକ ମାରିବାକୁ ଧମକ ଦେଇଥିଲେ କି?

ଉତ୍ତର- ହଁ

ପ୍ରଶ୍ନ- ନବଦାସଠାରୁ ବଦଲା ନେବ ପାଇଁ ତାଙ୍କୁ ମାରିବାକୁ ଯୋଜନା କରିଥିଲେ କି?

ଉତ୍ତର- ହଁ

ପ୍ରଶ୍ନ- ନବଦାସକୁ ହତ୍ୟା ପାଇଁ ମାନସିକ ରୋଗ ଲାଗି ଖାଉଥିବା ଔଷଧ ବନ୍ଦ କରିଦେଇଥିଲେ କି?

ଉତ୍ତର- ହଁ

ପ୍ରଶ୍ନ- ମନୋଜ ବରିଆ ନବଙ୍କ ଡରାଇ ଥିଲା କି?

ଉତ୍ତର- ହଁ

ପ୍ରଶ୍ନ- ନବଙ୍କୁ ହତ୍ୟା ପୂର୍ବରୁ ଦୁଇଥର ମାରିବା ପାଇଁ ଯୋଜନା କରିଥିଲ କି?

ଉତ୍ତର- ହଁ

ଗୋପାଳକୁ କିଛି ଏମିତି ପ୍ରଶ୍ନ ପଚାରିଯାଇଥିଲା, ଯାହାର ଉତ୍ତର ଗୋପାଳ ହଁ ଦେଇଥିଲା । ତେବେ ଏହି ସବୁ ପ୍ରଶ୍ନର ଉତ୍ତର ନା ଦେଇଥିଲା ଗୋପାଳ...

Advertisment

ପ୍ରଶ୍ନ- ପୁତୁରାକୁ ଚାକିରି ନଦେବାରୁ ନବଙ୍କୁ ହତ୍ୟା କଲେ କି ଗୋପାଳ?

ଉତ୍ତର- ନା

ପ୍ରଶ୍ନ- ଆପଣଙ୍କୁ କେହି ରାଜନୈତିକ ନେତା ପ୍ରବର୍ତ୍ତାଇ ଥିଲେ କି?

ଉତ୍ତର- ନା

ପ୍ରଶ୍ନ- ନକ୍ସଲଙ୍କ ସହ ମିଶି କିମ୍ବା ବରିଷ୍ଠ ଅଧିକାରୀ ନବଙ୍କୁ ହତ୍ୟା କରିବାକୁ ଦାୟିତ୍ୱ ଦେଇଥିଲେ କି?

ଉତ୍ତର- ନା

ପ୍ରଶ୍ନ- ନବଙ୍କ ବିରୋଧୀଗୋଷ୍ଠୀଙ୍କ ସହ ମିଶି ମାରିବା ଲାଗି ପ୍ଲାନ୍‌ ହୋଇଥିଲା କି?

ଉତ୍ତର- ନା

ପ୍ରଶ୍ନ- ନବଙ୍କୁ ମାରିବା ପରେ ସଜାରୁ ବର୍ତ୍ତିବା ପାଇଁ ନିଜକୁ ମାନସିକ ରୋଗୀ ବୋଲି ଦର୍ଶାଇଥିଲେ କି?

ଉତ୍ତର- ନା

ପ୍ରଶ୍ନ- ନବଦାସ ତୁମକୁ ମାରିବାକୁ ଧମକ ଦେଇଥିଲେ କି?

ଉତ୍ତର- ନା

ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ ଗୋପାଳ ଗିରଫ ହେବା ପରେ ତାଙ୍କର ପଲିଗ୍ରାଫ୍‌ ଟେଷ୍ଟ ହୋଇଥିଲା । ଆଉ ତାଙ୍କୁ ଏମିତି କିଛି ପ୍ରଶ୍ନ କରାଯାଇଥିଲା । ଯାହାର କିଛି ଉତ୍ତର ସେ ହଁ କରିଥିବା ବେଳେ ଆଉ କିଛି ପ୍ରଶ୍ନର ଉତ୍ତର ନା ଦେଇଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଓଟିଭି

Naba Das Polygraph Test
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ