Naba Das murder
ଚାର୍ଜସିଟରୁ ଆସିଲା ସାଂଘାତିକ ତଥ୍ୟ। ଗୋପାଳ ଏକା ହିଁ ଖଳନାୟକ। ନିଜେ ପ୍ରସ୍ତୁତ କରିଥିଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ। ନବ ଦାସଙ୍କୁ ହତ୍ୟା ଲାଗି ପୂର୍ବ ଯୋଜନା କରିଥିଲା ଗୋପାଳ। ଯୋଜନାରେ ସଫଳ ହେବା ଲାଗି ମା ସମଲେଶ୍ୱରୀଙ୍କ ଦର୍ଶନ କରିଥିଲା। ମନ୍ଦିରରେ ଲଣ୍ଡା ହୋଇ ହତ୍ୟା ପାଇଁ ଶପଥ ନେଇଥିଲା।
କୋର୍ଟରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଦାଖଲ ପାଞ୍ଚ ଶହ ପୃଷ୍ଠାର ଚାର୍ଜସିଟରେ ଉଲ୍ଲେଖ ଅଛି ଯେ ଗୋପାଳ କିଭଳି ନବଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ତେବେ କାହିଁକି ଓ କେମିତି ନବ ସହ ଶତୃତା ସୃଷ୍ଟି ହୋଇଥିଲା ଗୋପାଳର ? ଚାର୍ଜସିଟ୍ କହୁଛି, ଗାଡି ଚେକିଂରୁ ନବଙ୍କ ସହ ଗୋପାଳର ବିବାଦ ଆରମ୍ଭ ହୋଇଥିଲା। ବଡମାଳ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିବାବେଳେ ନବ ଓ ତାଙ୍କ ସମର୍ଥକଙ୍କ ଗାଡିକୁ ଗୋପାଳ ଅଟକାଇଥିଲା। ନିର୍ବାଚନ ସମୟରେ ଗାଡି ଅଟକାଇଥିବାରୁ ନବ ଦାସ ଘଟଣାସ୍ଥଳରେ ହିଁ ଅତ୍ୟନ୍ତ ରାଗିଯାଇଥିଲେ। ନବଙ୍କ ସମର୍ଥକ ଗୋପାଳକୁ ଏନେଇ ଧମକ ଚମକ୍ ଦେଇଥିଲେ। ଯେଉଁଥିରେ ଭୟଭୀତ ହୋଇ ହୋଇ ବିନା ଚେକିଂରେ ଗୋପାଳ ଗାଡିକୁ ଛାଡିଥିଲା। ଗାଡି ସିନା ଛାଡିଦେଇଥିଲା କିନ୍ତୁ ଗୋପାଳ ମନରେ ଜୀବନ ପ୍ରତି ବିପଦ ଥିବା ଭୟ, ବସା ବାନ୍ଧିଥିଲା।
ନବଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ୱ ପାଇଁ ସେ ନିକଟ ଭବିଷ୍ୟତରେ ତାଙ୍କ ସମର୍ଥକଙ୍କ ଦ୍ୱାରା ହତ୍ୟାର ଶିକାର ହେବ ବୋଲି ଭାବିନେଇଥିଲା। ଆଉ ସେହି ଭୟରୁ ଭୀଷଣ ନିଷ୍ପତ୍ତି ନେଇଥିଲା ଗୋପାଳ। ନିଜେ ହତ୍ୟାର ଶିକାର ହେବା ପୂର୍ବରୁ ନବ ଦାସଙ୍କୁ ହତ୍ୟା କରିବ ବୋଲି ମନସ୍ଥ କରିଥିଲା। ଯେଉଁଥିପାଇଁ ସବୁବେଳେ ନିଜ ସର୍ଭିସ ପିସ୍ତଲ ଲୋଡ କରି ରଖୁଥିଲା। ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ବ୍ରଜରାଜନଗରରେ ଗୋପାଳ ହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ମାତ୍ର ଚଳିତ ବର୍ଷ ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲା ଗୋପାଳ।
ତେବେ କ୍ରାଇମ ବ୍ରାଞ୍ଚର ଏ ଚାର୍ଜସିଟ୍ କୁ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆଇନଜୀବୀଙ୍କ ପର୍ଯ୍ୟନ୍ତ କେହି ସହଜରେ ଗ୍ରହଣ କରିପାରିନାହାଁନ୍ତି। କାରଣ ଷଡଯନ୍ତ୍ର କଥା ଉଠୁଥିବାବେଳେ ୧୨୦ B ଲାଗି ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି।...
ଚାର୍ଜସିଟରେ ସଂଲଗ୍ନ ହୋଇଥିବା ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ବୟାନରେ ଉଲ୍ଲେଖ ଅଛି ଯେ ତାଙ୍କ ବାପାଙ୍କୁ ପ୍ରି ପ୍ଲାନଡ ମର୍ଡର କରାଯାଇଛି ବୋଲି। ତେବେ ପ୍ରଶ୍ନ ଉଠୁଛି, ଯଦି ଗୋପାଳ ବାରମ୍ବାର ହତ୍ୟା କରିବାକୁ ଉଦ୍ୟମ କରୁଥିଲା ତାହାଲେ ଗୁଇନ୍ଦା ବିଭାଗ ପାଖରେ ଖବର ପହଞ୍ଚିନଥିଲା କିପରି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏଭଳି ତ୍ରୁଟି, କଣ ଷଡଯନ୍ତ୍ର ଆଡକୁ ଇସାରା କରୁନି କି? ଯାହାକୁ ନେଇ ରାଜନୀତି ତେଜିଛି।
ବିଜେପି ସାଂସଦ ସୁରେଶ ପୂଜାରୀ କ୍ରାଇମ ବ୍ରାଞ୍ଚ ଚାର୍ଜସିଟକୁ ରଦ୍ଦି କାଗଜ କହି ବର୍ଷିଛନ୍ତି। କହିଛନ୍ତି, ତଦନ୍ତ ଗୋପାଳ ଠାରୁ ତଦନ୍ତ ଆରମ୍ଭ କରି ଗୋପାଳ ଠାରେ ଶେଷ କରିଦେଇଛି, ତାଠାରୁ ଆଗକୁ ଗଲା ନାହିଁ। ଯାହାଫଳରେ ମୁଖ୍ୟଦୋଷୀ ମାନେ ଖସିଗଲେ ଓ ପାର୍ଶ୍ୱଦୋଷୀ ଖସିବାକୁ ଯାଉଛି। ଷଡଯନ୍ତ୍ର ଦିଗକୁ କ୍ରାଇମ୍ ବ୍ରାଞ୍ଚ ଅନାବରଣ ନକରିବା ପଛର କାରଣ କଣ ବୋଲି କହି ଟାର୍ଗେଟ କରିଛି କଂଗ୍ରେସ। ବିଜେଡି କହିଛି ସବୁ ଦିଗରୁ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମ ବ୍ରାଞ୍ଚ।...
ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଚାର୍ଜସିଟ୍ ଦାଖଲ ହେବା ପରେ ବି କାହିଁକି ଏହାକୁ ଏବେବି କାହାଣୀ ବୋଲି ଭାବୁଛନ୍ତି ଲୋକେ ଓ ବିରୋଧୀ ଦଳ। ତାହାହିଁ ବଡ଼ ପ୍ରଶ୍ନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689343990.jpg)