Advertisment

ଲକ୍ଷେ ଟଙ୍କାରେ କାର୍ କିଣିଥିଲା ଗୋପାଳ !

କାର୍ ବିକିଥିବା ମାଲିକ ଅରୁଣ ମୁନ୍ଦ୍ରା ଏନେଇ ସୂଚନା ଦେଲେ, ‘ଗତ ନଭେମ୍ବର ୨୫ରେ ଗୋପାଳ ୫୦ ହଜାର ଟଙ୍କା ଦେଇଥିଲା’

Minister Naba Das Naba death case

Minister Naba Das Naba death case

Advertisment

ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରୁ ମିଳିଥିବା କାରକୁ ନେଇ ଚର୍ଚ୍ଚା । ସେ କାରକୁ ଲକ୍ଷେ ଟଙ୍କାରେ ଗୋପାଳ କିଣିଥିଲା ! ଲକ୍ଷେ ଟଙ୍କାରେ ଗୋପାଳ କାର୍ କିଣିଥିବା କହିଲେ କାର୍ ମାଲିକ । କାର୍ ବିକିଥିବା ମାଲିକ ଅରୁଣ ମୁନ୍ଦ୍ରା ଏନେଇ ସୂଚନା ଦେଇଛନ୍ତି । ‘ଗତ ନଭେମ୍ବର ୨୫ରେ ଗୋପାଳ ୫୦ ହଜାର ଟଙ୍କା ଦେଇଥିଲା। ‘ସେବେ ଠାରୁ କାର୍ ନେଇଥିଲା, ଆଉ ୫୦ ହଜାର ଦେବାର ଥିଲା’ । ‘ଆଉ ୫୦ ହଜାର ଦେଇଥିଲେ ମାଲିକାନା ବଦଳିଥାନ୍ତା’।

Advertisment

ତେବେ ଆପଣଙ୍କୁ କ୍ରାଇମବ୍ରାଞ୍ଚ କିଛି ପଚାରିଛି କି ପ୍ରଶ୍ନରେ ମନା କରି ଦେଇଛନ୍ତି କାର୍ ମାଲିକ । ଗୋପାଳ କିଣିଥିବା କାର ସିଦାନ କାର ର ନମ୍ବର ହେଉଛି OR 15 N 4263 । କାରଟି ଏବେ ଗାନ୍ଧି ଛକ ଫାଣ୍ଡି ଭିତରେ ପାର୍କିଂ ହୋଇଛି । ଗାଡ଼ିକୁ ଗୋପାଳ ଦାସ ବ୍ୟବହାର କରୁଥିବା କୁହାଯାଉଛି । କ୍ରାଇମବ୍ରାଞ୍ଚ ସଂପୃକ୍ତ କାରକୁ ମଧ୍ୟ ତଦନ୍ତ ପରିସରକୁ ନେଇଥିବା ସୂଚନା ମିଳିଛି । ସମ୍ବଲପୁର ଆରଟିଓ ଅଧୀନରେ ଏହି ଗାଡ଼ିର ପଂଜୀକରଣ ହୋଇଛି । ଏହାର ଫିଟନେସ୍ ଅବଧି ୨୦୨୪ ଜୁଲାଇ ଯାଏ ରହିଛି । ଏହି କାର୍ ର ବୀମା ନ ଥିଲା ବୋଲି ଜଣାପଡ଼ିଛି ।

ସେପଟେ ଝାରସୁଗୁଡା କ୍ରାଇମ ସ୍ପଟ୍ କୁ ଯିବେ ଜଷ୍ଟିସ୍ ଜେପି ଦାସ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହିତ ଆଲୋଚନା ପରେ ଗଣମାଧ୍ୟମକୁ ଦେଲେ ପ୍ରତିକ୍ରିୟା । ଏଥିସହିତ ତଦନ୍ତର ପରବର୍ତ୍ତି ଦିଗ ଓ ବିଷୟ ଉପରେ ମଧ୍ୟ କ୍ରାଇମବ୍ରାଞ୍ଚକୁ ଗାଇଡ୍ କରିଛନ୍ତି ଜଷ୍ଟିସ ଦାସ। ତେବେ ଆଜି କଣ ସବୁ ଆଲୋଚନା ହୋଇଛି ତାହା ସମ୍ପୂର୍ଣ୍ଣ କନଫିଡେନସିଆଲ୍ ବୋଲି କହିଛନ୍ତି ଜଷ୍ଟିସ ଦାସ ।

Advertisment

ଜଷ୍ଟିସ ଜେ.ପି ଦାସଙ୍କ କଟକ ଘରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଯାଇ ତଦନ୍ତର ବିଭିନ୍ନ ଦିଗ ଓ ବିଷୟ ଉପରେ ଆଲୋଚନା କରିଛନ୍ତି । ନବ ଦାସ ହତ୍ୟା ମାମଲାର ତଦନ୍ତର ତତ୍ତ୍ୱାବଧାନ ଦାୟିତ୍ୱରେ ଅଛନ୍ତି ଜଷ୍ଟିସ ଜେପି ଦାସ । ତଦନ୍ତର ଦିଗ ତଥା ଅନ୍ୟାନ୍ୟ ବିଷୟରେ ଜଷ୍ଟିସ ଦାସ ଗାଇଡ୍ କରିଥିବାବେଳେ ବର୍ତ୍ତମାନ ତଦନ୍ତ କେତେ ବାଟରେ ପହଞ୍ଚିଛି ସେନେଇ ତଥ୍ୟ ଜଣାଇଛନ୍ତି ଅରୁଣ ବୋଥ୍ରା ।

Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ