Advertisment

ମା’ ସହ ୨ ଛୁଆଙ୍କ ରକ୍ତରଂଜିତ ମୃତ୍ୟୁ: ଅଘଟଣ ପଛରେ ଭଡ଼ାଟିଆ ଯୁବକର ସଂପୃକ୍ତି ସନ୍ଦେହ

ସମୟର ଚକ୍ର ଏମିତି ବୁଲିଗଲା ଯେ, ଆଜି ମା’ର ଜୀବନ ଗଲା ଗଲା, ଏହି ଦୁଇ ପିଲା ବି ଚାଲିଗଲେ ଆରପାରିକୁ। ବୁକୁ ଫଟାଇ ଆଈ କାନ୍ଦୁଛନ୍ତି।

ଅଦ୍ୟତନ ହୋଇଛି
undefined

Sonapali Suspense

Advertisment

୪ ଦିନ ପରେ ଏକ ବନ୍ଦ ଘରୁ ମିଳିିଥିବା ୨ ପିଲା ଓ ମା’ର ରକ୍ତରଂଜିତ ମୃତଦେହକୁ ନେଇ ସମ୍ବଲପୁର ସୋନାପାଲିରେ ଚାଞ୍ଚଲ୍ୟ। ମରଣ ପଛର କାରଣ କ’ଣ? ହତ୍ୟା ନା ଆତ୍ମହତ୍ୟା ? ପୋଲିସ ତଦନ୍ତର ୨୪ ଘଣ୍ଟା ପରେ ବି ଲାଗିରହିଛି ରହସ୍ୟ। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ବୋଲି ଜଣାପଡ଼ୁଥିଲେ ବି ହତ୍ୟାକାରୀ କିଏ, ଜଣାପଡୁନି। ମୃତ ମହିଳାଙ୍କ ଘରେ ଭଡ଼ାରେ ଥିବା ଜଣେ ଯୁବକ ଘଟଣା ପରଠୁ ଅନ୍ତର୍ଧ୍ୟାନ ଥିବାରୁ ତାଙ୍କ ଉପରକୁ ପୋଲିସ ସନ୍ଦେହ କରି ଖୋଳତାଡ଼ କରୁଛି।

Advertisment

ନିଷ୍ପାପ...ନୀରିହ ଶିଶୁ ଦୁଇଟି...ବାପ ଯିବା ପରଠୁ ମା’ର ସ୍ନେହ ସରାଗ ପାଇ ବଡ଼ ହେଉଥିଲେ ଧିରେ ଧିରେ...ବିଧବା ମା’ର ପଣତକାନିର ଆଢୁଆଳରେ ରହି ସୁରକ୍ଷିତ ମଣୁଥିଲେ। ହେଲେ ସମୟର ଚକ୍ର ଏମିତି ବୁଲିଗଲା ଯେ, ଆଜି ମା’ର ଜୀବନ ଗଲା ଗଲା, ଏହି ଦୁଇ ପିଲା ବି ଚାଲିଗଲେ ଆରପାରିକୁ। ବୁକୁ ଫଟାଇ ଆଈ କାନ୍ଦୁଛନ୍ତି। କାନ୍ଦି କାନ୍ଦି ବେହୋସ ହୋଇ ଯାଉଛନ୍ତି। ଦୁଇ ନାତି ନାତୁଣୀଙ୍କ ସହ ଝିଅକୁ ଫେରାଇ ଆଣିବାକୁ ନିବେଦନ କରୁଛନ୍ତି। ଅନ୍ତତଃ ଶେଷଥର ପାଇଁ ମନଭରି ଦେଖିବାକୁ। କିନ୍ତୁ ମରଶରୀର ଗୁଡ଼ିକ ଦୁର୍ଗନ୍ଧରେ ଫାଟି ପଡୁଥିବାରୁ ତାଙ୍କୁ ବାରଣ କରୁଛନ୍ତି ସମ୍ପର୍କୀୟ।

ମୃତକ ହେଲେ ସାଜିଆ ପରବିନ, ତାଙ୍କର ୯ ବର୍ଷର ପୁଅ ଏବଂ ୭ ବର୍ଷର ଝିଅ। ସମ୍ବଲପୁର ସୋନାପାଲିର ବନ୍ଦ ଘରୁ ମିଳିଛି ୩ ଜଣଙ୍କ ରକ୍ତରଂଜିତ ମୃତଦେହ। ତେବେ କିଏ ଏମିତି ଦଶା କଲାକେହି କିଛି ଜାଣିପାରୁନାହାଁନ୍ତି। 

Advertisment

ସ୍ୱାମୀଙ୍କ ପରଲୋକ ପରଠୁ ୨ ବର୍ଷ ହେଲା ୨ ପିଲାଙ୍କୁ ଧରି ସୋନାପାଲି ଘରେ ରହୁଥିଲେ ସାଜିୟା। କିନ୍ତୁ ଗତ ପ୍ରାୟ ୪-୫ ଦିନ ହେଲା ସୁଇଚ ଅଫ ହୋଇଯାଇଥିଲା ସାଜିୟାଙ୍କ ମୋବାଇଲ। କୌଣସି ଖୋଜଖବର ନମିଳିବାରୁ ଝାଡ଼ଖଣ୍ଡ ଚକ୍ରଧରପୁରରେ ରହୁଥିବା ମା’ ଓ ସଂପର୍କିୟ ଆସି ଗତକାଲି ଅପରାହ୍ନରେ ପହଞ୍ଚିଥିଲେ ସମ୍ବଲପୁର ଘରେ। ବାହାରପଟୁ ଘର ବନ୍ଦ ଥିବାରୁ ଏବଂ ଭିତରୁ ଦୁର୍ଗନ୍ଧ ଥିବାରୁ ପୋଲିସକୁ ଡକାଇଥିଲେ। ପୋଲିସ ଉପସ୍ଥିତିରେ ଘର ଭାଙ୍ଗିବା ପରେ ଦେଖିବାକୁ ମିଳିଥିଲା ୩ ଜଣଙ୍କ ମୃତଦେହ। ଏପରିକି ଘର ଭିତରେ ଏସି ବି ଚାଲୁଥିଲା। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୩ଟି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ କରାଇଛି।

ତିନି ତିନି ଜଣଙ୍କ ମୃତ୍ୟୁ ଘଟିଲା କେମିତି ? ହତ୍ୟା ନା ଆତ୍ମହତ୍ୟା? ଏଭଳି ପ୍ରଶ୍ନ ଭିତରେ ପଡ଼ୋଶୀଙ୍କ କହିବା କଥା, ସାଜିୟାଙ୍କ ସ୍ୱାମୀଙ୍କ ପରଲୋକ ପରଠୁ 
ସଲମାନ ଅହମ୍ମଦ ନାମକ ଜଣେ ଯୁବକ ତାଙ୍କ ଘରେ ଭଡାରେ ରହୁଥିଲା। ରହଣୀ କାଳ ଭିତରେ ଅନେକ ସମୟରେ ଗଣ୍ଡଗୋଳ ହୋଇଛି। କିଛିଦିନ ପୂର୍ବରୁ ରାସ୍ତା ଉପରେ ପାଟିତୁଣ୍ଡ ହେବା ସହ ପେଟ୍ରୋଲ ଢ଼ାଳି ହୋଇ ଆତ୍ମହତ୍ୟା କରିବାକୁ ସାଜିୟା ଚେତାବନୀ ବି ଦେଇଥିଲେ। ଏଭଳି ନୃଶଂସ କାଣ୍ଡ ପଛରେ ସଲମାନର ସଂପୃକ୍ତି ଥାଇପାରେ ବୋଲି ଆଶଙ୍କା କରାଯାଉଛି। ପୋଲିସ ବି ସେଦିଗରେ ଖୋଳତାଡ଼ କରିବା ସହ ଘଟଣା ପରଠୁ ଅନୁପସ୍ଥିତ ଥିବା ସଲମାନକୁ ଧରିବା ପାଇଁ ତନାଘନା ଜାରି ରଖିଛି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ