Advertisment

ଗେହ୍ଲୁ ମୁଁ ଯାଉଛି କହି ଚିଠି ଲେଖିବା ପରେ...

ଗେହ୍ଲୁ ତୁମକୁ ସ୍ୱାମୀ ରୂପରେ ପାଇ ମୁଁ ବହୁତ ଖୁସୀ । ତୁମେ ବହୁତ ଆଗକୁ ଯାଅ...ତୁମକୁ ଛାଡିଯିବାର ଇଚ୍ଛା ହେଉନି, ହେଲେ ବି ମୁଁ ଯାଉଛି । ବାସ୍‌ ଏତିକି ଚିଠି ଲେଖିବା ପରେ ଜୀବନ ହାରିଦେଲେ ନବବଧୂ । ସେପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପ୍ରକୃତରେ ଘଟଣା ଥିଲା କଣ?

Balasore Bride Death Mystery

Balasore Bride Death Mystery

Advertisment

‘ଗେଲୁ, ତୁମକୁ ପାଇ ମୁଁ ସ୍ବାମୀ ରୂପରେ ସାଙ୍ଗ ପାଇଛି । ତୁମକୁ ଛାଡ଼ି ଯିବାକୁ ଟିକେ ବି ଇଚ୍ଛା ନାହିଁ। କିଛି କାରଣରୁ ଆଜି ମୁଁ ମୋ’ ଜୀବନରେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି । ଏଥିପାଇଁ କେହି ଦାୟୀ ନୁହନ୍ତି। ଗେଲୁ ମୁଁ ସବୁବେଳେ ତୁମ ପରି ସ୍ୱାମୀ ଚାହିଁବି । ଠାକୁର ତୁମକୁ ବହୁତ ଭଲରେ ରଖନ୍ତୁ। ଜୀବନରେ ତୁମେ ବହୁତ ଆଗକୁ ଯାଅ....

Advertisment

ନିଜ ଶେଷ ଚିଠିରେ କିଛି ଏପରି ଲେଖି ଝୁଲି ପଡ଼ିଛନ୍ତି ଜଣେ ନବବଧୂ । ଯାହାକୁ ନେଇ ପୂରା ବାଲେଶ୍ୱର ଜିଲ୍ଲାରେ ଏବେ ଭାରି ଚର୍ଚ୍ଚା । ସହରର ସହଦେବଖୁଣ୍ଟାରେ ଘଟିଛି ଅଭାବନୀୟ ଘଟଣା । ମୃତ ମହିଳା ଜଣକ ହେଉଛନ୍ତି ଇତିଶ୍ରୀ । ଘରର କାନ୍ଥରୁ ଶୁଭବିବାହର ଚିତ୍ର ଲିଭିନି, ହେଲେ ତା ପୂର୍ବରୁ ଲିଭିଗଲା ଇତିଶ୍ରୀଙ୍କ ଜୀବନଦୀପ ।

୩ ବର୍ଷ ପୂର୍ବେ ଇତିଶ୍ରୀ ସହଦେବଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶଙ୍କୁ ବିବାହ କରିଥିଲେ । ବିବାହ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା, ପୁଅ ବୋହୁଙ୍କ ଭିତରେ ସବୁ ଭଲ ଥିଲା । ରାକ୍ଷୀପୂର୍ଣ୍ଣିମା ଥିବାରୁ ବାପଘରକୁ ଯାଇଥିଲେ ଇତିଶ୍ରୀ । ଭାଇଙ୍କ ହାତରେ ରାକ୍ଷୀ ବି ବାନ୍ଧିଥିଲେ । ଖିଆପିଆ କରି ବାପଘରୁ ଶାଶୂଘରକୁ ସେ ଫେରିଥିଲେ । ହେଲେ ତା’ପରଦିନ ହଠାତ୍‌ ଇତିଶ୍ରୀଙ୍କ ମୃତଦେହ ମିଳିବ ବୋଲି କେହି କେବେ କଳ୍ପନା କରିନଥିଲେ ।

Advertisment

ଘଟଣାଟି ଥିଲା କିଛି ଏମିତି । ଗୁରୁବାର ଇତିଶ୍ରୀ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ସ୍ୱାମୀ ଅଫିସକୁ ଯାଇଥିଲେ । ହଠାତ୍‌ ଇତିଶ୍ରୀ ଘରେ ପଶି ଆତ୍ମହତ୍ୟା କରିଥିଲେ । କିନ୍ତୁ କାହିଁକି ଜୀବନ ହାରିବାକୁ ଏମିତି ନିଷ୍ପତ୍ତି ନେଲେ ଇତିଶ୍ରୀ ସେନେଇ କାହା ପାଖରେ କିଛି ଉତ୍ତର ନାହିଁ । ଖବର ପାଇ ଇତିଶ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ । ହେଲେ ଝିଅର ଆତ୍ମହତ୍ୟା କରିଥିବା ଘଟଣାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ବାପଘର ଲୋକେ । ବରଂ ଅଭିଯୋଗ କରିଛନ୍ତି ଶାଶୂଘର ଲୋକେ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ତାଙ୍କ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ମାରିବା ପୂର୍ବରୁ ସୁଇସାଇଡ୍ ନୋଟ୍‌ ଲେଖାଇ ତାଙ୍କୁ ମର୍ଡର କରାଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ ।

ସେପଟେ ଇତିଶ୍ରୀଙ୍କ ସ୍ୱାମୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ବେଳେ ଯା’, ଦେଢଶୁର ଫେରାର ହୋଇ ଯାଇଛନ୍ତି। ଶାଶୂଙ୍କ ଅପେକ୍ଷା ଯା’ ଅଧିକା ନିର୍ଯାତନା ଦେଉଥିବା ଇତିଶ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଇତିଶ୍ରୀଙ୍କର ପୂର୍ବରୁ ଦୁଇଥର ଗର୍ଭପାତ ହୋଇ ସାରିଥିବା ବେଳେ ଏନେଇ ତାଙ୍କ ଯା’ ତାଙ୍କୁ ନାନା ଲାଞ୍ଛନା ଦେଉଥିଲେ। ଏପରିକି କାହିଁକି ହୋଟଲରେ ଖାଇଲୁ, ଭଲ ଡ୍ରେସ ପିନ୍ଧିଲୁ ବୋଲି କହି ବରାମ୍ବାର ଝଗଡା କରୁଥିଲେ। ଶାଶୁ ଶ୍ୱଶୁର ସବୁ ଜାଣି ବି ନୀରବ ରହୁଥିବାରୁ ଝଗଡ଼ା ଉଗ୍ର ରୂପ ନେଉଥିଲା । ଆଉ ଏବେ ଇତିଶ୍ରୀଙ୍କର ଜୀବନ ଗଲା । ତେବେ ପୂରା ଘଟଣାକୁ ନେଇ ପୂରା ଜିଲ୍ଲାରେ ଜୋର ଧରିଛି ଚର୍ଚ୍ଚା ।

Advertisment

Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ