Advertisment

"ଭୋଜି ପାଇଁ ଡାକି ନେଇ ସାଙ୍ଗ କରିଛନ୍ତି ହତ୍ୟା"

ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି। ଗତକାଲି ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତଦେହ ଉଦ୍ଧାର ପରେ ଆଜି ସୋସିଆଲ ମିଡିଆରେ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବାପା ନବୀନ ଦାସ

Journalist Navin Das

Journalist Navin Das

Advertisment

ଭୁବନେଶ୍ୱର(ଆଲୋକ ମହାନ୍ତି): ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି। ଗତକାଲି ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତଦେହ ଉଦ୍ଧାର ପରେ ଆଜି ସୋସିଆଲ ମିଡିଆରେ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବାପା ନବୀନ ଦାସ। ରବିବାର ଭୋର୍ ଯାଏ ମନୀଷ ରହିଥିବା ପାତ୍ରପଡ଼ାର ହୋଟେଲ୍ ସାଉଥ୍ ସିଟିକୁ ଯା଼ଞ୍ଚ ପରେ ପୋଲିସ୍ ଏହାକୁ ସିଲ୍ କରିଦେଇଛି। କମିଶନରେଟ୍ ପୋଲିସର ସ୍ପେଶାଲ ସ୍କାଡ୍ ସହ ତମାଣ୍ଡୋ, ଇନଫୋସିଟି ଓ ଖଣ୍ଡଗିରି ପୋଲିସ୍‌ର ମିଳିତ ଟିମ୍ ମନୀଷଙ୍କ ମୃତ୍ୟୁ ରହସ୍ୟ ଭେଦ ଲାଗି ଛାନଭିନ୍ ଜାରି ରଖିଛନ୍ତି।

Advertisment

କେମିତି ହେଲା ମନୀଷ ଅନୁରାଗଙ୍କ ମୃତ୍ୟୁ? ସୁପରିକଳ୍ପିତ ହତ୍ୟାକାଣ୍ଡ? ନା ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ? ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରୁ ସନ୍ଦେହଜନକ ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହେବାର ୨୪ ଘଣ୍ଟା ପରେ ବି ଘଟଣାର ପର୍ଦ୍ଦାଫାସ କରିପାରିନି ପୋଲିସ। ଏ ହାଇପ୍ରୋଫାଇଲ ମାମଲାର ଖିଅ ପାଇବାକୁ ସବୁ ଦିଗରୁ ଛାନଭିନ୍ କରୁଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କାର୍ଡ ଏବଂ ତିନି ଥାନା ତମାଣ୍ଡୋ, ଇନଫୋସିଟି ଓ ଖଣ୍ଡଗିରି ପୋଲିସ୍‌ର ମିଳିତ ଟିମ୍ ତଦନ୍ତକାରୀ ଟିମ୍।

ଆଜି ପାତ୍ରପଡ଼ା ଯାଇ ମନୀଷଙ୍କ ଶେଷ ଠିକଣା କୁହାଯାଉଥିବା ହୋଟେଲ ସାଉଥ ସିଟିରେ ଯାଞ୍ଚ୍ ସହ ପୁରା ହୋଟେଲକୁ ସିଲ କରିଛି କୁହାଯାଉଛି, ଏଠାରେ ହିଁ ଭୋର ପ୍ରାୟ ୪ଟା ପର୍ଯ୍ୟନ୍ତ ବନ୍ଧୁମାନଙ୍କ ସହ ବିତାଇଥିଲେ ମନୀଷ। ତେଣୁ ହୋଟେଲକୁ ଯାଞ୍ଚ ପରେ ସିଲ୍ କରିବା ସହ ସବୁ ସିସିଟିଭି ଫୁଟେଜ୍ ଜବତ କରି ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ। ଏପଟେ ପୁଅ ମୃତ୍ୟୁକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ମନୀଷଙ୍କ ବାପା ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ। ସେ କହିଛନ୍ତି ମାସକ ପରେ ପୁଅର ବାହାଘର ଥିଲା । ଭୋଜି କରିବାକୁ ସାଙ୍ଗମାନେ ମନୀଷଙ୍କୁ ଡାକି ନେଇ ତାଙ୍କୁ ହତ୍ୟା କରିଥିବା ନବୀନ ଅଭିଯୋଗ କରିଛନ୍ତି।

Advertisment

ଏପଟେ ମନୀଷଙ୍କ ମୃତ୍ୟୁ କେମିତି ହେଲା, ଯଦି ଏହା ଏକ ହତ୍ୟାକାଣ୍ଡ, ତାହାଲେ ହତ୍ୟାକାରୀ କିଏ? ମନୀଷଙ୍କ ସାଙ୍ଗରେ ସେଦିନ ରାତିରେ ହୋଟେଲରେ ଆଉ କିଏ କିଏ ଥିଲେ? ଯଦି ତାଙ୍କର ପରିଚିତ ବନ୍ଧୁ ଥିଲେ ସେମାନଙ୍କ ପରିଚୟ କଣ? କୁହାଯାଉଛି ମନୀଷ ବିଳମ୍ବିତ ରାତି ଯାଏଁ ହୋଟେଲରେ ଥିଲେ, ଏମିତିକି ଭୋର ୪ଟାରେ ସେ ଏକାକି ହୋଟେଲରୁ ବାହାରକୁ ଆସିଥିବା ହୋଟେଲ କର୍ମଚାରୀ ବି କହିଛନ୍ତି। ମନୀଷଙ୍କୁ ମହାନ୍ତି ନାଁରେ ଜଣେ ବ୍ୟକ୍ତି ଲିଫ୍ଟ ଦେଇ ମେନ୍ ରୋଡ ଯାଏଁ ଆଣିଥିବାର ସୂଚନା ମିଳୁଛି। ସେ ମହାନ୍ତି ନାମକ ବ୍ୟକ୍ତି କିଏ? ଏପଟେ ମନୀଷ ହୋଟେଲରେ ବିଳମ୍ବିତ ରାତି ଯାଏଁ ଥିଲେ ବି ତାଙ୍କୁ ଅପହରଣ କରାଯାଇଥିବା ଓ ଅପହରକାରୀ ଟଙ୍କା ମାଗୁଥିବା କଥାର ସତ୍ୟତା କେତେ?

Advertisment

ସବୁଠୁ ବଡ଼ କଥା, ହୋଟେଲରୁ ମନୀଷ ପାତ୍ରପଡ଼ା ପୋଖରୀ ଯାଏଁ ଆସିଲେ କେମିତି? ଏବଂ ତାଙ୍କ ଶରୀର ସମ୍ପୂର୍ଣ୍ଣ ଅକ୍ଷତ ଥାଇ ବି ତାଙ୍କ ମୃତ୍ୟୁ ପଛର ରହସ୍ୟ କଣ ତାକୁ ନେଇ ଛି଼ଡ଼ା ହୋଇଛି ହଜାରେ ପ୍ରଶ୍ନ। କୁହାଯାଉଛି ପଟିଆ ଅଞ୍ଚଳରୁ ଏକ ଧଳା ରଙ୍ଗରେ କାରରେ ପାତ୍ରପଡ଼ାର ହୋଟେଲକୁ ଯାଇଥିଲେ ମନୀଷ। ସେ କାର ଏବେ କେଉଁଠି? ଏହାର ମାଲିକ କିଏ? ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ପୋଲିସ। ତଥ୍ୟ ପ୍ରମାଣ ଓ ମନୀଷଙ୍କ କଲ୍ ଡିଟେଲ୍ସରୁ ପୋଲିସକୁ କିଛି ସୁରାକ୍ ମିଳିଥିବା ବେଳେ ମନୀଷଙ୍କ ଭିସେରା, ପୋଷ୍ଟ ମର୍ଟମ ରିପୋର୍ଟ, ଡାଏଟମ୍ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ଡିସିପି। ପଟିଆ ଅଞ୍ଚଳରୁ ମନୀଷଙ୍କ କାର, ପାତ୍ରପଡ଼ା ପୋଖରୀରୁ ତଦେହ ସହ ତାଙ୍କ ପକେଟରୁ ଗାଡ଼ି ଚାବି ବି ସୁରକ୍ଷିତ ଉଦ୍ଧାର ହୋଇଛି। ତେବେ ତାଙ୍କ ମୋବାଇଲ ଫୋନ୍ ଗାଏବ ହେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Bhubaneswar Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ