Advertisment

ଟ୍ୱିନ୍‌ସିଟିରେ ଚାଞ୍ଚଲ୍ୟ: ଗୋଟିଏ ଦିନରେ ଗଡ଼ିଲା ୨ଟି ମୁଣ୍ଡ

ଟ୍ୱିନ୍‌ସିଟିରେ ଚାଞ୍ଚଲ୍ୟ। କଟକରେ ଜଣେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଗୋଟିଏ ଦିନରେ ଟ୍ୱିନ୍‌ସିଟିରେ ୨ଟି ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Murder In Twincity

Murder In Twincity

Advertisment

କଟକ/ଭୁବନେଶ୍ୱର: ଟ୍ୱିନ୍‌ସିଟିରେ ଚାଞ୍ଚଲ୍ୟ। କଟକରେ ଜଣେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଗୋଟିଏ ଦିନରେ ଟ୍ୱିନ୍‌ସିଟିରେ ୨ଟି ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। 

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କନ୍ଦରପୁର ଥାନା ଅନ୍ତର୍ଗତ ସିଦ୍ଧେଶ୍ୱରପୁର ଗାଁରେ ରହୁଥିବା କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀ ନିକଟସ୍ଥ ବଜାରକୁ କ୍ଷୀର ଆଣିବାକୁ ଯାଇଥିଲେ। ସେଠାରୁ କ୍ଷୀର ଆଣି ସ୍କୁଟରରେ ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। କନ୍ଦରପୁର ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ SCB ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କିଏ ଓ କାହିଁକି ସୁଦର୍ଶନଙ୍କ ଉପରେ ଆକ୍ରମଣ କଲା, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍‌ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। 

Advertisment

ସେହିପରି ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି।ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସନାତନ ରାଉରରାୟ।

ସନାତନ ଡୁମଡୁମା ଅଞ୍ଚଳରେ ମୋବାଇଲ ଦୋକାନ କରିଥିଲେ।  ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଗତକାଲି ରାତିରେ  କିଛି ଅସାମାଜିକ ଯୁବକଙ୍କ ସହିତ ତାଙ୍କର ବଚସା ହୋଇଥିଲା।  ଏହାପରେ ସେହି ଯୁବକମାନେ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ସନାତନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖଣ୍ଡଗିରି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ କିଛି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। 

Advertisment
Bhubaneswar Odisha Cuttack Murder In Twincity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ