Advertisment

ସାଇକେଲ ପାଇଁ ଦାଦାକୁ ମାରିଦେଲା ପୁତୁରା, ଭଉଣୀ ହାତକୁ କାଟିଦେଲା

ପାଟିତୁଣ୍ଡ ବଢିବା ପରେ ଉତ୍ତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି ଦାଦା ରବିନ୍ଦ୍ରକୁ ଆକ୍ରମଣ କରିଥିଲା। ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍‌ନାକୁ ଆସିବା ପରେ ସୁଶାନ୍ତ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା। ଏଥିରେ ଝିଅର ହାତ କଟିବା ସହ ସେ ମଧ୍ୟ ତଳେ ପଡିଯାଇଥିଲା।

Murder in Lahunipara

Murder in Lahunipara

Advertisment

ବଣାଇ: ସାମାନ୍ୟ ସାଇକେଲ୍ ପାଇଁ ଦାଦାକୁ ହତ୍ୟା କଲା ପୁତୁରା। ଏପରିକି ୭ ବର୍ଷର ଭଉଣୀକୁ ବି ହାଣିବାକୁ ପଛାଇଲା ନାହିଁ। ଏହି ଅଭାବନୀୟ ଘଟଣା ଘଟିଛି ଲହୁଣିପଡ଼ା ଥାନା ଅନ୍ତର୍ଗତ ବିଜlଘାଟ ଗ୍ରାମରେ I ଗ୍ରାମର ରବିନ୍ଦ୍ର ନାଏକ (୪୫)ଙ୍କର ଏକ ସାଇକେଲ ପୁତୁରା ସୁଶାନ୍ତ ନାଏକ ମାଗି ନେଇ ଚଳାଉଥିଲା। ସାଇକେଲ ଅବସ୍ଥା ଖରାପ କରିବାରୁ କାକା ରବିନ୍ଦ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସୁଶାନ୍ତ ସାଇକେଲଟି ଆଣି କଚାଡି ଦେଇ ଗାଳି ଗୁଲଜ ଆରମ୍ଭ କରିଥିଲା।

Advertisment

 ପାଟିତୁଣ୍ଡ ବଢିବା ପରେ ଉତ୍ତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି ଦାଦା ରବିନ୍ଦ୍ରକୁ ଆକ୍ରମଣ କରିଥିଲା। ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍‌ନାକୁ ଆସିବା ପରେ ସୁଶାନ୍ତ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା। ଏଥିରେ ଝିଅର ହାତ କଟିବା ସହ ସେ ମଧ୍ୟ ତଳେ ପଡିଯାଇଥିଲା। ଭୁଜାଲି ଆକ୍ରମଣରେ ରବିନ୍ଦ୍ର ମରିବା ପୂର୍ବରୁ ହାତରେ ଧରିଥିବା ଠେଙ୍ଗାରେ ଏକ ଶକ୍ତ ପାହାର ପୁତୁରା ସୁଶାନ୍ତ ମୁଣ୍ଡକୁ ପକାଇ ଟଳି ପଡିଥିଲା।

ଖବର ପାଇ ଗ୍ରାମବାସୀ ପୋଲିସରେ ଖବର ଦେବା ପରେ ପୋଲିସ ହତ୍ୟାକାରୀ ଓ ଆହତ ସାତ ବର୍ଷର ଝିଅକୁ ଉଦ୍ଧାର କରି ରାଉରକେଲା ଚିକିତ୍ସା ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛନ୍ତି l ଏବେ ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଥିବା ବେଳେ ରାଉରକେଲାରେ ଚିକିତ୍ସାଧୀନ ଅଭିଯୁକ୍ତକୁ କଡା ପହରା ମଧ୍ୟରେ ଚିକିତ୍ସିତ କରାଯାଉଥିବା ସୂଚନା ମିଳିଛି। ଥିବା ବେଳେ ପୋଲିସ ପ୍ରତିକ୍ରିୟା ମିଳିନି l

Advertisment

ଏନେଇ ମୃତକଙ୍କ ପତ୍ନୀ କହିଛନ୍ତି ଯେ, ସାଇକେଲ ଖରାପ ହୋଇ ଯାଇଥିବାରୁ ଦାଦା, ପୁତୁରାଙ୍କୁ ପାଟି କରିଥିଲେ। ଏଥିରେ ରାଗିଯାଇ  ପୁତୁରା ଗୋଟିଏ ଭୁଜାଲିରେ ଦାଦାଙ୍କୁ ଆକ୍ରମଣ କରିଥିଲେ। ବାପା ମାଡ଼ ଖାଉଥିବା ଦେଖି ଝିଅ ଚାଲିଆସିଥିଲେ। ତାର ମଧ୍ୟ ଆକ୍ରାମଣରେ ହାତ କଟିଗଲା। ମୋ ସ୍ୱାମୀର ଜୀବନ ଚାଲିଗଲା। 

Odisha News Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ