Advertisment

ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Murder Case Allegation Against Birendra Lakra

Murder Case Allegation Against Birendra Lakra

Advertisment

ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଛି। ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଛନ୍ତି। 

Advertisment

ସୂଚନା ଅନୁସାରେ, ଭୁବନେଶ୍ୱର ଇନଫୋସିସ୍ ଥାନା ଅଞ୍ଚଳର ଏକ ଫ୍ଲାଟ୍‌ରେ ବୀରେନ୍ଦ୍ର ଓ ଆନନ୍ଦ ରହୁଥିଲେ। ମନଜିତ୍‌ଙ୍କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୀରେନ୍ଦ୍ର, ମନଜିତ୍ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏକାଠି ହୋଇ ଆନନ୍ଦଙ୍କୁ ହତ୍ୟା କରିଥିବା ତାଙ୍କ ବାପା ବନ୍ଧନା ଅଭିଯୋଗ କରିଛନ୍ତି। ଫେବୃଆରୀ ୨୮ରେ ଏହି ହତ୍ୟାକାଣ୍ଡ ହୋଇଥିଲା। ହେଲେ ଏହାକୁ ଆତ୍ମହତ୍ୟାର ରୂପ ଦେଇ କଥାକୁ ଚପାଇ ଦିଆଯାଇଛି।

ଏବେ ଅନେକ କଥା ଜଣାପଡ଼ିବା ପରେ ସେ ଏହି ଅଭିଯୋଗ ଆଣିଥିବା ବନ୍ଧନା କହିଛନ୍ତି। ଫେବୃଆରୀ ମାସରୁ ଘଟଣା ଘଟିଥିଲେ ମଧ୍ୟ ଆଜି ଯାଏ ପୋଲିସ ଘଟଣାର କାହିଁକି ତଦନ୍ତ କରୁନାହିଁ ବୋଲି ମୃତ ଆନନ୍ଦଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏପରିକି ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ମୃତ୍ୟୁର କାରଣ ଏଯାଏ ଷ୍ପଷ୍ଟ ହୋଇନି। ଖବର ଲେଖାଯିବା ସୁଦ୍ଧା ଏହି ଅଭିଯୋଗ ନେଇ ବୀରେନ୍ଦ୍ର, ମନଜିତ୍ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି। 

Advertisment
Murder Case Birendra Lakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ