Advertisment

ଭଦ୍ର ମୁଖା ତଳେ ଦୁର୍ଦ୍ଦାନ୍ତ ଅପରାଧୀ: ଧରାପଡ଼ିଲା ୨୩ ବର୍ଷର ଅପରାଧୀ, ନାଁ ବଦଳାଇ ସାଧୁ ବେଶରେ ବୁଲୁଥିଲେ...

୩ ବର୍ଷ ତଳର ହତ୍ୟା, ୨୩ ବର୍ଷର ଅପରାଧି...ବଦଳି ଯାଇଥିଲା ନାଁ, ବଦଳି ଯାଇଥିଲା ପରିଚୟ। ୨୩ ବର୍ଷ ପୂର୍ବେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଧରି ଏକଥାକୁ ପ୍ରମାଣ କରି ଦେଇଛି ସୁରତ ପୋଲିସ।

ଅଦ୍ୟତନ ହୋଇଛି
Murder case accused arrested after 23 years who hiding as monk

Murder case accused arrested after 23 years who hiding as monk

Advertisment

୩ ବର୍ଷ ତଳର ହତ୍ୟା, ୨୩ ବର୍ଷର ଅପରାଧି...ବଦଳି ଯାଇଥିଲା ନାଁ, ବଦଳି ଯାଇଥିଲା ପରିଚୟ। ହେଲେ କଥାରେ ଅଛି ଅପରାଧ କେବେ ଲୁଚେନି କି ଅପରାଧୀ କେବେ ବି ବର୍ତ୍ତିପାରେନି।ଯେତେ ଲୁଚିଲେ ବି ଦିନେ ନା ଦିନେ ଧରାପଡ଼ିଯାଏ। ୨୩ ବର୍ଷ ପୂର୍ବେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଧରି ଏକଥାକୁ ପ୍ରମାଣ କରି ଦେଇଛି ସୁରତ ପୋଲିସ।

Advertisment

କ’ଣ ଥିଲା ପୁରା ମାମଲା ଓ ଅଭିଯୁକ୍ତ ପାଖରେ କେମିତି ପହଞ୍ଚିଲା ପୋଲିସ, ଆସନ୍ତୁ ଜାଣିବା...

ମୁଣ୍ଡରେ ଜଟା ଆଉ ଦାଢ଼ୀ, ଏକଦମ୍ ସାଧୁ... କିନ୍ତୁ ଏହି ଭଦ୍ର ମୁଖା ତଳେ ଲୁଚି ରହିଛି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ଗୌରାଙ୍ଗ ଚନ୍ଦ୍ର ପଣ୍ଡା ଓରଫ୍ ପଦ୍ମ ଚରଣ, ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶ୍ରୀରାମ ନଗର। ୨୩ ବର୍ଷ ତଳେ ସୁରତରେ ରହି କାମ କରୁଥିବା ପଦ୍ମଚରଣ ଥିଲେ ଏକ ହତ୍ୟା ମାମଲାର ମୋଷ୍ଟ ୱାଣ୍ଟେଣ୍ଟ। ଏ ମାମଲା ଏମିତି ସେମିତି ନୁହେଁ, ଦୁଇ ଦଶନ୍ଧି ପୂର୍ବେ ଗୁଜରାଟ ସୁରତ ପୋଲିସକୁ ନାକେଦମ୍ କରିଥିଲା ପଦ୍ମ। 

Advertisment

୨୦୦୧ ମସିହା, ସେପ୍ଟେମ୍ବର ୩ରେ ଗୁଜରାଟ ସୁରତର ଶାନ୍ତି ନଗର ଅଞ୍ଚଳରେ ରହୁଥିବା ପଦ୍ମ ତ୍ରିକୋଣୀୟ ପ୍ରେମ ଜାଲରେ ଫସି ଯାଇଥିଲେ। ଜଣେ ଯୁବତୀଙ୍କୁ ପଦ୍ମ ଓ ବିଜୟ ଶିବଦାସ ନାମକ ଜଣେ ବ୍ୟକ୍ତି ଭଲ ପାଉଥିଲେ। ଏହା ଜାଣିବା ପରେ ପଦ୍ମ ବିଜୟଙ୍କୁ ହତ୍ୟା କରିଥିଲା। ହତ୍ୟା ପରେ ସେ ଏ ରାଜ୍ୟରୁ ସେ ରାଜ୍ୟକୁ ଫେରାର ହେଉଥିଲା। 

Advertisment

ସୁରତରୁ ନିଜ ଘର ବ୍ରହ୍ମପୁର ଶ୍ରୀରାମନଗର ଓ ପରେ ମଥୁରାକୁ ଯାଇ ପଦ୍ମ ନିଜ ପରିଚୟ ବଦଳାଇ ଦେଇଥିଲା। କେହି ଯେପରି ଜାଣି ପାରିବେନି ସେଥିପାଇଁ ସେ ସାଧୁ ବେଶରେ ରହୁଥିଲା।ପଦ୍ମଚରଣରୁ ସିଧା ଗୌରାଙ୍ଗ ଚନ୍ଦ୍ର ହୋଇଥିଲେ। ଏହାରି ଭିତରେ ମଥୁରା କୁଞ୍ଜକୁଟୀରରେ ପଦ୍ମ ଥିବା ଖବର ସୁରତ ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଅପରେସନ।

ସୁରତ ପୋଲିସର ତିନି ଜଣ ଅଧିକାରୀ- ASI ସହଦେବ ଭାଇ ଓ ଜନାର୍ଦ୍ଦନ ଶର୍ମା ଏବଂ ହେଡ୍ କନେଷ୍ଟବଲ ଆଶୋକ ଲୁନି ଖୋଦ୍ ସନ୍ୟାସୀ ଓ ଶ୍ରଦ୍ଧାଳୁ ବେଶରେ ଆଶ୍ରମରେ ରହିଥିଲେ। ୩ ଦିନ ଧରି ଲଗାତାର ନଜର ରଖିବା ପରେ ଧରାପଡ଼ିଥିଲା ଅଭିଯୁକ୍ତ ପଦ୍ମ।

(ରିପୋର୍ଟ- ଶୈଲେଶ ଚମ୍ପାନାରିଆ, ସୁରତ)

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ