Advertisment

ଥାନା ହାଜତରୁ ହତ୍ୟା ଅଭିଯୁକ୍ତ ଫେରାର୍ ! ତାତିଲେ ମୃତକଙ୍କ ପରିବାର

କୋରାପୁଟ୍ ଟାଉନ ଥାନା ହାଜତରୁ ଅଟକ ଥିବା ଯୁବକ ଫେରାର୍ ହୋଇଯିବା ପରେ ଏହାକୁ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ପରେ ପୋଲିସ ବୁଝାସୁଝା କରିବା ପରେ ପରେ ସ୍ଥିତି ଶାନ୍ତ ପଡ଼ିଛି।

Accused Flees From Police Custody

Accused Flees From Police Custody

Advertisment

ଥାନା ହାଜତରୁ ହତ୍ୟା ଅଭିଯୁକ୍ତ ଫେରାର୍ ପରେ ତାତିଲେ ମୃତକଙ୍କ ପରିବାର। ଥାନା ଘେରାଉ କରି ପୋଲିସର ଦାୟିତ୍ୱହୀନତା ଉପରେ ଉଠାଇଲେ ପ୍ରଶ୍ନ। କୋରାପୁଟ୍ ଟାଉନ ଥାନା ହାଜତରୁ ଅଟକ ଥିବା ଯୁବକ ଫେରାର୍ ହୋଇଯିବା ପରେ ଏହାକୁ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ପରେ ପୋଲିସ ବୁଝାସୁଝା କରିବା ପରେ ପରେ ସ୍ଥିତି ଶାନ୍ତ ପଡ଼ିଛି।

Advertisment

ସୂଚନା ଅନୁସାରେ, ଗତବର୍ଷ ଡିସେମ୍ବର ୧୩ରେ REF କଲୋନୀର ଅଭିଷେକ ମାଝୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଟାଉନଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ମାମଲାରେ ଏଯାଏଁ କାହାକୁ ଗିରଫ କରିନାହିଁ । ତେବେ କୋରାପୁଟ ରେଳ ଷ୍ଟେସନ ଅଞ୍ଚଳରେ ଜୟପୁର ହାନାଗୁଡ଼ାର ରାହୁଲ ବାଘ ଏହି ହତ୍ୟାକାଣ୍ଡ ଭିଆଇଥିବା କଥା ଲୋକଙ୍କୁ କହୁଥିବା ଅଭିଷେକଙ୍କ ପରିବାରଲୋକେ ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ରାହୁଲଙ୍କୁ କାବୁ କରି ଟାଉନଥାନା ପୋଲିସ ହେପାଜତକୁ ଦେଇଥିଲେ । ପୋଲିସ ତାଙ୍କୁ ପଚରାଉଚରା କରି ହାଜତରେ ଅଟକ ରଖିଥିଲେ ।

ତେବେ ସେ ସୁଯୋଗ ଉଣ୍ଡି ହାଜତରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏହା ଜାଣିବା ପରେ ମୃତକଙ୍କ ପରିବାରଲୋକେ ଥାନା ଘେରାଉ କରିଥିଲେ। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Accused Flees From Police Custody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ