Advertisment

ମୁମ୍ବାଇରେ ନିର୍ଭୟା କାଣ୍ଡର ପୁନରାବୃତ୍ତି; ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୀଡ଼ିତା

ମୁମ୍ବାଇରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅଟୋ ଭିତରେ ଦୁଷ୍କର୍ମ କରାଯିବା ପରେ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
Mumbai Rape Victim Dies

Mumbai Rape Victim Dies

Advertisment

ମୁମ୍ବାଇ: ମୁମ୍ବାଇରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅଟୋ ଭିତରେ ଦୁଷ୍କର୍ମ କରାଯିବା ପରେ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇର ସାକିନାକା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ଘଟଣା ଘଟିବାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମୋହନ ଚୌହ୍ୱାନ(୪୫)କୁ ପୋଲିସ୍‌ ଗିରଫ କରିଥିଲା।

Advertisment

ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଖୈରାନି ରୋଡ୍‌ରେ ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରୁଥିବା ନେଇ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍‌ ଭର୍ତ୍ତି କରାଯାଇ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ମହିଳାଙ୍କ ଅବସ୍ଥା ସଙ୍କାପନ୍ନ ଥିଲା ଓ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। 

ଏସବୁ ଭିତରେ ଏକ ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ଫୁଟେଜରେ ଦେଖିବାକୁ ମିଳିଛି, ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଅତି ନିର୍ମମ ଭାବେ ତାଙ୍କୁ ମାର୍‌ପିଟ୍‌ କରୁଛନ୍ତି। ଏପରିକି ଅଭିଯୁକ୍ତ ଜଣକ ସମ୍ପୃକ୍ତ ମହିଳାଙ୍କୁ ଲୁହା ରଡ୍‌ରେ ଆକ୍ରମଣ ମଧ୍ୟ କରିଥିଲେ। ଏହାପରେ ସେ ଲୁହା ରଡ୍‌କୁ ମହିଳାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରିଥିଲେ। ଶେଷରେ ଅଭିଯୁକ୍ତ ମହିଳାଙ୍କୁ ଅଟୋ ଭିତରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ଘଟିବାର ୧୫ ମିନିଟ୍‌ ପରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ମହିଳାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ପୋଲିସ୍‌କୁ ଖବର ଦେଇଥିଲେ। ସିସିଟିଭି ଫୁଟେଜରେ ଅଭିଯୁକ୍ତ ବିରୋଧରେ ବଳିଷ୍ଠ ପ୍ରମାଣ ଥିବା ପୋଲିସ୍‌ କହିଛି।

Advertisment

ସୂଚନାଥାଉ କି, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଚଳନ୍ତା ବସ୍ ଭିତରେ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। କିଛିଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ନିର୍ଭୟାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ଦୀର୍ଘ ସାତ ବର୍ଷ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଲା ଥିଲା ଓ ଚଳିତ ବର୍ଷ ମାର୍ଚ୍ଚ ୨୦ରେ ଅଭିଯୁକ୍ତଙ୍କୁ ଫାଶି ଦିଆଯାଇଥିଲା।

Advertisment
Mumbai Woman Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ