murder
ଏକ ଦୁଃଖଦାୟକ ଘଟଣାରେ ୩୫ ବର୍ଷୀୟା ଉଷା ଦେବୀ ନାମ୍ନୀ ଜଣେ ମହିଳା ତାଙ୍କ ସ୍ୱାମୀ ୪୫ ବର୍ଷୀୟ ବଲୋ ଦାସଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଗତ ରାତିରେ ଘଟିଛି । ଉଷା ଦେବୀ ନିଜେ ଏହି ଅପରାଧ କରିଥିବା ସ୍ୱୀକାର କରିଛି । ଉଷା ଦେବୀ ଏବଂ ତାର ସ୍ୱାମୀ ବଲୋ ଦାସଙ୍କର ବୈବାହିକ ଜୀବନ ସେତେଟା ଭଲ ନଥିଲା । ଦୁଇ ଜଣଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ଘଟଣା ଘଟିଛି ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ।
ବଲୋ ଦାସ ଜଣେ ଶ୍ରମିକ ଭାବେ ପଞ୍ଜାବରେ ରହି କାମ କରୁଥିଲେ। ଏହି ସମୟରେ ଉଷା ଦେବୀ ଗାଁରେ ରହୁଥିଲା । ସେମାନଙ୍କର ୩ଟି ପିଲା ଅଛନ୍ତି । ପିଲାମାନେ ମାଆ ସହ ଗାଁରେ ରହୁଥିଲେ । ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଉଷା ଦେବୀର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ସେ ତା ପ୍ରେମିକ ସହ ଘରଛାଡ଼ି ପଳାଇବା ପାଇଁ ଯୋଜନାରେ ଥିଲା ।
ଉଷା ଦେବୀ ଗାଁରେ ଥିବା ନିଜ ଜମି ବିକ୍ରି କରିଦେଇଥିଲା । ଏହି ଜମି ବିକ୍ରି ଟଙ୍କା ନେଇ ସେ ପ୍ରେମିକ ସହ ଚାଲିଯାଇଥାଆନ୍ତା ବୋଲି ପୋଲିସ କହିଛି ।
ତେବେ ସେ ଘର ଛାଡିବା ପୂର୍ବରୁ ହଠାତ୍ ଘରେ ଆସି ପହଞ୍ଚି ଯାଇଥିଲେ ବାଲୋ । ତେଣୁ ଉଷାର ଅକଲ ଗୁଡୁମ୍ ହୋଇଯାଇଥିଲା । ରାତିରେ ଘରେ ସପରିବାରେ ଶୋଇଥିଲା ବେଳେ ଉଷା ଉଠିପଡି ବଲୋଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ରକ୍ତ ଛିଟା ୧୨ ବର୍ଷ ପୁଅ ମୁହଁରେ ପଡିଥିଲା । ସେ ଉଠି ଦେଖିଲା, ମାଆ ବାପାଙ୍କୁ ହାଣି ପକାଉଛି । ସେ କିଛି କହିବା ପୂର୍ବରୁ ମାଆ ଉଷା କହିଥିଲା, ପୁଅ ତୁ ଶୋଇପଡ । ନହେଲେ ତୋତେ ହାଣିଦେବି । ପୁଅ ଡରିଯାଇ ଆଖି ବନ୍ଦ କରି ଶୋଇପଡିଲା ।
ସକାଳ ହେବା ପରେ ପୁଅ ଉଠି ବାହାରକୁ ଚାଲିଯାଇଥିଲା । ମାଆ ବାପାଙ୍କୁ ହତ୍ୟା କରିଥିବା ସଂପର୍କରେ ପ୍ରଥମେ ସଂପର୍କୀୟମାନଙ୍କୁ କହିଥିଲା । ଏହା ପରେ ଗାଁର ଲୋକମାନେ ଆସି ତାଙ୍କ ଘରେ ପହଞ୍ଚି ଯାଇଥିଲେ । ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମୃତଦେହକୁ ମେଡିକାଲକୁ ପଠାଇବା ସହ ଉଷାକୁ ଗିରଫ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1752482167.jpg)