Advertisment

Mother Kills Children: ତିନି ଛୁଆଙ୍କୁ ମାରିଦେଲା ମାଆ, ଘରୋଇ କଳିର ଭୟଙ୍କର ପରିଣତି

ଏମିତି ଗୋଟିଏ ଶୂନଶାନ ରାତିକୁ ସତେଯେମିତି ଖୋଜୁଥାନ୍ତି ତେଜ କୁମାରୀ। ଲାଗୁଥିଲା ଯେମିତି ସେଦିନ ରାତିରେ ତାଙ୍କ ଦେହରେ ପିଶାଚ ସବାର ହେଇଥିଲା। ନିଜ ତିନି ପିଲାଙ୍କୁ ଘର ଭିତରେ ଦୁପଟାରେ ଚିପି ହତ୍ୟା କରିଥିଲା। ହତ୍ୟା କରିବା ପରେ ପାରିବାରିକ ଜଞ୍ଜାଳରୁ ନିଜକୁ ବି ସବୁଦିନ ପାଇଁ ମୁକାଳିବାକୁ ଚାହିଁଲା।

Murder

Murder

Advertisment

ଘରୋଇ କଳି ଏମିତି ସ୍ଥିତିରେ ମଣିଷକୁ ଛିଡ଼ା କରେ ଯେ ନିଜେ ମା’ ନିଜ ଜନ୍ମକଲା ୩ ସନ୍ତାନଙ୍କୁ ହତ୍ୟା କରିବାକୁ ବି ପଛାଏ ନାହିଁ। ସମସ୍ତଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରି ଝୁଲି ପଡ଼ିବା ଭଳି ଚରମ ନିଷ୍ପତ୍ତି ନେଇଥିବା ଜଣେ ମା’ର କାହାଣୀ ଶୁଣିଲେ ଦେହ ଶିହରି ଉଠିବ। ଦୀର୍ଘ ଦିନର ପାରିବାରିକ ବିବାଦରେ ଅତିଷ୍ଠ ହୋଇଥିବା ଜଣେ ମହିଳା, ପିଶାଚଠୁ ବି ଅଧିକ ଭୟଙ୍କର ହୋଇଉଠିଥିଲା। ଶେଷରେ କୁନି କୁନି ପିଲାଙ୍କୁ ହତ୍ୟା କରିବା ଓ ନିଜେ ଆତ୍ମହତ୍ୟା କରିବା ଘଟଣା ଉତ୍ତରପ୍ରଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment

ଗୋଟିଏ ଶୂନଶାନ ରାତିର କାହାଣୀ

ଉତ୍ତରପ୍ରଦେଶର ବାଗପତ ଦୋଘାଟ ଥାନା ଅଞ୍ଚଳର ଟିକ୍ରି ଗାଁର ଭୋଜପୁରୀ ପଟ୍ଟି ଅଞ୍ଚଳ। ସେପ୍ଟେମ୍ବର ୯ ତାରିଖ ମଙ୍ଗଳବାର ରାତି। ଘରେ ଥାଆନ୍ତି ୧୯ ବର୍ଷୀୟା ତେଜ କୁମାରୀ। ସାଙ୍ଗରେ ତାଙ୍କ ସାତ ବର୍ଷର ଝିଅ ଗୁଞ୍ଜନ, ଦୁଇ ବର୍ଷର କିଟ୍ଟୁ ଏବଂ ପାଞ୍ଚ ମାସର ଝିଅ ମୀରା। ସ୍ବାମୀ ବିକାଶ ବାହାରେ ଶୋଇଥାନ୍ତି। ଏମିତି ଗୋଟିଏ ଶୂନଶାନ ରାତିକୁ ସତେଯେମିତି ଖୋଜୁଥାନ୍ତି ତେଜ କୁମାରୀ। ଲାଗୁଥିଲା ଯେମିତି ସେଦିନ ରାତିରେ ତାଙ୍କ ଦେହରେ ପିଶାଚ ସବାର ହେଇଥିଲା। ନିଜ ତିନି ପିଲାଙ୍କୁ ଘର ଭିତରେ ଦୁପଟାରେ ଚିପି ହତ୍ୟା କରିଥିଲା। ହତ୍ୟା କରିବା ପରେ ପାରିବାରିକ ଜଞ୍ଜାଳରୁ ନିଜକୁ ବି ସବୁଦିନ ପାଇଁ ମୁକାଳିବାକୁ ଚାହିଁଲା। ଆଉ ନିଜେ ଫାଶୀ ଲଗାଇ ଝୁଲିପଡ଼ିଲା।

ରୋଜଗାର କମିବାରୁ ସ୍ନେହ, ପ୍ରେମ ବି କମିଯାଇଥିଲା

ବିକାଶ ପେସାରେ ଜଣେ ବସ୍ ଡ୍ରାଇଭର। ପର୍ଯ୍ୟଟକଙ୍କୁ ନେବା ଆଣିବା କରୁଥିଲେ। ଯାହା କିଛି ରୋଜଗାର କରନ୍ତି, ସେଥିରେ ପରିବାର ଚଳିଯାଏ। କିନ୍ତୁ ଘରେ ତିନି ଝିଅଙ୍କୁ ପାଠ ପଢ଼େଇବା, ଘର ଚଳାଇବା ଖର୍ଚ୍ଚ ଦିନକୁ ଦିନ ବଢ଼ି ବଢ଼ି ଯାଉଥିଲା। ଆର୍ଥିକ ବୋଝ ମୁଣ୍ଡେଇ ଚାଲିଥିଲେ ବିକାଶ। ବୋଝ ଯେତେ ବଢ଼ୁଥିଲା ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସ୍ନେହ, ପ୍ରେମର ସମ୍ପର୍କ ସେତେ କମି କମି ଯାଉଥିଲା। ତେଜ କୁମାରୀଙ୍କ ସହିତ ଘର ଭିତରେ ସବୁଦିନ ପାରିବାରିକ କଳହ ଲାଗି ରହୁଥିଲା। ସ୍ବାମୀ-ସ୍ତ୍ରୀ ମୁହଁ ଫଟାଫଟି ହେଉଥିଲେ। ତେଜ କୁମାରୀଙ୍କୁ ଏଭଳି ପରିସ୍ଥିତି ଭାଙ୍ଗି ଦେଇଥିଲା। ସେ ମାନସିକ ସ୍ତରରେ ଦୋହଲିଯାଇଥିଲେ। ଏମିତିକି ଗୋଟିଏ ଭୟଙ୍କର ନିଷ୍ପତ୍ତି ତେଜ କୁମାରୀ ନେବେ ବୋଲି ସ୍ବାମୀ ବି ଟେର୍ ପାଇନଥିଲେ।

Advertisment

ବୟାନ ମେଳ ଖାଉନି

ତେଜ କୁମାରୀ ଏଭଳି କାଣ୍ଡ ଘଟାଇବାର ୨୪ ଘଣ୍ଟା ପୂର୍ବରୁ ସ୍ବାମୀ ବିକାଶଙ୍କ ସହିତ କୌଣସି ପ୍ରକାର କଥାବାର୍ତ୍ତା ହୋଇନଥିଲେ। ଯଦିଓ ଗୋଟିଏ ଛାତ ତଳେ ରହୁଥିଲେ କିନ୍ତୁ ଗୋଟିଏ ବଖରାରେ ରହୁନଥିଲେ। ଗୋଟିଏ ପଟେ ପୁଲିସ ଏ ପ୍ରକାର ତଥ୍ୟ ସାମନାକୁ ଆଣୁଥିବା ବେଳେ ଗାଁ ଲୋକେ ଭିନ୍ନ ବୟାନ ଦେଉଛନ୍ତି। ଏହି ଦମ୍ପତିଙ୍କ ମଧ୍ୟରେ କୌଣସି ପ୍ରକାର ଫାଟ ନଥିବା ବୟାନ ଦେଉଛନ୍ତି। ଯଦି ଫାଟ ନଥିଲା ତେବେ ତେଜ କୁମାରୀ କାହିଁକି ଏମିତି ଗୋଟିଏ ନିଷ୍ପତ୍ତି ନେଲେ ତାକୁ ନେଇ ରହସ୍ୟା ବଢ଼ିଛି।

ଝିଅମାନଙ୍କୁ ସହରରେ ପଢ଼ାଇବାକୁ ଚାହୁଁଥିଲେ, କିନ୍ତୁ…

ତେଜ କୁମାରୀ ତାଙ୍କ ଝିଅମାନଙ୍କୁ ଭଲ ଶିକ୍ଷା ଦେବାକୁ ଚାହୁଁଥିଲେ। ଗାଁଠୁ ଦୂରରେ ସହରରେ ଶିକ୍ଷା ଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ସ୍ୱାମୀ ବିକାଶ ଏହାକୁ ବିରୋଧ କରିଥିଲେ। ଆର୍ଥକ କାରଣ ହେଉ କି ଅନ୍ୟ କୌଣସି କାରଣ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ତେଜ କୁମାରୀଙ୍କ ମାନସିକ ଚାପ ଭୟଙ୍କର ରୂପ ନେଇଥିଲା। ପୁଲିସର ପ୍ରାଥମିକ ତଦନ୍ତରେ ଘରୋଇ କଳି, ମାନସିକ ଚାପ ଏବଂ ଆର୍ଥିକ ସଙ୍କଟକୁ ମୁଖ୍ୟ କାରଣ ବୋଲି ଜଣାପଡିଛି । ଅଧିକ ତଦନ୍ତ ପରେ ଏଭଳି ଏକ ରହସ୍ୟଜନକ ଘଟଣା ସାମନାକୁ ଆସିପାରିବ।

Advertisment

ଅଧିକ ପଢ଼ନ୍ତୁ: ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ, ନିସ୍ତୁକ ମାଡ଼ ମାରିଲେ...ମହିଳା ଓ ଦୁଇ ଯୁବକଙ୍କ ଉପରେ ବର୍ଷିଲା ବିଧା-ଗୋଇଠା

Murder Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ