killer mother
ମୟୂରଭଂଜ ଉଦଳା ଟିଟିଆ ବିଲ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଫିଟିଛି । ଯୁବତୀଙ୍କ ହତ୍ୟା ପଛର କାର୍ପଟଦାର ହେଉଛି ଖୋଦ୍ ମୃତକଙ୍କ ମାଆ । ମାଆ ଏବଂ ଝିଅଙ୍କ ମଧ୍ୟରେ କଳହ ହେବାରୁ ମାଆ ନିଜ ଝିଅ ଏବଂ ନାବାଳକ ପୁଅକୁ ଦେଇଥିଲା ବିଷ । ସୌଭାଗ୍ୟ କାରଣରୁ ନାବାଳକ ଜଣକ ବଂଚିଯାଇଥିବା ବେଳେ ଝିଅର ହୋଇଥିଲା ମୃତ୍ୟୁ । ୧୫ ଦିନର ତଦନ୍ତ ପରେ ପୋଲିସ୍ ଖୋଲିଛି ପୁରା ଘଟଣାର ରହସ୍ୟ ।
ଗତ ଜୁନ୍ ୧୩ ତାରିଖ ଖୁଂଟା ଥାନା ଟିଟିଆ ଗ୍ରାମ ନିକଟ ବିଲରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଯୁବତୀଙ୍କ ମୃତଦେହ ନିକଟରେ ଜଣେ ନାବାଳକ ସଂଜ୍ଞାହୀନ ଅବସ୍ଥାରେ ପଡିଥିଲେ । ପୋଲିସ୍ ନାବାଳକକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ୧୫ ଦିନର ତଦନ୍ତ ପରେ ପୋଲିସ୍ ସାମ୍ନାକୁ ଆସିଲା ସାଂଘାତିକ ସତ ।
ମୃତକ ଯୁବତୀ ରଇବାରୀ ସିଂଙ୍କ ବିଧବା ମାଆ ମଙ୍ଗୁଳି ସିଂ । ମଙ୍ଗୁଳିଙ୍କ ସ୍ୱାମୀଙ୍କ ଦେହାନ୍ତ ଦୀର୍ଘ ବର୍ଷରୁ ହୋଇସାରିଛି । ଜୁନ ୧୨ ତାରିଖରେ କୌଣସି କାରଣକୁ ନେଇ ଉଭୟ ମୃତକ ରଇବାରୀ ଏବଂ ତାଙ୍କ ମାଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ମା ମଙ୍ଗୁଳି ନିଜ ଝିଅ ରଇବାରୀ ଏବଂ ନାବାଳକକୁ ସାଙ୍ଗରେ ନେଇ ଟିଟିଆ ଗ୍ରାମକୁ ଆସିଥିବା ବେଳେ ପୂର୍ବରୁ କିଣି ରଖିଥିବା ବିଷ ଉଭୟ ଝିଅ ଏବଂ ନାବାଳକ ପୁଅକୁ ଖୁଆଇଥିଲା । ଏଥିରେ ଝିଅ ରଇବାରୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ନାବାଳକ ପୁଅ ଗୁରୁତର ହୋଇଥିଲା ।
ହେଲେ କାଣ୍ଡ ଭିଆଇବା ପରେ ମଙ୍ଗୁଳି ସିଂ ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ୍ ଖୋଜାଖୋଜି କରି ତଦନ୍ତ କରିବା ପୁରା ଘଟଣା ସାମ୍ନାକୁ ଆସିଛି । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688438635.jpg)