Cash Seized
ନିର୍ବାଚନ ପୂର୍ବରୁ ଚେକିଂ ବେଳେ ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା। ନୂଆପଡ଼ା ଜିଲ୍ଲାର ଦୁଇଟି ସ୍ଥାନରୁ ଜବତ ହୋଇଛି ୧୨ ଲକ୍ଷରୁ ଅଧିକ ନଗଦ ଟଙ୍କା। ଜୋଙ୍କ ଥାନା ଜେଞ୍ଜରା ଗାଁ ପାଖରୁ ୭ ଲକ୍ଷ ୯୯ ହଜାର ଟଙ୍କା ଏବଂ ବରଗଡ଼ ସୀମାନ୍ତ ସହିପଲା ପୋଲିସ ଚେକ୍ ପୋଷ୍ଟରୁ ୪ ଲକ୍ଷ ୩୮ ହଜାର ଟଙ୍କା ଜବତ ହୋଇଛି।
ଜେଞ୍ଜରା ଗାଁ ପାଖରେ ଚେକିଂ ବେଳେ ଗୋଟିଏ ବାଇକରୁ ୨ ଲକ୍ଷ ୧୯ ହଜାର ଏବଂ ଅନ୍ୟ ଏକ ବାଇକରୁ ୫ ଲକ୍ଷ ୮୦ ହଜାର ଟଙ୍କା ପୋଲିସ ଜବତ କରିଛି। ସେହିପରି ବରଗଡ଼ ଜିଲ୍ଲାରୁ ନୂଆପଡ଼ା ଆସୁଥିବା ଏକ କାରରୁ ୧ ଲକ୍ଷ ୪୮ ହଜାର ୮ଶହ ଟଙ୍କା ଓ ଅନ୍ୟ ଏକ କାରରୁ ୨ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି l ତେବେ ଏତେ ପରିମାଣର ଟଙ୍କା କୁଆଡ଼େ ଯାଉଥିଲା, କାହିଁକି ନିଆଯାଉଥିଲା ତାହା ଜଣାପଡ଼ିନାହିଁ। ପୋଲିସ ମୋଟ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।
୨ ଦିନ ତଳେ ବରଗଡ଼ ସୋହେଲା ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ବେଳେ ସାଢେ ୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଲୁହୁରାଚଟିରେ ପୋଲିସ ଓ FST ଟିମ ମିଳିତ ଭାବେ ଜୋରଦାର ଚେକିଂ କରୁଥିବା ବେଳେ ଏକ ଟାଟା ସୁମୋ ଗାଡ଼ିକୁ ଅଟକାଇଥିଲେ । ପରେ ଚେକିଂ କରିବା ବେଳେ ଗାଡିରୁ ସାଢେ ୭ଲକ୍ଷ ଟଙ୍କା ମିଳିଥିଲା।ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସ୍ପଷ୍ଟ ସୂଚନା ଦେଇନପାରିବାରୁ ପୋଲିସ ଟଙ୍କା ଜବତ କରିଛି।
ସେହିପରି ସମ୍ବଲପୁର ବାମରା ବ୍ଲକ୍ କେଶାଇବାହାଲ ଠାରେ ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଧରାପଡିଥିଲା ୩ଲକ୍ଷରୁ ଅଧିକ ଟଙ୍କା। ଗାଡି ମଟର ଚେକିଂ ବେଳେ କାରରୁ ୩ଲକ୍ଷ ୫ହଜାର ୭ ଶହ ଟଙ୍କା ଜବତ କରାଯାଇଥିଲା। ଜବତ ଟଙ୍କା କୁଚିଣ୍ଡା ସବ ଟ୍ରେଜେରୀରେ ଜମା କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ପୂର୍ବରୁ କୁଚିଣ୍ଡାର ପୃଥକ ପୃଥକ ୩ ଟି ସ୍ଥାନରୁ ୧୨ଲକ୍ଷ ୮୮ ହଜାର ଟଙ୍କା ଜବତ ହୋଇଥିଲା। ଲୋକସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ବି ଜୋରଦାର ହେଉଛି । ତେବେ ନିର୍ବାଚନ ପୂର୍ବରୁ ଧରାପଡ଼ିଛି ପୁଳାପୁଳା ଟଙ୍କା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714879604.jpg)