Advertisment

ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା,ସୋହେଲାରେ ସାଢେ ୭ ଲକ୍ଷ ଜବତ

ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା । ବରଗଡ ସୋହେଲାରେ ସାଢେ ୭ ଲକ୍ଷ ଜବତ । ଚେକିଂ ବେଳେ ଗାଡିରୁ ଟଙ୍କା ମିଳିଥିବା ସୂଚନା । ସମ୍ବଲପୁର ବାମରାରୁ ୩ଲକ୍ଷରୁ ଅଧିକ ଜବତ । ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଧରାପଡିଲା ଟଙ୍କା ।

ଅଦ୍ୟତନ ହୋଇଛି
7.5 lakh seized From Vehicle

7.5 lakh seized

Advertisment

ନିର୍ବାଚନ ପୂର୍ବରୁ ଚେକିଂ ବେଳେ ଗାଡିରୁ ମିଳିଲା ସାଢେ ୭ ଲକ୍ଷ ଟଙ୍କା। ବରଗଡ଼ ସୋହେଲା ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ବେଳେ ଏହି ଟଙ୍କା ଜବତ ହୋଇଛି । ଲୁହୁରାଚଟିରେ ପୋଲିସ ଓ FST ଟିମ ମିଳିତ ଭାବେ ଜୋରଦାର ଚେକିଂ କରୁଥିବା ବେଳେ ଏକ ଟାଟା ସୁମୋ ଗାଡ଼ିକୁ ଅଟକାଇଥିଲେ । ପରେ ଚେକିଂ କରିବା ବେଳେ ଗାଡିରୁ ସାଢେ ୭ଲକ୍ଷ ଟଙ୍କା ମିଳିଥିଲା।ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସ୍ପଷ୍ଟ ସୂଚନା ଦେଇନପାରିବାରୁ ପୋଲିସ ଟଙ୍କା ଜବତ କରିଛି। 

Advertisment

ସେପଟେ ସମ୍ବଲପୁର ବାମରା ବ୍ଲକ୍ କେଶାଇବାହାଲ ଠାରେ ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଧରାପଡିଛି ୩ଲକ୍ଷରୁ ଅଧିକ ଟଙ୍କା। ଗାଡି ମଟର ଚେକିଂ ବେଳେ କାରରୁ ୩ଲକ୍ଷ ୫ହଜାର ୭ ଶହ ଟଙ୍କା ଜବତ ହୋଇଛି। ଜବତ ଟଙ୍କା କୁଚିଣ୍ଡା ସବ ଟ୍ରେଜେରୀରେ ଜମା କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ପୂର୍ବରୁ କୁଚିଣ୍ଡାର ପୃଥକ ପୃଥକ ୩ ଟି ସ୍ଥାନରୁ ୧୨ଲକ୍ଷ ୮୮ ହଜାର ଟଙ୍କା ଜବତ ହୋଇଥିଲା।

ଅଧିକ ପଢ଼ନ୍ତୁ: ରାଜଧାନୀରେ ପୁଳା ପୁଳା ଟଙ୍କା; ଏୟାରପୋର୍ଟରୁ ଜବତ ହେଲା ୭୫ଲକ୍ଷ

ଲୋକସଭା ନିର୍ବାଚନ ଯେତିକି ଯେତିକି ପାଖୋଉଛି ପ୍ରଚାର ପ୍ରସାର ବି ଜୋରଦାର ହେଉଛି । ଆସନ୍ତା ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ତେବେ ନିର୍ବାଚନ ପୂର୍ବରୁ ଧରାପଡ଼ିଛି କୋଟି କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା ୪,୬୫୦ କୋଟି ଜବତ କରାଯାଇଥିବା ନିର୍ବାଚନ କମିଶନର ସୂଚନା ଦେଇଛନ୍ତି, ଯାହା ଭାରତ ଇତିହାସରେ ପ୍ରଥମ।

Advertisment

 ସୂଚନାଯୋଗ୍ୟ, ନିର୍ବାଚନରେ ଧନବଳର ପ୍ରଭାବ ରୋକିବା ପାଇଁ ମାର୍ଚ୍ଚ ୧ ତାରିଖରୁ ଚଢ଼ାଉ ଚାଲିଛି। ପ୍ରତି ଦିନ ହାରାହାରି ୧୦୦ କୋଟିରୁ ଅଧିକ ଟଙ୍କା ଜବତ ହେଉଛି। ପ୍ରବର୍ତ୍ତନ ଅଧିକାରୀ, ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିଷ୍ଟିକ୍‌ ସର୍ଭେଲାନ୍ସ ଟିମ୍‌ ପ୍ରତିଦିନ ଏଥିପାଇଁ କାମ କରୁଛନ୍ତି। ପ୍ରତି ଚେକ୍‌ ପୋଷ୍ଟରେ ଚେକିଂ ହେଉଛି। ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବା ପୂର୍ବରୁ ବର୍ତ୍ତମାନ ସୁଦ୍ଧା ୪,୬୫୦ କୋଟି ଜବତ ହୋଇ ସାରିଲାଣି, ଯାହା ୨୦୧୯ ଲୋକସଭା ନିର୍ବାଚନରେ ଜବତ ହୋଇଥିବା ଟଙ୍କା ଠାରୁ ଢ଼େର ଅଧିକ ବୋଲି ନିର୍ବାଚନ କମିଶନର କହିଛନ୍ତି।

Cash Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ