Mobile thief dupes businessman
ଜିନିଷ କିଣିଲା ଚୋର, ଫସିଲେ ବ୍ୟବସାୟୀ। ଚୋରି ମୋବାଇଲରେ ପେମେଣ୍ଟ ନେଇ ବ୍ୟବସାୟୀଙ୍କୁ ହଟହଟା ହେବାକୁ ପଡ଼ିଛି। ଏକ ଚୋରା ମୋବାଇଲ୍ରୁ ଫୋନ୍ ପେ’ରେ ୪୬୦ ଟଙ୍କାର ପେମେଣ୍ଟ ଗ୍ରହଣ କରିବା ଯୋଗୁ ବ୍ୟବସାୟୀଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି। ଭୁବନେଶ୍ୱରର ଜଣେ ବ୍ୟବସାୟୀ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସମ୍ପୃକ୍ତ ବ୍ୟବସାୟୀଙ୍କ କହିବା ଅନୁସାରେ, ଜିନିଷ କିଣିବା ପାଇଁ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲେ। ଏହାପରେ ଜିନିଷ ବାବଦକୁ ସେ ୪୬୦ ଟଙ୍କା ଫୋନ୍ ପେ’ରେ ପେମେଣ୍ଟ କରିଥିଲେ। ଯେଉଁ ଫୋନ୍ରୁ ବ୍ୟକ୍ତି ଜଣକ ପେମେଣ୍ଟ କରିଥିଲେ, ତାହା ଏକ ଚୋରି ମୋବାଇଲ୍ ଥିଲା। ଉକ୍ତ ବ୍ୟକ୍ତି ଚୋରି ମୋବାଇଲର ୟୁପିଆଇ ଏବଂ ପାସଓ୍ୱାର୍ଡ ଜାଣି ବ୍ୟବସାୟୀଙ୍କୁ ଫୋନ ପେ’ରେ ପେମେଣ୍ଟ କରିଥିଲେ। ପରେ ବ୍ୟବସାୟୀଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିଲା।
ଆକାଉଣ୍ଟ ଫ୍ରିଜ୍ ହେବା ଜାଣି ବ୍ୟବସାୟୀ ଜଣକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660368521.jpg)