Advertisment

Boyfriend Arrested: ଛାତ୍ରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଗିରଫ, ମୋବାଇଲରୁ ମିଳିଛି ୬୦ଟି ଅଶ୍ଲୀଳ ଭିଡ଼ିଓ

ପଟ୍ଟାମୁଣ୍ଡାଇ କାଠିଆପଡ଼ା ଛାତ୍ରୀ ମୃତ୍ୟୁ ମାମଲାରେ କାଠଗଡ଼ାରେ ମୃତ ଛାତ୍ରୀଙ୍କ ବୟଫ୍ରେଣ୍ଡ। କାରଣ ମୋବାଇଲରୁ ମିଳିଛି, ମୃତ ଛାତ୍ରୀଙ୍କ ପ୍ରାୟ ୬୦ଟି ଆପତ୍ତିଜନକ ଭିଡ଼ିଓ ସହ ଫଟୋ। ଭାଇରାଲ୍ ପାଇଁ ବି ଉଦ୍ୟମ କରିଛନ୍ତି ପୁରୁଷ ବନ୍ଧୁ ପ୍ରମୋଦ ବେହେରା। ଆଉ ଆତ୍ମହତ୍ୟା ପାଇଁ ଉସୁକାଇବାର ପ୍ରମାଣ ଆଧାରରେ ତାଙ୍କୁ ଆଜି ପୋଲିସ ଗିରଫ କରିଛି। ତେବେ ହତ୍ୟା ନା ଆତ୍ମହତ୍ୟା, ସ୍ପଷ୍ଟ କରିନାହାଁନ୍ତି ଏସପି। ଅପରପକ୍ଷରେ ଏଭଳି ଗିରଫଦାରୀକୁ ବିରୋଧ କରି ଆଜି ଗର୍ଜିଛନ୍ତି ବୟଫ୍ରେଣ୍ଡ ପ୍ରମୋଦଙ୍କ ପରିବାର ଓ ଗାଁ ଲୋକେ।

ଅଦ୍ୟତନ ହୋଇଛି
boyfriend

boyfriend

Advertisment

କାଳ ସାଜିଲା କି ଦୀର୍ଘଦିନର ପ୍ରେମରେ ପାରିବାରିକ ପ୍ରତିବନ୍ଧକ ? ବିବାହରେ ବାଧା ଷଡ଼ଯନ୍ତ୍ରରୁ ସର୍ବନାଶ ହୋଇଗଲା କି ସବୁକିଛି ? ଦିନେ ଯିଏ ନିଜ ପ୍ରେମିକାକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲା, ପାରିବାରିକ ପ୍ରତିପକ୍ଷର ପ୍ରତିବନ୍ଧନ ସବୁକିଛି ଖିନଭିନ୍ କରିଦେଲା କି ? ପଟ୍ଟାମୁଣ୍ଡାଇ କାଠିଆପଡ଼ା ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏଭଳି ପ୍ରଶ୍ନ ସହ କାଠଗଡ଼ାରେ ଏବେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା। ୫ ଦିନର ତନାଘନା ଭିତରେ ଏବଂ ବାପାଙ୍କ ଏତଲା ଆଧାରରେ ଆଜି ପ୍ରମୋଦଙ୍କୁ ଗିରଫ ଦର୍ଶାଇଛି କେନ୍ଦ୍ରାପଡ଼ା ପୋଲିସ। ଲଗାଇଛି ୬ଟି ଦଫା। ବିଏନଏସ୍ ଧାରା ୧୦୮ ଅର୍ଥାତ ଆତ୍ମହତ୍ୟା ପାଇଁ ଉସୁକାଇବା, ଧାରା ୨୯୬ ଅର୍ଥାତ ସର୍ବସାଧାରଣ ସ୍ଥାନରେ ଆପତ୍ତିଜନକ ଆଚରଣ, ଧାରା ୭୫ ଅର୍ଥାତ ଯୌନ ନିର୍ଯାତନା, ଧାରା ୭୮ ପିଛା କରିବା, ଧାରା ୬୬/E ଗୋପନୀୟତା ଉଲଂଘନ ଏବଂ 67/A ଅର୍ଥାତ ଆପତ୍ତିଜନକ ଭିଡ଼ିଓ କିମ୍ବା ଫଟୋ ଭାଇରାଲ କରିବା। ଏଭଳି ୬ଟି ଦଫା ଲଗାଇ, ପୂର୍ବରୁ ଚେନ୍ନାଇରୁ ଧରିଆଣିଥିବା କେନ୍ଦ୍ରାପଡ଼ା ପୋଲିସ, ଆଜି ବୟଫ୍ରେଣ୍ଡଙ୍କୁ ଗିରଫ ଦର୍ଶାଇଛି।

Advertisment

ପୋଲିସର ସୂଚନା ଅନୁଯାୟୀ, ମୃତ୍ୟୁର ପୂର୍ବଦିନ ଏବଂ କିଛି ସମୟ ପୂର୍ବରୁ ଯୁବତୀଙ୍କ ସହ ଫୋନରେ କଥା ହୋଇଥିଲେ ପ୍ରମୋଦ। ନିଜ ପ୍ରେମିକାଙ୍କ ଆପତ୍ତିଜନକ ଫଟୋ ବି ମିଳିଛି ପ୍ରମୋଦଙ୍କ ଜବତ ମୋବାଇଲରୁ। ଜୁଲାଇ ୧୭ରେ ଅଶ୍ଳୀଳ ଭିଡିଓ ଯୁବତୀଙ୍କ ବାପାଙ୍କ ପାଖକୁ ବି ପଠାଇଥିଲେ। ଆଉ ଭାଇରାଲ ପାଇଁ ଅନ୍ୟ ୨ ଜଣଙ୍କୁ ବି ପଠାଇ ଥିଲେ ପ୍ରମୋଦ। ଅର୍ଥାତ ମୋବାଇଲରେ ନିଜ ପ୍ରେମିକାଙ୍କ ଅଶ୍ଳୀଳ ଭିଡ଼ିଓ ରଖିବା ଏବଂ ଏକାଧିକ ମୋବାଇଲକୁ ପଠାଇବାର ପ୍ରମାଣ ପାଇଛି ପୋଲିସ। ଏପରିକି ପ୍ରମୋଦଙ୍କ ପାଖରେ ୬୦ଟି ଅଶ୍ଲୀଳ ଭିଡିଓ ଥିଲା ବୋଲି ପୋଲିସ କହିଛି। ଘଟଣା ଦିନ ସକାଳ ସାଢ଼େ ୬ଟାରେ ପ୍ରମୋଦ କଲ୍ କରିଥିଲା। ବାପା ମାଆ ବାହାରକୁ ଯିବା ଦୃଶ୍ୟ ସିସିଟିଭିରେ କଏଦ ରହିଛି। କିନ୍ତୁ ବାପା ଘରୁ ବାହାରିଲା ବେଳେ ଝିଅଙ୍କ ଦେଖାନଥିଲା ବୋଲି କହିଛନ୍ତି ଏସପି।

ତେବେ ଯାହାକୁ ସେ ଭଲ ପାଉଥିଲେ କାହିଁକି ତାଙ୍କ ଆପତ୍ତିଜନକ ଭିଡ଼ିଓ କିମ୍ବା ଫଟୋକୁ ଅନ୍ୟତ୍ର ପଠାଉଥିଲେ ପ୍ରମୋଦ ? ପ୍ରମୋଦଙ୍କ ପରିବାର ଲୋକଙ୍କ କହିବା କଥା, ସଂପୃକ୍ତ ଯୁବତୀଙ୍କୁ ସେ ବିବାହ ପାଇଁ ମନସ୍ଥ କରିଥିଲେ। ତେବେ କାହିଁକି ଅଶ୍ଲୀଳ ଭିଡ଼ିଓକୁ ଭାଇରାଲ ପାଇଁ ଅନ୍ୟମାନଙ୍କୁ ପଠାଉଥିଲେ ? ପ୍ରେମ ବିରୋଧରେ ଏବଂ ବିବାହ ପାଇଁ ଯୁବତୀଙ୍କ ପରିବାର ପ୍ରତିବନ୍ଧକ ସାଜୁଥିଲେ ବୋଲି ନା ରହିଛି ଅନ୍ୟ କାରଣ ? ଏଭଳି ନାନା ପ୍ରଶ୍ନ ଭିତରେ ବୟଫ୍ରେଣ୍ଡ ପ୍ରମୋଦଙ୍କ ଗିରଫଦାରୀ ବିରୋଧରେ ଗର୍ଜିଥିଲେ ତାଙ୍କ ପରିବାର ଲୋକେ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ପୁରୁଷ ବନ୍ଧୁଙ୍କ ପରିବାର ଏବଂ ଗାଁ ଲୋକେ ଧାରଣା ଦେଇଥିଲେ। ଏପରିକି ପ୍ରମୋଦଙ୍କ ବାପା ଆତ୍ମାହୁତୀ ଚେତାବନୀ ବି ଦେଇଥିଲେ। କାଳେ କୌଣସି ଅଘଟଣ ଘଟିଯିବ, ସେହି ଆଶଙ୍କାରେ ପୋଲିସ ସହ ଅଗ୍ନିଶମ ବାହିନୀ ସଜାଗ ବି ରହିଥିଲେ। ପରେ ବୁଝାସୁଝା ପରେ ଧାରଣାରୁ ଓହରିଥିଲେ ସମସ୍ତେ।

Advertisment

ତେବେ ମୃତ୍ୟୁ ପଛରେ କାରଣ ଯାହା ବି ଥାଉ, ହତ୍ୟା ନା ଆତ୍ମହତ୍ୟା, ତାହା ସ୍ପଷ୍ଟ ହେଉନଥିବାରୁ ରହସ୍ୟ ଆହୁରି ଘନେଇବାରେ ଲାଗିଛି। ତେବେ ଗିରଫ ପ୍ରମୋଦଙ୍କୁ ଆଜି ପୋଲିସ କୋର୍ଟଚାଲାଣ କରିଥିବାବେଳେ ମୃତ୍ୟୁ ପଛରେ ଆଉ କିଏ ? କେବେ ମାମଲାରେ ସ୍ପଷ୍ଟତା ଆସୁଛି ? ତାକୁ ଅପେକ୍ଷା।

ଅଧିକ ପଢ଼ନ୍ତୁ: ବାପା ମାଆଙ୍କ ସାମ୍ନାରେ ଝିଅକୁ ଉଠାଇନେଲେ, ମାସ୍କ ପିନ୍ଧି ଆସିଥିଲେ ଯୁବକ

Advertisment
Police Arrest Self Immolation Mobile Phone Pattamundai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ