Advertisment

ପୋଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ : ରଣକ୍ଷେତ୍ର ପାଲଟିଲା କନ୍ଧମାଳ ଫିରିଙ୍ଗିଆ ଥାନା ପରିସର

ଆକ୍ରୋଶରୁ ପୋଲିସ୍ ଉପରେ ଭୟଙ୍କର ଆକ୍ରମଣ । ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ ।

undefined

Mob sets police station on fire

Advertisment

ଥାନା ଭିତରେ ଭଙ୍ଗାରୁଜା, ମାଲଖାନାରେ ପୋଡ଼ାଜଳା, ପୋଲିସକୁ ମରଣାନ୍ତକ ଆକ୍ରମଣ..ରଣକ୍ଷେତ୍ର ପାଲଟିଲା କନ୍ଧମାଳ ଫିରିଙ୍ଗିଆ ଥାନା ପରିସର ଆଜି ଅପରାହ୍ଣରେ ଏପରି ଦୃଶ୍ୟ ଦେଖିବା ପାଇଁ ମିଳିଛି । ହୁତୁ ହୁତୁ ଜଳିଛି ଫିରିଙ୍ଗିଆ ଥାନା, ଆଉ ଥାନା ସନ୍ନିକଟ ମାଲଖାନାରେ ବିସ୍ଫୋରଣ ଭଳି ସ୍ଥିତି। ଏପଟେ ଉତ୍ୟକ୍ତ ଲୋକଙ୍କ ଅନ୍ଧାଧୁନ୍ ଆକ୍ରମଣ ଭିତରୁ ଜୀବନ ବଞ୍ଚାଇବାକୁ ପୋଲିସ ଅଧିକାରୀଙ୍କ ସଂଘର୍ଷ।... କନ୍ଧମାଳ ଫିରିଙ୍ଗିଆ ଥାନାରେ ଘଟିଥିବା ଏ ଲୋମହର୍ଷଣକାରୀ କାଣ୍ଡ ପଛରେ ପୋଲିସ ବିରୋଧୀ ଆକ୍ରୋଶକୁ ଦାୟୀ କରାଯାଉଛି। ଘଟଣା ଥିଲା କିଛି ଏମିତି। 

Advertisment

ଦୁଇ ଦିନ ତଳେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ହିଁ ଏ ଗଣ୍ଡଗୋଳର ସୂତ୍ରପାତ କରାଇଥିବା ଅନୁମାନ କରାଯାଉଛି । ଲୋକଙ୍କ ଅଭିଯୋଗ, ଫିରିଙ୍ଗିଆ ଥାନାର ଏକ ପୋଲିସ ଗାଡ଼ିରେ ଦୁଇଜଣ ହୋମଗାର୍ଡ୍ ରାତି ପ୍ରାୟ ୩ଟା ବେଳେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ସରପଞ୍ଚ ଓ ଅନ୍ୟକିଛି ଲୋକ ପୋଲିସ ଗାଡ଼ିର ପିଛା କରି ବୁଡ଼ାଆମ୍ବା ନିକଟରେ ସେହି ଗାଡ଼ିକୁ ଧରିଥିଲେ। ଆଉ ଘଟଣା ବେଳର ଭିଡିଓ ସୁଟିଂ କରି ଭାଇରାଲ କରିଥିଲେ।

ଏ ଘଟଣାକୁ ସ୍ଥାନୀୟ ଲୋକେ ଅତି ସମ୍ବେଦନଶୀଳ ଦର୍ଶାଇ ତୁରନ୍ତ ଫିରିଙ୍ଗିଆ ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଫିରିଙ୍ଗିଆ ବ୍ଲକ୍ ଆଗରେ ରାସ୍ତାରୋକ ସ୍ଥାନୀୟ ଲୋକେ । ପରେ ଘଟଣାସ୍ଥଳରେ ଫୁଲବାଣୀ ଏସଡିପିଓ ପହଞ୍ଚି ଆନ୍ଦୋଳନାକରୀଙ୍କୁ ବୁଝାସୁଝା କରିଥିଲେ। ତାରି ଭିତରେ ହିଂସାର ସାମାନ୍ୟ ସୂତ୍ରପାତରୁ ପରେ କ୍ରମେ ଏହା ଭୟଙ୍କର ରୂପ ନେଇଥିଲା।...

Advertisment

ଫିରିଙ୍ଗିଆ ଅଞ୍ଚଳବାସୀଙ୍କ ଅଭିଯୋଗ ଘଟଣା ସମ୍ପର୍କରେ କନ୍ଧମାଳ ଏସପିଙ୍କୁ ଜଣାଇବାର ଦୁଇ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ନହେବାରୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେପଟେ ଘଟଣା ସମ୍ପର୍କରେ ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି, ଲୋକେ ପୋଲିସ ନିକଟରେ କୌଣସି ଅଭିଯୋଗ ନକରି ହଠାତ୍ ରାସ୍ତାରୋକ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଏ ଘଟଣା ପରେ ଫିରିଙ୍ଗିଆ ଆସି ଘଟଣା ତୁରନ୍ତ ଥାନାରେ ନିଆଁକୁ ଆୟତ୍ତ କରିଛି ଅଗ୍ନଶିମ ବାହିନୀ। କନ୍ଧମାଳ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ତଳରେ ଡିଭିଏଫ୍, ଏସଓଜି, ଓଏସଏପି ସମେତ ଅନ୍ୟ ପୋଲିସ ବାହିନୀ ମୁତୟନ ରହିଛନ୍ତି। ଗିରଫଦାରୀ ଭୟରେ ଫିରିଙ୍ଗିଆ ବଜାର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ପଡ଼ିଛି ।

Advertisment
Police Stations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ