Advertisment

ଷ୍ଟେସନରୁ ନିଖୋଜ ଛାତ୍ରୀ ସ୍ୱିଟିଙ୍କ ମିଳିଲା ସନ୍ଧାନ ! ବୟଫ୍ରେଣ୍ଡ ସହ ଫେରାର ସୂଚନା

ଇଞ୍ଜିନିୟରିଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପଶ୍ଚିମବଙ୍ଗରେ ଥିବା ଜଣାପଡ଼ିବା ସହ ତାଙ୍କ ମୋବାଇଲ କୋଲକାତା ଚିତପୁରରେ ଥିବା ଦେଖାଉଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସର ସହାୟତା ନେଇଛି ଜିଆରପି ।

ଅଦ୍ୟତନ ହୋଇଛି
Sweety Roy

Sweety Roy

Advertisment

ଭୁବନେଶ୍ୱର ରେଳ ଷ୍ଟେନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟିର ନିଖୋଜ ଘଟଣା । ପଶ୍ଚିମବଙ୍ଗର ଚିତପୁରରେ ଜଣେ ପୁରୁଷ ବନ୍ଧୁଙ୍କ ସହ ଭୁବନେଶ୍ୱରସ୍ଥିତ ଉତ୍କଳ ଏରୋସ୍ପେଶ ଇଞ୍ଜିନିୟରିଂ କଲେଜ ଛାତ୍ରୀ ସ୍ୱିଟି ଥିବା ପୋଲିସ ଜାଣିବାକୁ ପାଇଛି । ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱିଟି ଏବଂ ପୁରୁଷ ବନ୍ଧୁଙ୍କ ଫଟୋରୁ ସୁରାଗ ମିଳିଥିଲା । ପୁରୁଷ ବନ୍ଧୁ ପଶ୍ଚିମବଙ୍ଗରେ ଥିବା ଜଣାପଡ଼ିବା ସହ ତାଙ୍କ ମୋବାଇଲ କୋଲକାତା ଚିତପୁରରେ ଥିବା ଦେଖାଉଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସର ସହାୟତା ନେଇଛି ଜିଆରପି ।

Advertisment

ବୁଧବାର ଦିନ ସ୍ୱିଟି ଜନଶତାବ୍ଦୀ ଏକ୍ସପ୍ରେସ୍ ଯୋଗେ କୋଲାକାତାରୁ ଭୁବନେଶ୍ୱର ଆସିଥିଲେ । ରାତି ପ୍ରାୟ ୮ଟାରେ ସେ ଭୁବନେଶ୍ୱର ରେଳଷ୍ଟେସନରେ ଓହ୍ଲାଇଥିଲେ । ୬ ନମ୍ବର ପ୍ଲାଟଫର୍ମରେ ଥାଇ ସେ ତାଙ୍କ ମାଆଙ୍କୁ ଫୋନ କରି ଭୁବନେଶ୍ୱରରେ ପହଞ୍ଚିଥିବା ଜଣାଇଥିଲେ । ପ୍ରାୟ ଅଧ ଘଣ୍ଟା ପରେ ସେ ହଷ୍ଟେଲରେ ପହଞ୍ଚିଲେ କି ନାହିଁ ବୁଝିବାକୁ ମାଆ ତାଙ୍କୁ ଫୋନ କରିଥିଲେ । ହେଲେ ତାଙ୍କ ଫୋନ ସ୍ୱିଚ୍ ଅଫ୍ ଥିଲା ।

ଫୋନ ବାରମ୍ବାର ସ୍ୱିଚ୍ ଅଫ୍ ଥିବା ଜଣାପଡିବା ପରେ ସ୍ୱିଟିର ବାପା ଭୁବନେଶ୍ୱରରେ ରହୁଥିବା ବନ୍ଧୁ ସୁରେଶଙ୍କୁ ଏ ବିଷୟରେ ଜଣାଇଥିଲେ । ଏହାପରେ ସୁରେଶ ଭୁବନେଶ୍ୱର ରେଲୱେ ଥାନାରେ ସ୍ୱିଟିଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଛାତ୍ରୀ ସ୍ୱିଟି ଜଣେ ପୁରୁଷ ବନ୍ଧୁଙ୍କ ସହ ଥିବା ଚିତ୍ର ରେଲେଓ୍ୱ ଷ୍ଟେସନ ସିସିଟିଭିରୁ ଜଣାପଡିଥିଲା ।

Advertisment

ସ୍ୱିଟି ନିଖୋଜ ହେବା ବେଳେ ତାଙ୍କ ନିକଟରେ ଜଣେ ଯୁବକ ଛିଡ଼ା ହୋଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ସ୍ୱିଟି ଉକ୍ତ ଯୁବକଙ୍କ ସହ କଥା ହେଉଥିଲେ, ପାଖରେ ଛିଡ଼ା ହୋଇଥିଲେ। ହେଲେ ଏହାପରେ ହଠାତ୍‌ ଉଭୟ ଅନ୍ତର୍ଦ୍ଧାନ ହୋଇ ପଡ଼ିଥିବା ବେଳେ ସ୍ୱିଟିଙ୍କ ଫୋନ୍‌ ସୁଇଚ ଅଫ୍‌ ହୋଇଯାଇଥିଲା ।

Sweety Roy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ