Advertisment

ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ..ସେଞ୍ଚୁରୀ ପାର୍କରୁ ମିଳିଲା ସୁସ୍ମିତା ମିଂଜଙ୍କ ମୃତଦେହ

ଅଦ୍ୟତନ ହୋଇଛି
 Rourkela Lady Assistant Collector Death

Mysterious Deaths

Advertisment

ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ମହିଳା ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ। ମହିଳା ଅଫିସର ସୁସ୍ମିତା ମିଂଜଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ମଙ୍ଗଳବାର ସନ୍ଧ୍ୟାରେ ଟ୍ରାଫିକ ଗେଟ ନିକଟରେ ଥିବା ସେଞ୍ଚୁରି ପାର୍କରେ ମହିଳା ଅଫିସରଙ୍କ ମୃତଦେହ ମିଳିଥିଲା । ପ୍ଲାଣ୍ଟସାଇଟ୍‌ ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।

Advertisment

ଗତ ଶୁକ୍ରବାର ଠାରୁ ଘରକୁ ଫେରି ନଥିଲେ ଅଫିସର ସୁସ୍ମିତା ମିଂଜ । ସେ ଘରକୁ ‌ନଫେରିବାରୁ ତାଙ୍କ ଭାଇ ଭଉଣୀ ନିଖୋଜ ଥିବା ନେଇ ଗତ ରବିବାର ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ହେଲେ ମଙ୍ଗଳବାର ଅପରାହ୍ନରେ ସେଞ୍ଚୁରି ପାର୍କରେ ତାଙ୍କ ଶବ ଭାସୁଥିବା ଦେଖି ସୁରକ୍ଷାକର୍ମୀ ପ୍ଲାଣ୍ଟସାଇଟ୍‌ ଥାନାକୁ ସୂଚନା ଦେଇଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ପୁଷ୍କରଣୀ ଭିତରକୁ ସୁସ୍ମିତାଙ୍କ ଶବ ଉଦ୍ଧାର କରିଥିଲେ।

ସଂପୃକ୍ତ ମହିଳା ଅଧିକାରୀ ଜଣକ ଗତ କିଛି ଦିନ ହେଲା କାମରେ ବହୁତ୍ ଟେନସନରେ ରହୁଥିବା କହୁଥିଲେ। ଏମିତିକି ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଫିସ କାମ ପାଇଁ ଚାପ ଦେଉଥିବା ଅଭିଯୋଗ କରିଛନ୍ତି ମୃତ ଅଫିସରଙ୍କ ମାଆ। ସେପଟେ ଅଭିଯୋଗ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।...

Advertisment
Crime In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ