Advertisment

Navy Officer Missing: ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଛି ସୌରଭଙ୍କ ନିଖୋଜ କାହାଣୀ

ପ୍ରଶ୍ନ ଉଠୁଛି ଇଚ୍ଛାପୁର ଷ୍ଟେସନରୁ ସୌରଭ କୁଆଡେ ଗଲେ? ସୌରଭ ଗାଏବ ହୋଇଯିବା ପଛରେ କ’ଣ ରହିଛି କାରଣ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ବି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଯାଇଛି ସୌରଭଙ୍କ ନିଖୋଜ କାହାଣୀ। ଆନ୍ଧ୍ର ଓ ଓଡ଼ିଶା ପୋଲିସ ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Missing Odia Navy Officer

Missing Odia Navy Officer

Advertisment

ନିଖୋଜ ନୌସେନା ଅଧିକାରୀ ସୌରଭ କୁମାର ପାତ୍ରଙ୍କର ମିଳିଲା ସନ୍ଧାନ। ସିସିଟିଭିରେ ନଜର ଆସିଲେ ସୌରଭ। ଇଚ୍ଛାପୁର ଷ୍ଟେସନ ପ୍ଲାଟଫର୍ମ ବାହାରକୁ ସୌରଭ ଯାଉଥିବା ସିସିଟିଭିରୁ ଜଣାପଡ଼ିଛି। ରେଳଧାରଣା କଡ଼ରୁ ତାଙ୍କର ପରିଚୟପତ୍ର ମିଳିଛି। ହେଲେ ଇଚ୍ଛାପୁର ଷ୍ଟେସନରୁ ସୌରଭ କୁଆଡ଼େ ଗଲେ, ତାର ପତ୍ତା ମିଳୁନାହିଁ। ଆନ୍ଧ୍ର ଓ ଓଡ଼ିଶା ପୋଲିସ ଘଟଣାର ତଦନ୍ତ କରୁନ୍ତି।

Advertisment

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗେଟ୍ ବଜାରର ବୃନ୍ଦବତୀ ନଗରରେ ସୌରଭଙ୍କ ଘର। ୨୦୧୯ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ। କେରଳର କୋଚି INS ଗରୁଡ଼ରେ ସେ ଚାକିରି କରୁଥିଲେ। ୨୦୨୪ ଡିସେମ୍ବର ୨୮ରେ ସେ ଘରକୁ ଛୁଟିରେ ଆସିଥିଲେ। ଜାନୁଆରୀ ୧୯ ତାରିଖରେ ସୌରଭ କୋଚି ଫେରିବାର ଥିଲା।

ବ୍ରହ୍ମପୁରରୁ ଟ୍ରେନ୍ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟରେ ଯିବାର ଥିଲା । ଭୋର ୩ଟାରେ ଜାନୁଆରୀ ୧୯ରେ ବ୍ରହ୍ମପୁର ରେଳ ଷ୍ଟେସନରେ ସୌରଭଙ୍କୁ ଟ୍ରେନରେ ବସାଇଥିଲେ ପରିବାର ଲୋକେ। ଅପରାହ୍ନରେ ତାଙ୍କର ଫ୍ଲାଇଟ୍ ଥିଲା । ବ୍ରହ୍ମପୁରରୁ ଯିବା ପରେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ପରିବାର ଲୋକେ ବାରମ୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା।

Advertisment

ଅଧିକ ପଢ଼ନ୍ତୁ: ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌; ଯୋଗଦେବେ ୧୨ଦେଶର ନିବେଶକ, ଛୁଟିବ ନିବେଶ ସୁଅ

ଚାରିଆଡ଼େ ଖୋଜାଖୋଜି କରିବା ପରେ ବିଶାଖାପାଟଣା ଏୟାରପୋର୍ଟରେ ସୌରଭଙ୍କ ଅନୁସନ୍ଧାନ କରିଥିଲେ ପରିବାର ଲୋକେ। କିନ୍ତୁ ସୌରଭ ସେଠାରେ ଚେକ୍ ଇନ୍ କରିନଥିବା ଜଣାପଡିଥିଲା। ପରେ କୋଚି ଆଇଏଏସ୍ ଗରୁଡ଼ ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକ। ସୌରଭ ସେଠାରେ ବି କାର୍ଯ୍ୟରେ ଯୋଗ ଦେଇନଥିବା ଅଧିକାରୀ ଜଣାଇଥିଲେ।

Advertisment

ପରେ ସୌରଭଙ୍କ ସାଙ୍ଗମାନଙ୍କ ସହ କଥା ହୋଇଥିଲେ ପରିବାର ଲୋକେ, ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ପୁଅର ଖୋଜ ଖବର ନପାଇ ଚିନ୍ତିତ ହୋଇ ପଡ଼ିଥିଲେ ପରିବାର ଲୋକେ। ଶେଷରେ ସୌରଭଙ୍କ ମାଆ ନିତୁ ପାତ୍ର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଏତଲା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା।

ଇଚ୍ଛାପୁର ଷ୍ଟେସନ ପ୍ଲାଟଫର୍ମରେ ଲାଗିଥିବା ସିସିଟିଭିରେ ସୌରଭ ବାହାରକୁ ଯାଉଥିବା ଜଣାପଡ଼ିଥିଲା। ଏଥିସହ ରେଳଧାରଣା କଡ଼ରୁ ତାଙ୍କର ପରିଚୟପତ୍ର ମିଳିଥିଲା। ହେଲେ ନିଖୋଜ ସୌରଭଙ୍କର କୌଣସି ପତ୍ତା ମିଳିନଥିଲା। 

ତେବେ ପ୍ରଶ୍ନ ଉଠୁଛି, ଇଚ୍ଛାପୁର ଷ୍ଟେସନରୁ ସୌରଭ କୁଆଡେ ଗଲେ? ସୌରଭ ଗାଏବ ହୋଇଯିବା ପଛରେ କ’ଣ ରହିଛି କାରଣ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ବି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଯାଇଛି ସୌରଭଙ୍କ ନିଖୋଜ କାହାଣୀ। ଆନ୍ଧ୍ର ଓ ଓଡ଼ିଶା ପୋଲିସ ଘଟଣାର ତଦନ୍ତ କରୁଛି।

ପୁଅର କୌଣସି ପତ୍ତା ମିଳୁ ନଥିବାରୁ ଚିନ୍ତାରେ ଅଛନ୍ତି ପରିବାର ଲୋକେ। ପୁଅକୁ ଖୋଜି ଆଣିବାକୁ ପୋଲିସ ଓ ନୌସେନାକୁ ନିବେଦନ କରିଛନ୍ତି ମା’।

ଅଧିକ ପଢ଼ନ୍ତୁ: କଥା ଦେଇ କଥା ରଖିଲାନି ପୁଅ; ମା’କୁ ଠକିଦେଲା

 

Odisha Police CCTV Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ