Advertisment

ଲିଫ୍ଟ ମାଗି କୁଆଡ଼େ ଯାଉଛନ୍ତି କି ? ସାବଧାନ, ରୁହନ୍ତୁ... ନଚେତ୍‌ ଆପଣ ବି ହୋଇପାରନ୍ତି ଟାର୍ଗେଟ୍‌

ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରା। କେତେବେଳେ ଦୋକାନୀଙ୍କୁ ଚକ୍‌ମା ଦେଇ ଲୁଟ୍ ତ ଆଉ କେତେବେଳେ ଲିଫ୍ଟ ଦେଇ ଯାତ୍ରୀଙ୍କୁ ଲୁଟ୍। ଲିଫ୍ଟ ବାହାନାରେ ନିଶା ଦେଇ ଲୁଟେରାମାନେ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ୍ କରି ଲୁଟ୍ କରି ଚାଲୁଛନ୍ତି।

ଅଦ୍ୟତନ ହୋଇଛି
Loot In Bhubaneswar

Loot In Bhubaneswar

Advertisment

ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରା। କେତେବେଳେ କେଉଁ ଢଙ୍ଗରେ ଲୁଟୁଛନ୍ତି ଜାଣିବା କଷ୍ଟକର। କେତେବେଳେ ଦୋକାନୀଙ୍କୁ ଚକ୍‌ମା ଦେଇ ଲୁଟ୍ ତ ଆଉ କେତେବେଳେ ଲିଫ୍ଟ ଦେଇ ଯାତ୍ରୀଙ୍କୁ ଲୁଟ୍। ଲିଫ୍ଟ ବାହାନାରେ ନିଶା ଦେଇ ଲୁଟେରାମାନେ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ୍ କରି ଲୁଟ୍ କରି ଚାଲୁଛନ୍ତି। ହେଲେ ପୋଲିସ୍‌ ଏହି ଲୁଟାରାଙ୍କ ସମ୍ପର୍କରେ ଟିକିଏ ବି ଟେର୍‌ ପାଉନି। 

Advertisment

ଶିକ୍ଷକଙ୍କ ପରେ ଏବେ ଭୁବନେଶ୍ୱରରେ ଲୁଟ୍‌ର ଶିକାର ହୋଇଛନ୍ତି ବେଙ୍ଗାଲୁରୁ ଫେରନ୍ତା ଯୁବକ। ନିଶା ଦେଇ ଯୁବକଙ୍କ ଠାରୁ ନଗଦ ୨୫ ହଜାର ଟଙ୍କା ସହ ଏଟିଏମ୍‌ ନେଇ ସେଥିରୁ ୭୫ ହଜାର ଟଙ୍କା ଉଠାଇ ଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଭୁବନେଶ୍ୱର ସହିଦନଗର ସତ୍‌ସଙ୍ଗ ବିହାର ଅଞ୍ଚଳରେ ଗତ ୧ ତାରିଖରେ ଏହି ଘଟଣା ଘଟିଥିଲା। ଲୁଟ୍‌ର ଶିକାର ଯୁବକ ଏବେ ସହିଦନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ବିରେନ ପରିଡ଼ା ନାମକ ଜଣେ ଯୁବକ ବେଙ୍ଗାଲୁରୁରୁ ଫେରିବା ପରେ ରାଜନଗର ଯିବା ପାଇଁ ସତ୍‌ସଙ୍ଗ ବିହାର ବସ୍‌ ଷ୍ଟପ୍‌ରେ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ କାର୍ ଚାଳକ ତାଙ୍କୁ ଲିଫ୍ ଦେଇଥିଲେ। ପରେ ଏହି ଗ୍ୟାଙ୍ଗର କିଛି ସଦସ୍ୟ ଜଣଙ୍କ ପରେ ଜଣେ ବିଭିନ୍ନ ସ୍ଥାନରୁ କାର୍‌ରେ ଚଢ଼ିଥିଲେ। ତେବେ କଟକ ମହାନଦୀ ପୋଲ୍ ପାଖରେ ପହଞ୍ଚିବା ପରେ ସେଠି ଲୁଟେରାମାନେ ବିରେନଙ୍କୁ କିଛି ପିଇବାକୁ ଦେଇଥିଲେ। ଏହାପରେ ବିରେନ ଅଚେତ୍ ହୋଇପଡ଼ିବା ପରେ ତାଙ୍କ ଠାରୁ ଟଙ୍କା ମୋବାଇଲ୍ ଏବଂ ଏଟିଏମ୍ କାର୍ଡ ସବୁ ଲୁଟି ନେଇଥିଲେ ଲୁଟେରା। ପରେ ତାଙ୍କୁ ଛତିଆ ନିକଟରେ ଫିଙ୍ଗି ଦେଇ ଚମ୍ପଟ ମାରିଥିଲେ। ବିରେନଙ୍କ ହୋସ୍‌ ଆସିବା ପରେ କିଛି ଟ୍ରକ୍ ଚାଳକ ତାଙ୍କୁ ଚୋର ଭାବି ମାର୍‌ପିଟ୍‌ ମଧ୍ୟ କରିଥିଲେ। ଏ ସମସ୍ତ ଘଟଣାକୁ ନେଇ ବିରେନ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। 

Advertisment

କିଛି ଦିନ ପୂର୍ବେ ଜଣେ ଶିକ୍ଷକ ମଧ୍ୟ ଲିଫ୍ଟ ଲୁଟ୍ ଗ୍ୟାଙ୍ଗର ଶିକାର ହୋଇଥିଲେ। ଢେଙ୍କାନାଳ ଯିବା ପାଇଁ ଡାକି ସମାନ ଢଙ୍ଗରେ କାର୍‌ରେ ବସାଇ ସମ୍ପୃକ୍ତ ଶିକ୍ଷକଙ୍କୁ ନିଶା ଦେଇ ଲୁଟି ନେଇଥିଲେ ଲୁଟେରା। ନବପଲ୍ଲୀ ହାଇସ୍କୁଲର ଶିକ୍ଷକ ଅଖିଳ କୁମାର ପାଲ୍‌ ଲୁଟ୍‌ର ଶିକାର ହେବା ପରେ ସହିଦ ନଗର ଥାନାରେ ଏତଲା ଦେଇଥିଲେ। ହେଲେ ଏଯାଏ ମାମଲାରେ ପୋଲିସ୍‌ କାହାରିକୁ ବି ଧରିବାରେ ସଫଳ ହୋଇପାରି ନାହିଁ। 

ଲିଫ୍ଟ ଲୁଟ୍ ଗ୍ୟାଙ୍ଗ ପଛରେ ମାଷ୍ଟର ମାଇଣ୍ଡ କିଏ ?  ଆଉ କାହାକୁ ଟାର୍ଗେଟ୍ କରିବା ପୂର୍ବରୁ ଧରାପଡ଼ିବେ କି ଏହି ଗ୍ୟାଙ୍ଗ  ? ଏସବୁକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Advertisment
Loot In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ