Advertisment

ତନ୍ତ୍ରମନ୍ତ୍ରର ଆଳରେ ଆସିଲେ ନାଗା ବାବା, ସୁନା ନେଇ ଚମ୍ପଟ ମାରିଲେ

ନାଗା ବାବା ଲୁଟି ନେଲେ ସୁନା । ଅଭିଯୁକ୍ତ ନାଗା ବାବାଙ୍କ ଘର ଉତ୍ତରପ୍ରଦେଶ ।

ଅଦ୍ୟତନ ହୋଇଛି
loot

loot

Advertisment

 ନାଗା ବାବା ଲୁଟି ନେଲେ ସୁନା। ସକାଳୁ ସକାଳୁ ଯଥେଷ୍ଟ ସମ୍ମାନ ସହ ସେମାନେ ଘରେ ପହଞ୍ଚିଥିଲେ। ସବୁ ସମସ୍ୟାର ସମାଧାନ କରିବେ କହିଲେ। ହେଲେ ସମାଧାନ ବଦଳରେ ଝଡ଼ାଫୁଙ୍କା, ତନ୍ତ୍ରମନ୍ତ୍ରର ଆଳ କରି ଲୁଟି ନେଲେ ସୁନା ଗହଣା । ରଘୁନାଥପୁର ଅଂଚଳର ରାକେଶ ପଢ଼ିଆରୀ ଏମିତି ଅଭିଯୋଗ କରିଛନ୍ତି । ତାଙ୍କ ଘରୁ ନାଗା ବାବା ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ନେଇ ଯାଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି ।

Advertisment

ତିନି ଦିନ ତଳେ ଉତ୍ତରପ୍ରଦେଶରୁ ଆସିଥିବା ୬ ଜଣ ନାଗା ସାଧୁ ଶ୍ରୀମନ୍ଦିର ଅଭିମୁଖେ ଯାଉଥିଲେ । ସନ୍ଧ୍ୟା ହୋଇଯାଇ ଥିବାରୁ ସେମାନେ ପଟିଆ ରଘୁନାଥପୁର ଗୁଣ୍ଡିଚା ମନ୍ଦିରରେ ରହିଥିଲେ । ମନ୍ଦିର ପକ୍ଷରୁ ତାଙ୍କ ପାଇଁ ରହିବା ଓ ଖାବଇବାର ବ୍ୟବସ୍ଥା କରାଯାଇଥିଲା । କଥା ଅଳାରେ ରାକେଶ ପଢ଼ିଆରୀଙ୍କ ଘରକୁ ଯିବାପାଇଁ କହିଥିଲେ । ସାଧୁଙ୍କ କଥାକୁ ସମ୍ମାନ ଜଣାଇ ରାକେଶ ସେମାନଙ୍କୁ ନିଜ ଘରକୁ ଡାକି ନେଇଥିଲେ । ସେଦିନ ସକାଳେ ତାଙ୍କ ଘରେ ବାବାଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଥିଲେ ।

ଖାଇସାରିବା ପରେ ପ୍ରାଣକୃଷ୍ଣ, ତାଙ୍କ ପୁଅ ରାକେଶ ଓ ପତ୍ନୀଙ୍କ କହିତ କଥା ହୋଇଥିଲେ । ତା’ପରେ ସେମାନଙ୍କ ହାତରେ ଗୋଟିଏ ଲେଖାଏଁ ରୁଦ୍ରାକ୍ଷ ଦେଇ ଧରିବାକୁ କହିଥିଲେ । ସେମାନଙ୍କୁ ତୁଳସୀ ଚୌରା ମୂଳରେ ଛିଡ଼ା ହୋଇ ଆଖି ବୁଜିବାକୁ କହିଥିଲେ। ବାବାଙ୍କ କଥାରେ ପଡ଼ି ସମସ୍ତେ ହାତରେ ରୁଦ୍ରାକ୍ଷ ଧରି ଆଖି ବୁଝି ଛିଡ଼ା ହୋଇଥିଲେ । କିଛି ସମୟ ପରେ ହାତ ମୁଠା ଖୋଲିଲା ବେଳକୁ ରୁଦ୍ରାକ୍ଷ ପାଲଟି ଯାଇଥିଲା ଶିବ ଲିଙ୍ଗରେ ।

Advertisment

ଏହା ଦେଖି ସମସ୍ତଙ୍କର ତାଙ୍କ ପ୍ରତି ବିଶ୍ୱାସ ବଢ଼ିଯାଇଥିଲା । ଏହାର ସୁଯୋଗ ନେଇ ସାଧୁମାନେ ଘରର ଟାଇନିଂ ଟେବୁଲରେ ଥିବା ସୁନା ଚେନ୍‌କୁ ଲୁଟି ନେଇଥିଲା । ସାଧୁମାନେ ଯିବା ପରେ ରାକେଶ ନିଜର ସୁନା ଚେନ୍‌ ବିଷୟରେ ତାଙ୍କ ମାଙ୍କୁ ପଚାରିଥିଲେ । ମାତ୍ର ସେ ଦେଖିନଥିବା କହିଥିଲେ। ଏହା ପରେ ସେମାନଙ୍କର ସନ୍ଦେହ ନାଗା ସାଧୁଙ୍କ ଉପରେ ହୋଇଥିଲା । ପରେ ଏନେଇ ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ