Jewellery Shop Loot
ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଆତଙ୍କରାଜ୍ । ଫାୟରିଂ କରି ଜୁଏଲରୀ ଦୋକାନରୁ ୧୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଭୁବନେଶ୍ୱର ଉପକଣ୍ଠ ଯାଆଁଳାରେ ଦୁଇ ଦୁର୍ବୃତ୍ତଙ୍କ ଏହି କାରନାମା ସିସିଟିଭିରେ କଏଦ ହୋଇଛି । ଲୁଟ୍ ପରେ ସେଠାରୁ ଖସିଯିବାକୁ ଉଦ୍ୟମ କରିବା ବେଳେ ହଟହଟା ବି ହୋଇଥିଲେ ଲୁଟେରା ।
ଜୁଏଲାରୀରେ କିଛି କେମିକାଲ୍ ସ୍ପ୍ରେ ପରେ ଦୁର୍ବୃତ୍ତ ଲୁଟ୍ କରିଥିବାର ସୂଚନା ମିଳିଛି । ଲୋକେ ପିଛା କରିବାରୁ ୨ଦୁର୍ବୃତ୍ତ ଫାୟାରିଂ କରି ଚମ୍ପଟ୍ ମାରିଥିବା ଜଣାପଡିଛି । ଏହାର ଏକ ସିସିଟିଭି ଫୁଟେଜ୍ ରେକର୍ଡ ହୋଇଛି ।
ଲୁଟ ପରେ ଖସିବାବେଳେ ସେମାନେ ଆଣିଥିବା ବାଇକ୍ ଷ୍ଟାର୍ଟ ହୋଇନଥିଲା । ଫଳରେ ଲୋକଙ୍କୁ ଭୟଭୀତ କରିବାକୁ ସେମାନଙ୍କ ଫାୟାରିଂ ବି କରିଥିଲେ । ଲୁଟେରାଙ୍କୁ ଅଟକାଇବାକୁ ଢେଲା ଏବଂ କାଠ ଫାଳିଆ ମା଼ଡ଼ କରିଥିଲେ ସ୍ଥାନୀୟ ଲୋକେ । ଦୋକାନ ମାଲିକ ମଧ୍ୟ ଲୁଟେରାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ତେବେ ଗୁଳିମାଡ଼ରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ପରେ ବାଇକକୁ କିଛି ବାଟ ଗଡାଇ ଗଡାଇ ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ ଲୁଟେରା ।
ଏତିକିରେ ସରିନଥିଲା ଲୁଟେରାଙ୍କ ଆତଙ୍କରାଜ୍ ନିଜ ବାଇକ୍ ଖରାପ ହେବା ପରେ ଏହାକୁ ଅଧାବାଟରେ ଛାଡ଼ି ଜଣେ କୋରିଅର କମ୍ପାନୀ କର୍ମଚାରୀଙ୍କୁ ମାଡ଼ ମାରି ତାଙ୍କ ବାଇକ୍ ଧରି ଚମ୍ପଟ ମାରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ରୁ ଅଧିକ ଖୋକା, ଫିଙ୍ଗର ପ୍ରିଣ୍ଟ ଏବଂ ସିସିଟିଭି ଫୁଟେଜ ଜବତ କରିଛି । ଲୁଟେରାମାନେ ଛାଡ଼ିଯାଇଥିବା ବାଇକ୍ ମଧ୍ୟ ଜବତ ହୋଇଛି । ଯାଁଳା ଫାଣ୍ଡିଠୁ ମାତ୍ର ୨୦୦ ମିଟର ଦୂରରେ ଘଟିଥିଲା ଏହି ଅଘଟଣା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647434032.jpg)