Advertisment

ରାଜଧାନୀରେ ଲୁଟେରାଙ୍କ ଆତଙ୍କ; ମାଲିକଙ୍କୁ ବାହାର ପଟୁ ତାଲା ଦେଇ କରୁଛନ୍ତି ଲୁଟ୍

ରାଜଧାନୀରେ ଥରହର କଲେଣି ଲୁଟେରା। ଆପାର୍ଟମେଣ୍ଟ ହେଉ ଅବା ଘର। କାହାକୁ ଯେଭଳି ଖାତିର ନାହିଁ।

Loot

Loot

Advertisment

ଥମୁନି ରାଜଧାନୀରେ ଆପାର୍ଟମେଣ୍ଟରୁ ଲୁଟ। କମୁନି ରାଜଧାନୀବାସୀଙ୍କ ଲୁଟେରା ଭୟ। ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟ ସହ ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା। ପାତ୍ରପଡାଠାରୁଠାରୁ ପାହାଳ। ଧଉଳିରୁ ନନ୍ଦନକାନନ। ସତେ ଯେମିତି ଲୁଟେରାଙ୍କ ଚରାଭୁଇଁ ପାଲଟିଛି ସାରା ରାଜଧାନୀ। ଦୁଇଦିନ ତଳେ ପାହାଳ ଥାନା ସାଟେଲାଇଟ ସିଟିର ୪ଟି ଫ୍ଲାଟରୁ କଳାକନା ବୁଲାଇଥିବା ଲୁଟେରା ଏବେ ସେହି ଅଞ୍ଚଳର ଜୟୀପୁରରେ ଜଣଙ୍କ ଘରକୁ ଲୁଟିଛନ୍ତି। ସେହିଭଳି ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ସ୍ପ୍ରିଙ୍ଗ ଲିଫ ଆପାର୍ଟମେଣ୍ଟରେ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇ ଚାଲିଯାଇଛନ୍ତି ଲୁଟେରା ଗ୍ୟାଙ୍ଗ।

Advertisment

ରାଜଧାନୀରେ ଥରହର କଲେଣି ଲୁଟେରା। ଆପାର୍ଟମେଣ୍ଟ ହେଉ ଅବା ଘର। କାହାକୁ ଯେଭଳି ଖାତିର ନାହିଁ। ଗତ ୬ ମାସରେ ୧୪ଟି ଆପାର୍ଟମେଣ୍ଟରୁ ପାଖାପାଖି ୩୪ଟି ଫ୍ଲାଟରେ କଳାକନା ବୁଲାଇ ଦେଲେଣି ଲୁଟେରା। ଗୁରୁବାର ରାତିରେ ପାହାଳ ଥାନା ଜଇପୁରରେ ଥିବା ଶରତ ମହାନ୍ତିଙ୍କ ଘର ଓ ନନ୍ଦନକାନନ ଅଞ୍ଚଳରେ ଥିବା ସ୍ପ୍ରିଙ୍ଗ ଲିଫ ଆପାର୍ଟମେଣ୍ଟରୁ ଲୁଟିଛନ୍ତି ଦୁର୍ବୃତ୍ତ। ନନ୍ଦନକାନନ ଅଞ୍ଚଳ ଆପାର୍ଟମେଣ୍ଟରେ ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ରାତି ଅଧରେ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି।

ଏପେଟ ପାହାନ୍ତିଆ ସମୟରେ ପାହାଳ ଅଞ୍ଚଳରେ ଥିବା ଶରତ ମହାନ୍ତିଙ୍କ ଘରେ ପଶି ସମସ୍ତଙ୍କୁ ବାହାରପଟୁ ତାଲା ପକାଇ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଆଲମୀରା ଖୋଲି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇ ନେଇଛନ୍ତି। ଉଭୟ ସ୍ଥାନରେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀକୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ହେଲେ ଲୁଟେରାଙ୍କ ଟେର ପାଇନି।

Advertisment

ରାଜଧାନୀର ହାଇସିକ୍ୟୁରିଟି ଜୋନ କୁହାଯାଉଥିବା ଆପାର୍ଟମେଣ୍ଟ ସୁରକ୍ଷା କଲଚରକୁ ଭାଙ୍ଗିରୁଜି ଚୁରମାର କରିଦେଲେଣି ଦୁର୍ବୃତ୍ତ। କିଛି ଦିନତଳେ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଗିରଫ କରି ଲୋକଙ୍କ ମନରୁ ଭୟ ଦୂରେଇବା ପାଇଁ ଚେଷ୍ଟା କରିଥିଲା କମିଶନରେଟ ପୋଲିସ। ହେଲେ ପୋଲିସର କୌଣସି ପ୍ରଭାବ ଲୁଟେରା ଗ୍ୟାଙ୍ଗ ଉପରେ ପଡିନାହିଁ। ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜଧାନୀ ପାଲଟି ଗଲାଣି ଲୋକଙ୍କ ପାଇଁ ଅସୁରକ୍ଷୀତ ସ୍ଥାନ। ଦୁଇଦିନ ତଳେ ପାହାଳ ଥାନା ମେଟ୍ରୋସାଟେଲାଇଟର ୪ଟି ଫ୍ଲାଟରେ କଚ୍ଛାମରା ଗ୍ୟାଙ୍ଗ ବୁଲାଇଥିଲେ କଳାକନା। ସିସିଟିଭି ଭିଜୁଆଲରେ ସବୁ କ୍ଲିୟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଗ୍ୟାଙ୍ଗକୁ ଧରିପାରିନାହିଁ ପୋଲିସ। ତେବେ ଏନେଇ କମିଶନରେଟ ପୋଲିସର ପ୍ରତିକ୍ରିୟା ମାଳିପାରିନି।

ଏବେ ସବୁଆଡେ ନିର୍ବାଚନ ମାହୋଲ। ଚାରିଆଡେ ପଇଁତରା ମାରୁଛି ପୋଲିସ। ତଥାପି ମଧ୍ୟ ଲୁଟେରା କିଭଳି ଅନାୟସରେ ଲୁଟି ଚାଲିଛନ୍ତି, ଏନେଇ ସାଧାରଣରେ ଉଠିଛି ପ୍ରଶ୍ନ।

Advertisment
Bhubaneswar Commissionerate Police Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ