Miscreants Loot Jewellery
ପୁଣି ରାଜଧାନୀରେ ମାତିଲେ ଚୋର। ଘର ତାଲା ପଡିଥିବା ବେଳେ ଝରକା ତାଡ଼ି ଚୋରି କରି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କପିଳ ପ୍ରସାଦ କେଳୁଚରଣ ଲେନ୍-୫ରେ ଥିବା ଧ୍ରୁବ ଚରଣ ପାତ୍ର ବେଙ୍ଗାଲୁରୁ ବୁଲିବାକୁ ଯାଇଥିବା ବେଳେ, ତାଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଏନେଇ ପଡୋଶୀ ଥାନାକୁ ଖବର ଦେବାପରେ ତନାଘନା ଆରମ୍ଭ କରିଛି କମିଶନରେଟ୍ ପୋଲିସ ।
ରାଜଧାନୀ ଭୁବନେଶ୍ବରରେ ପୁଣି ମାତିଲେ ଚୋର ଏଥର ଆପାର୍ଟମେଣ୍ଟ ନୁହେଁ ବନ୍ଦ ଘରେ ବୁଲାଇଲେ କଳାକନା ଝରକା ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ବାରମ୍ବାର ଗୋଟିଏ ପରେ ଗୋଟିଏ ଚୋରି କରି ପୋଲିସକୁ ଖୋଲା ଚାଲେଞ୍ଜ ଦେଉଥିବା ଲୁଟେରା, ପୁଣି ଥରେ ବୁଲାଇଛନ୍ତି କଳାକନା । ଏଥର ଆପାର୍ଟମେଣ୍ଟ ନୁହେଁ ବରଂ ଟାର୍ଗେଟ କରିଛନ୍ତି ଏୟାରଫିଲ୍ଡ ଥାନା କପିଳପ୍ରସାଦ ଅଞ୍ଚଳରେ ଥିବା ଏକ ଘରକୁ । ଘର ମାଲିକ ଧ୍ରୁବ ଚରଣ ପାତ୍ର ବେଙ୍ଗାଲୁରୁ ଯାଇଥିବା ବେଳେ, ଝରକା ତାଡ଼ି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଇଛନ୍ତି ।
ଧ୍ରୁବ ଜଣେ ଲୋକଙ୍କୁ ଘର ଜଗିବାକୁ ଦେଇ ଯାଇଥିବା ବେଳେ, ଶନିବାର ରାତିରେ କୌଣସି କାରଣ ବଶତଃ ସେ ଆସିନଥିଲେ । ଆଉ ଶନିବାର ରାତିରେ ହିଁ ଦୁର୍ବୃର୍ତ୍ତ ମାନେ କରିଥିଲେ ଲୁଟପାଟ । ପଡୋଶୀ ଝରକା ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେବା ପରେ ତନାଘନା ଆରମ୍ଭ ହୋଇଛି ।
ଗତ ଅକ୍ଟୋବର ମାସରୁ ଲଗାତାର ଭାବେ ଚୋରି ପରେ ଚୋରି ହେଉଛି । ଏ ପର୍ଯ୍ୟନ୍ତ ପାଖାପାଖି ୭ଟି ଆପାର୍ଟମେଣ୍ଟର ୨୦ରୁ ଅଧିକ ଫ୍ଲାଟ୍ ଓ ୩୦ରୁ ଅଧିକ ଘରେ କଳାକନା ବୁଲାଇ ସାରିଲେଣି ଚୋର ଗ୍ୟାଙ୍ଗ । ଅଧିକାଂଶ ଚୋରି ଘଟଣାରେ ସିସିଟିଭି ଭିଜୁଆଲ ବି ଅଛି । ହେଲେ ଏଯାଏ ପୋଲିସ ଟେର ପାଇନି। କମିଶନରେଟ ପୋଲିସ କେବଳ ଲୁଟେରାଙ୍କ ଫଟୋ ମାରି ଚୁପ୍ ବସି ପଡିଥିବା ଅଭିଯୋଗ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708272900.jpg)