ରାଜଧାନୀରେ ଥମୁନି ଲୁଟେରାଙ୍କ ଉତ୍‌ପାତ୍‌; ଜଜ୍‌ଙ୍କ ଘରେ ବୁଲାଇଲେ କଳାକନା

ଜଜ୍ ବିଦେଶକୁ ଯାଇଥିବା ବେଳେ ତାଙ୍କ ଘରକୁ ବି ଛାଡିଲେନି ଅପରାଧୀ ।

Loot

ପୁଣି ରାଜଧାନୀରେ ମାତିଲେ ଚୋର । ଏଥର ଟାର୍ଗେଟରେ ଜଣେ ଅବସରପ୍ରାପ୍ତ ଜଜଙ୍କ ଘର । ଜଜ୍ ବିଦେଶକୁ ଯାଇଥିବା ବେଳେ ତାଙ୍କ ଘରକୁ ବି ଛାଡିଲେନି ଅପରାଧୀ । ଜଜଙ୍କ ତଳ ଘରେ ରହୁଥିବା ଭଡ଼ାଟିଆଙ୍କ ଘରୁ ଲୁଟ୍ ହୋଇଥିବା ବେଳେ ଜଜ୍ ନିଜେ ରହୁଥିବା ରୁମରେ ପଶିପାରିନାହାନ୍ତି ଲୁଟେରା । ହେଲେ ତାଙ୍କ ତଳ ଘରେ ଭଡାରେ ରହୁଥିବା ଭଡାଟିଆଙ୍କ ଘରୁ ଲୁଟ ହୋଇଛି ।

ଲୁଟେରା ଘର ଝରକା ଭାଙ୍ଗି ଭଡାଟିଆଙ୍କ ଘର ଭିତରେ ପଶି ୧୨ ହଜାର ଟଙ୍କା, ସୁନାର ଛୋଟ ମୂର୍ତ୍ତି ସହ ଗୋଟିଏ ରୁପା ମୁର୍ତ୍ତ ଚୋରି କରି ନେଇଛନ୍ତି । ସୁନା ଅଳଙ୍କାର ଓ ଟଙ୍କା ପାଇବା ଆଶାରେ ଭଡାଟିଆଙ୍କ ଘରର ଆଲମିରା ତଡା ହେବାସହ ଆସବାପତ୍ର ବିଛାଡି ହୋଇପଡିଛି । ଏଭଳି ଘଟଣା ଘଟିଛି ରାଜଧାନୀ ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରେ ।

ଅବସରପ୍ରାପ୍ତ ଜଜଙ୍କ ଘରେ ଭଡାରେ ରହୁଥିବା ଭଡାଟିଆ ଭୁବନେଶ୍ୱର ଏୟାରପୋର୍ଟରେ ଚାକିରି କରିଥିବା ବେଳେ ଗତକାଲି ରାତି ପ୍ରାୟ ୧୦ଟା ବେଳକୁ ଘରକୁ ଫେରିବା ପରେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଏୟାରପୋର୍ଟ ଥାନା ପୋଲିସକୁ ଖବର ଦେଇଥିଲେ । ଏୟାରପୋର୍ଟ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ ଆରମ୍ଭ କରିଛି । ଭଡାଟିଆଙ୍କ ଘର ଛାନଭିନ ବେଳେ ଜଜ୍ ରହୁଥିବା ରୁମ ବାହାରେ ଅଜଣା ଚାବି ପେନ୍ଥା ବାହାରିଥିଲା । ତେବେ କିଏ ସେ ଲୁଟେରା ତାକୁ ଧରିବା ପୋଲିସ ପାଇଁ ଚାଲେଞ୍ଜ ହୋଇଛି ।