Advertisment

Viral Video: ରିସେପ୍‌ସନ୍‌ ପାର୍ଟିରେ ପଶିଲା, ସୁନା-ଅଳଙ୍କାର ଗିପ୍ଟ ବ୍ୟାଗ୍‌ ଧରି ଛୁ ମାରିଲା

ଲୁଟ୍ କରି ଜଣେ ସନ୍ଦିଗ୍ଧ ଖସି ପଳାଉଥିବାର ଚିତ୍ର ସିସିଟିଭିରେ କଏଦ୍ । ଖୋଳତାଡ଼ କରୁଛି ବଳିଆପଣ୍ଡା ଥାନା ପୋଲିସ ।

ଅଦ୍ୟତନ ହୋଇଛି
Bride and groom looted of cash, jewellery During Marriage

Reception Party

Advertisment

ବର ପକ୍ଷର ରିସେପସନ୍ ପାର୍ଟିରେ ପଶିଲେ, ଅତିଥିମାନେ ଦେଇଥିବା ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଲେ। ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲରେ ଘଟିଛି ଏଭଳି ଘଟଣା। ବିବାହ ରିସେପସନରେ ପଶି ସମସ୍ତ ଗିଫ୍ଟ ଓ ସୁନା ଅଳଙ୍କାର ଗାୟବ ହୋଇଯାଇଥିବାରୁ କିଛି ସନ୍ଦିଗ୍ଧ ଚୋରି କରି ଖସିଯାଇଥିବା ଆଶଙ୍କା କରିଛନ୍ତି ଲୋକେ। ରିସେପସନ ଶେଷ ପରେ ପୁଅ ଘର ଲୋକେ ବିବାହରେ ତାଙ୍କର ପରିବାର ଓ ସମ୍ପର୍କୀୟ ଦେଇଥିବା ଗିଫ୍ଟକୁ ଗୋଟିଏ ବ୍ୟାଗରେ ରଖିଥିଲେ। ପରେ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବା ଭିତରେ ୨ ଦୁର୍ବତ୍ତ ସେହି ବ୍ୟାଗକୁ ଧରି ଗାଏବ ହୋଇଯାଇଥିବା ସିସିଟିଭିରୁ ଜଣାପଡ଼ୁଛି। ଜଣେ ବାହାରେ ଅପେକ୍ଷା କରିଥିବାବେଳେ ଆଉ ଜଣେ ସନ୍ଦିଗ୍ଧର ଫଟୋ ସିସିଟିଭିରେ କଏଦ ହୋଇଛି। ବଳିଆପଣ୍ଡା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ମିଳିଛି।

Advertisment

Loot CCTV Footage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ