Advertisment

ବିଚ୍‌ ବଜାରରେ ରାତିରେ ବୁଲିଲା ଖଣ୍ଡା, ଘରକୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ହାଣିଲେ...

ବିଚ୍‌ ବଜାରରେ ରାତିରେ ବୁଲିଲା ଖଣ୍ଡା। ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Miscreants kill youth with sharp weapon in Berhampur

Miscreants kill youth with sharp weapon in Berhampur

Advertisment

ବିଚ୍‌ ବଜାରରେ ରାତିରେ ବୁଲିଲା ଖଣ୍ଡା। ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ବ୍ୟକ୍ତି ହେଲେ ଆଚାର୍ଯ୍ୟ ବିହାର ଅଞ୍ଚଳର ସନାତନ ଚୌଧୁରୀ। ସେ ନୂଆ ବସ୍‌ଷ୍ଟାଣ୍ଡରେ ବସ୍ ହକ୍କର ଭାବେ କାମ କରୁଥିଲେ।

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ସନାତନ ଘରକୁ ଫେରୁଥିବା ବେଳେ ଘରଠୁ ଅଳ୍ପ ଦୂରରେ ୨ରୁ ୩ ଜଣ ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। 

ଖବର ପାଇ ଟାଉନ ଥାନା ଏସ୍‌ଡିପିଓ ଓ ବଡ ବଜାର ଥାନା ଅଧିକାରୀ, ସଦର ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କେଉଁ କାରଣ ପାଇଁ ସନାତନଙ୍କୁ ହତ୍ୟା କରାଗଲା, ଏହା ପଛରେ କେଉଁମାନଙ୍କ ହାତ ଅଛି, ତାହା ଜଣାପଡ଼ିନି। ତେବେ ପୂର୍ବ ଶତ୍ରୁତାରୁ ଏହା ଘଟିଥିବା ସନ୍ଦେହ କରାଯାଉଛି।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ