Advertisment

Bomb Explosion: ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ବୋମାମାଡ଼, ୪ ଆହତ

ବିଚ୍ ରାସ୍ତାରେ ବୋମାମାଡ଼ କରି ଦୁବୃର୍ତ୍ତ ଫେରାର । କିଏ ଓ କେଉଁ କାରଣରୁ ଏପରି କଲା ଚାଲିଛି ଛାନଭିନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଅଦ୍ୟତନ ହୋଇଛି
Explosion In Nayagarh

Explosion In Nayagarh

Advertisment

ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ବୋମାମାଡ଼। ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ହୋଇଛି ବୋମାମାଡ଼ । ଦଶପଲ୍ଲା ଏନ୍ଏଚ୍ -୫୭ ଦୁର୍ଗା ବଜାର ନିକଟରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି  । ବୋମାମାଡ଼ରେ ୪ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୋମାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ବୋମାମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ସେପଟେ ଖବର ପାଇ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Advertisment

ବୋମାମାଡ଼ କିଏ ଓ କାହିଁକି କଲା ତାହାର କାରଣ ଖୋଜିବା ସହ ଘଟଣାସ୍ଥଳରେ ଛାନଭିନ କରିଛି ଦଶପଲ୍ଲା ପୋଲିସ । ସେପଟେ ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ ଏପରି ବୋମାମାଡ଼ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟବାସିନ୍ଦା । ସେହିପରି ଗତ ଏପ୍ରିଲ ମାସରେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନାର କାଁପଡ଼ା ଗାଁରେ ଗଣ୍ଡଗୋଳ ହୋଇଥିଲା । ରାଜନୈତିକ ବିବାଦରୁ ଗଣ୍ଡଗୋଳ ସହ ବୋମାମାଡ଼ରେ ୭ ଜଣ ଗୁରୁତର ହୋଇଥିଲେ ।

ଅଧିକ ପଢନ୍ତୁ : ରାଜନୈତିକ ବିବାଦରୁ ଗୋଷ୍ଠୀ ସଂଘର୍ଷ, ବୋମାମାଡରେ ୭ ଜଣ ଗୁରୁତର

Bomb Blast Bomb Explosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ