Advertisment

ଝିଅକୁ ସିନା ବଞ୍ଚାଇଦେଲେ, ହେଲେ ନିଜେ ଖାଇଲେ ଗୁଳି...

ଝିଅକୁ ଅପହରଣ ଉଦ୍ୟମ ବେଳେ ପ୍ରତିରୋଧ କରିବାରୁ ମା’କୁ ଗୁଳିମାଡ଼। ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି।

Miscreants Firing At Woman In Bhadrak

Miscreants Firing At Woman In Bhadrak

Advertisment

ଝିଅକୁ ବଞ୍ଚାଇବାକୁ ଯାଇ ମା’ ଖାଇଲା ଗୁଳି। ଝିଅକୁ ଅପହରଣ ଉଦ୍ୟମ ବେଳେ ପ୍ରତିରୋଧ କରିବାରୁ ମା’କୁ ଗୁଳିମାଡ଼। ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଆଲବଗା ଗାଁରେ ଏହି ଘଟଣା ଘଟିଛି। 

Advertisment

ଅଭିଯୋଗ ଅନୁଯାୟୀ, ଗାଁର ପ୍ରଫୁଲ୍ଲ ସାହୁଙ୍କ ସ୍ତ୍ରୀ ଜ୍ୟୋତ୍ସାରାଣୀ ତାଙ୍କର ୪ ବର୍ଷର ଶିଶୁକୁ ଧରି ମାର୍କେଟ ଯାଉଥିଲେ। ଏହି ସମୟରେ ଚଉରା ଛକ ନିକଟରେ ୨ ଜଣ ଯୁବକ ବାଇକରେ ଆସି ଝିଅକୁ ଅପହରଣ ପାଇଁ ଉଦ୍ୟମ କରିଥିଲେ। ହେଲେ ଜ୍ୟୋତ୍ସାରାଣୀ ଏହାର ପ୍ରତିରୋଧ କରି ଝିଅକୁ ଅଜଣା ଦୁର୍ବୃତ୍ତଙ୍କଠାରୁ ଛଡେଇ ନେଇଥିଲେ। ସେହି ସମୟରେ ଜଣେ ବାଇକ ଆରୋହୀ ମହିଳାଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଏଥିରେ ଗୋଟିଏ ଗୁଳି ତାଙ୍କ ଡାହାଣ ହାତ ପାପୁଲିରେ ଲାଗିଥିବା ଜ୍ୟୋତ୍ସାରାଣୀ କହିଛନ୍ତି। ଗୁଳିମାଡ଼ କରି ଦୁର୍ବୁତ୍ତ ତାଙ୍କ ହାତରୁ ମୋବାଇଲ ଛଡାଇ ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଜ୍ୟୋତ୍ସାରାଣୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଥଇଲା। ଖବରପାଇ ବାସୁଦେବପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ମହିଳାଙ୍କ  ବୟାନ ରେକର୍ଡ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।   

Advertisment
Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ