Advertisment

ଲୁଟିଲେ, ଲହୁଲୁହାଣ କଲେ; ଜଙ୍ଗଲରେ ଫିଙ୍ଗି ଦେଇ ଚାଲିଗଲେ

ଲୁଟ୍‌ ପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ। ଶେଷରେ ପାଖ ଜଙ୍ଗଲରେ ଫୋପାଡ଼ି ଦେଇ ଚାଲିଗଲେ। ୬୬ ବର୍ଷୀୟ ବୟସ୍କଙ୍କୁ ରାସ୍ତା ମଝିରେ ଆକ୍ରମଣ କରି ୬ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।

ଅଦ୍ୟତନ ହୋଇଛି
Miscreants Attacked To 66 Years Old Man In Cuttack

Miscreants Attacked To 66 Years Old Man In Cuttack

Advertisment

ଲୁଟ୍‌ ପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ। ଶେଷରେ ପାଖ ଜଙ୍ଗଲରେ ଫୋପାଡ଼ି ଦେଇ ଚାଲିଗଲେ। କଟକ ଜିଲ୍ଲା ନରସିଂହପୁରରେ ଏଭଳି ଆତଙ୍କରାଜ ଘଟଣା ଘଟିଛି। ୬୬ ବର୍ଷୀୟ ବୟସ୍କଙ୍କୁ ରାସ୍ତା ମଝିରେ ଆକ୍ରମଣ କରି ୬ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ନରସିଂହପୁର ଥାନା ଅନ୍ତର୍ଗତ ବୁଢାବୁଢ଼ି ଘାଟିରେ ଏହି ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ବନ୍ତଳା ତଳଗଡ଼ ଗାଁର ଉମେଶ ଦେହୁରୀ(୬୬) ଗତକାଲି ଦ୍ୱିପ୍ରହରରେ କରଜ ଟଙ୍କା ଆଦାୟ କରିବାକୁ ଆଠଗଡ଼ ଯାଉଥିଲେ। ଏହି ସମୟରେ ବୁଢାବୁଢ଼ି ଘାଟିରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କ ଠାରୁ ୬ ହଜାର ଟଙ୍କା ଛଡ଼ାଇ ନେଇଯାଇଥିଲେ। ଅନ୍ୟ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରି ଜଙ୍ଗଲରେ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆଜି ସକାଳେ କୌଣସି ପ୍ରକାରେ ସେ ନରସିଂହପୁର-ଅନୁଗୁଳ ମୁଖ୍ୟ ରାସ୍ତାରେ ପହଞ୍ଚି ଯାଇଥିଲେ। 

ସ୍ଥାନୀୟ ଲୋକ ଉମେଶଙ୍କୁ ଉଦ୍ଧାର କରି ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବରପାଇ ନରସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Loot Miscreants Attacked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ