Advertisment

ଜଷ୍ଟିସଙ୍କ ଜାଲ୍‌ ଦସ୍ତଖତ କରି କୋଟିଏରୁ ଅଧିକ ଟଙ୍କା ଠକେଇ

କ୍ଲେମ୍‌ କମିଶନ ତଥା ଅବସରପ୍ରାପ୍ତ IAS ଅଫିସରଙ୍କ ଜାଲ୍‌ ଦସ୍ତଖତ କରି ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଠକ ବନ୍ଧା ହୋଇଛନ୍ତି।

ଅଦ୍ୟତନ ହୋଇଛି
Miscreants Allegedly Using False Signature

Miscreants Allegedly Using False Signature

Advertisment

ଜଷ୍ଟିସଙ୍କ ଜାଲ୍‌ ଦସ୍ତଖତ କରି କୋଟିଏରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କ୍ଲେମ୍‌ କମିଶନ ତଥା ଅବସରପ୍ରାପ୍ତ IAS ଅଫିସରଙ୍କ ଜାଲ୍‌ ଦସ୍ତଖତ କରି ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଠକ ବନ୍ଧା ହୋଇଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ଜଣେ କ୍ଲେମ୍‌ କମିଶନ କାର୍ଯ୍ୟାଳୟର କିରାଣୀ ଥିବା ବେଳେ ଅନ୍ୟ ଦୁଇ ଜଣ ଏମ୍‌ସିଏଲର କର୍ମଚାରୀ। ସେମାନଙ୍କ ମଧ୍ୟରୁ ଜଣେ ଏମ୍‌ସିଏଲର ଟେକ୍ନିକାଲ ଇନ୍ସପେକ୍ଟର ବି ଅଛନ୍ତି।

Advertisment

ଗିରଫ ୩ ଜଣଙ୍କ ନିକଟରୁ ଅନେକ ଜାଲ୍ କାଗଜପତ୍ର ଜବତ ହୋଇଥିବା ନେଇ ଖାରବେଳ ନଗର ଥାନା ପକ୍ଷରୁ ପ୍ରେସ ରିଲିଜ୍ ଜାରି କରି ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଅଞ୍ଚଳରେ କୋଇଲା ଖଣି ପାଇଁ କ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ ପାଇଁ ଗଠନ ହୋଇଥିଲା କ୍ଲେମ୍‌ କମିଶନ। ଜଣେ ଜମି ମାଲିକଙ୍କୁ ପ୍ରଲୋଭିତ କରି ଏହି ୩ ଜଣ ପୁରା ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।  

କମିଶନଙ୍କ ଜାଲ୍‌ ଦସ୍ତଖତ କରି ଏକ ଅର୍ଡର ମଧ୍ୟ MCLକୁ ଦେଇଥିଲେ। କ୍ଷତିପୂରଣ ବାବଦକୁ MCL ୧ କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା କ୍ଷତିପୂରଣ ରାଶି ଜମି ମାଲିକଙ୍କୁ ପ୍ରଦାନ କରି ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ଗତ ଡିସେମ୍ବର ୩୦ରେ କମିଶନ ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରର ତଦନ୍ତ କରି ଏହି ୩ ଜଣକୁ  ଗିରଫ କରିଛି ଖାରବେଳ ନଗର ପୋଲିସ୍‌। ଏମାନଙ୍କ ସହିତ ଆହୁରି କିଛି ଲୋକ ସାମିଲ ଥିବା ଜଣାପଡ଼ିଛି।, ସେମାନଙ୍କୁ ଧରିବାକୁ  ପୋଲିସ ଖୋଜୁଛି।

Advertisment
Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ