Astrospeak
  • Live TV
  • Read In English

ପ୍ରଥମେ ହତ୍ୟା, ପରେ ମୃତଦେହ ଜାଳିଦେଲେ...

ପ୍ରଥମେ ହତ୍ୟା, ପରେ ମୃତଦେହ ଜାଳିଦେଲେ। ଗଞ୍ଜାମ ଜିଲ୍ଲାରେ ଏହି ବୀଭତ୍ସ ଡବଲ୍‌ ମର୍ଡର ହୋଇଛି।

Miscreants allegedly kill 2 and set their bodies on fire in Digapahandi
ହତ୍ୟା ପରେ ଜାଳିଦେଲେ

ପ୍ରଥମେ ହତ୍ୟା, ପରେ ମୃତଦେହ ଜାଳିଦେଲେ। ଗଞ୍ଜାମ ଜିଲ୍ଲାରେ ଏହି ବୀଭତ୍ସ ଡବଲ୍‌ ମର୍ଡର ହୋଇଛି। ମୃତକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁର ଶିବ ଗୌଡ଼ ଓ ଲିଟୁ ଗୌଡ଼। ଏମାନଙ୍କୁ ହତ୍ୟା କରାଯାଇ ଗାଁ ପାଖରେ ପୋଡ଼ି ଦିଆଯାଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଶିବ ଓ ଲିଟୁ ସମ୍ପର୍କୀୟ ହୋଇଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ହତ୍ୟା କରି ମୃତଦେହ ପୋଡ଼ି ଦେଇଛନ୍ତି। ଏମାନଙ୍କୁ କିଏ ଓ କାହିଁକି ହତ୍ୟା ପରେ ଜାଳି ଦେଲେ ?  ଗାଁର କେହି କିଭଳି ଜାଣି ପାରିଲେନି ? ଏହାପଛରେ କାହାର ହାତ ଅଛି ? ସେ ସବୁ ଉପରେ ତଦନ୍ତ ଚାଲିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି।